RBI କୁ ମିଳିଲା ଧମକ

ଭାରତୀୟ ରିଜର୍ଭ ବ୍ୟାଙ୍କ ତଥା ଆର୍‌ବିଆଇକୁ ମିଳିଲା ଧମକ। ଆତଙ୍କବାଦୀ ସଙ୍ଗଠନ ଲସ୍କର ନାଁରେ ମୁମ୍ବାଇର ଆର୍‌ବିଆଇ ବ୍ୟାଙ୍କର କଷ୍ଟମର କେୟାରକୁ କେହି ଜଣେ ବ୍ୟକ୍ତି ଫୋନ୍‌ କରି ଧମକ ଦେଇଛନ୍ତି। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ଏହି ଧମକପୂର୍ଣ୍ଣ କଲ୍‌ ଆସିବା ପରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରିଛି।
ସୂଚନା ମୁତାବକ, ଶନିବାର ସକାଳ ୧୦ଟାରେ ଆର୍‌ବିଆଇର କଷ୍ଟମର କେୟାର ନମ୍ବରରେ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଜଣେ ବ୍ୟକ୍ତି ନିଜକୁ ଲସ୍କର-ଇ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ଏହାପରେ ବ୍ୟଙ୍କର ପଛ ରାସ୍ତାକୁ ବନ୍ଦ କରିଦିଅ। ଇଲେକ୍ଟ୍ରିକ୍ କାର୍‌ ଖରାପ ହୋଇଯାଇଛି ବୋଲି କହି ଉକ୍ତ ବ୍ୟକ୍ତି ଜଣକ ନିଜ ଧମକରେ କହିଥିଲେ।
ଏହି ଫୋନ୍‌ କଲ୍ ଆସିବା ପରେ ଆର୍‌ବିଆଇ ଅଧିକାରୀ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ମୁମ୍ବାଇରା ରମାବାଇ ପୁଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ତଥା ତା’ ପାଖରେ ପହଞ୍ଚିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। କେହି ଜଣେ ଦୁର୍ବୃତ୍ତ ହଇରାଣ କରିବା ପାଇଁ ଫେକ୍ କଲ୍‌ କରିଥାଇପାରନ୍ତି ବୋଲି ପୁଲସ ସନ୍ଦେହ କରୁଛି।

ଏହାପୂର୍ବରୁ ମୁମ୍ବାଇ ବିମାନ ବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ମୁମ୍ବାଇ ଡୋମେଷ୍ଟିକ୍ ଏୟାରପୋର୍ଟ (T1) ରେ ଥିବା ସିଏସ୍ଏଫ୍ କଣ୍ଟ୍ରୋଲ୍ ରୁମ୍କୁ ବୁଧବାର ଅପରାହ୍ନରେ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କଲ୍‌ରେ କୁହାଯାଇଥିଲା। ଏହାକୁ ନେଇ ବିମାନବନ୍ଦରରେ ଆତଙ୍କ ଖେଳି ଯାଇଥିଲା। ସିଏସ୍ଏଫ୍ ଟିମ୍ ତୁରନ୍ତ ଏହି ମାମଲାକୁ ଗୁରୁତର ସହ ନେଇ ସାହାର ପୁଲିସ ଷ୍ଟେସନକୁ ସତର୍କ କରାଇଥିଲା। ଏହା ପରେ ବିମାନବନ୍ଦରରେ ପୁଲିସ ଫୋର୍ସ ନିୟୋଜିତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

Related Posts

ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

Continue reading
ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ