SIM CARD ଆଜିଠାରୁ ସିମ୍ କାର୍ଡ ନିୟମ ପରିବର୍ତ୍ତନ

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟ ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି । ତେଣୁ, ସମସ୍ତଙ୍କ ପାଖରେ ସିମ୍ କାର୍ଡ ବି ଅଛି । ପ୍ରାୟତଃ, ବାପା ମାଆ କିମ୍ବା ପରିବାରର ମୁଖ୍ୟ ନିଜ ନାମରେ ଏକ ସିମ୍ କାର୍ଡ ଜାରି କରନ୍ତି । କେତେକଙ୍କୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଏକରୁ ଅଧିକ ସିମ୍ କାର୍ଡ ବ୍ୟବହାର କରିବାକୁ ପଡ଼ିପାରେ । କିନ୍ତୁ ଏହି ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି । ସରକାର ଏବଂ ଦୂରସଂଚାର ବିଭାଗ ସିମ୍ କାର୍ଡ ସମ୍ପର୍କରେ ନୂଆ ନିୟମ ଲାଗୁ କରିଛନ୍ତି ।

ଆଜିଠାରୁ ସିମ୍ କାର୍ଡ ନିୟମ ପରିବର୍ତ୍ତନ ହୋଇଛି । ଟେଲିକମ୍ କମ୍ପାନୀ ଗୁଡ଼ିକୁ ଅନୁମତିପ୍ରାପ୍ତ ସୀମାଠାରୁ ଅଧିକ ମୋବାଇଲ୍ ସଂଯୋଗ ପାଇବାରୁ ଲୋକଙ୍କୁ ରୋକିବାକୁ କୁହାଯାଇଛି । ଯେଉଁ ଗ୍ରାହକମାନଙ୍କ ନାମରେ ପୂର୍ବରୁ ୯ଟି ସିମ୍ କାର୍ଡ ପଞ୍ଜିକୃତ ହୋଇଛି ସେମାନେ ୧୦ତମ ସିମ୍ କାର୍ଡ ପାଇପାରିବେ ନାହିଁ । ଏହି ନିୟମ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ।

ପୂର୍ବରୁ ଏହି ନିୟମ ଲାଗୁ କରାଯାଇଥିଲା କିନ୍ତୁ ଏହାକୁ କଡ଼ାକଡ଼ି ପାଳନ କରାଯାଉନଥିଲା । ଅପରାଧୀମାନେ ଏହି ସୁଯୋଗର ଫାଇଦା ଉଠାଉଥିଲେ । ଯେହେତୁ ବଜାରରେ ଅନେକ ସିମ୍ କାର୍ଡ ସହଜରେ ଉପଲବ୍ଧ ହେଉଥିଲା, ତେଣୁ ଜଣଙ୍କ ନାମରେ ଏକାଧିକ ସିମ୍ କାର୍ଡ କିଣିବା ସମ୍ଭବ ହେଉଥିଲା । କିନ୍ତୁ ଦୂରସଂଚାର ବିଭାଗ ଦ୍ୱାରା ଲାଗୁ ହୋଇଥିବା ଏହି ନୂତନ ନିୟମ ଦ୍ବାରା ଜଣେ ବ୍ୟକ୍ତିଙ୍କ ନାମରେ ଆଉ ଅଧିକ ସିମ୍ କାର୍ଡ କିଣି ହେବନାହିଁ ।

ଏକ ସର୍କୁଲାରରେ, ଟେଲିକମ୍ ବିଭାଗ ) ଟେଲିକମ୍ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ଯେଉଁମାନଙ୍କ ନାମରେ ପୂର୍ବରୁ ସର୍ବାଧିକ ସଂଖ୍ୟକ ସିମ୍ କାର୍ଡ ଅନୁମତିପ୍ରାପ୍ତ ଅଛି ସେମାନଙ୍କୁ ଚିହ୍ନଟ କରନ୍ତୁ । ଏହିପରି ଗ୍ରାହକମାନଙ୍କୁ ସୂଚିତ କରାଯିବ ଯେ, ସେମାନେ ଆଉ ଏକ ମୋବାଇଲ୍ ସଂଯୋଗ ପାଇପାରିବେ ନାହିଁ ।

ଜଣେ ବ୍ୟକ୍ତି ଭାରତର ଟେଲିକମ୍ ଅପରେଟର ଏବଂ ଲାଇସେନ୍ସପ୍ରାପ୍ତ ସେବା କ୍ଷେତ୍ରରେ ସର୍ବାଧିକ ୯ଟି ସିମ୍ ସଂଯୋଗ ରଖିପାରିବେ । ଜଣେ ବ୍ୟକ୍ତି ତାଙ୍କର ଆଧାର ନମ୍ବର ବ୍ୟବହାର କରି ମୋଟ ନଅଟି ସିମ୍ କାର୍ଡ କିଣିପାରିବେ । ମାତ୍ର କିଛି ଅଞ୍ଚଳରେ ଏହି ସୀମା କମ୍ ରହିଛି । ଜମ୍ମୁ ଏବଂ କାଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବରେ ଗ୍ରାହକମାନେ ସର୍ବାଧିକ ୬ଟି ମୋବାଇଲ୍ ସଂଯୋଗ ରଖିପାରିବେ ।

ଆପଣଙ୍କ ନାମରେ କେତେ ସିମକାର୍ଡ ପଞ୍ଜିକୃତ ହୋଇଛି ତାହା ଆପଣ ଯାଞ୍ଚ କରିପାରିବେ । ସରକାର ସଞ୍ଚାର ସାଥୀ ପୋର୍ଟାଲରେ ଆପଣଙ୍କ ମୋବାଇଲ୍ ନମ୍ବର ପ୍ରବେଶ କରି ଆପଣଙ୍କ ନାମରେ କେତୋଟି ନମ୍ବର ପଞ୍ଜିକୃତ ହୋଇଛି ତାହା ଆପଣ ଯାଞ୍ଚ କରିପାରିବେ ।

  • Related Posts

    fire in hospital ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ:3 ନବଜାତ ଶିଶୁଙ୍କ ମୃତ୍ୟୁ

    ମହାରାଷ୍ଟ୍ର: ଆଜି ସକାଳେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଶିଶୁ ବିଭାଗ (NICU)ରେ ଅଗ୍ନିକାଣ୍ଡ ଘଟି 3 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଶିଶୁ ନିଆଁରେ ପୋଡ଼ି…

    Continue reading
    miss universe india 2006 କେରଳର କାଜିଆ ଲିଜ୍ ମାଜୋ ମିସ୍ ୟୁନିଭର୍ସ ଇଣ୍ଡିଆ

    ଜୟପୁର: ମିସ୍ ୟୁନିଭର୍ସ ଇଣ୍ଡିଆ 2026ର ମୁକୁଟ ପିନ୍ଧିଛନ୍ତି କାଜିଆ ଲିଜ୍ ମାଜୋ । ପିଙ୍କ୍ ସିଟି ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ଗ୍ରାଣ୍ଡ ଫିନାଲେରେ 52 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ କେରଳର 19 ବର୍ଷୀୟା କାଜିଆ ‘ମିସ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ