ଆସିଲା ସୁଭଦ୍ରା ଏସଓପି : ଜାଣନ୍ତୁ କିଏ ପାଇବେ ?

ଭୁବନେଶ୍ୱର : ସୁଭଦ୍ରା ଯୋଜନାର ଏସଓପି ଆସିଛି  । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଛନ୍ତି  । ଏହି ଯୋଜନାରେ ଦୁଇ କିସ୍ତିରେ ଟଙ୍କା ମିଳିବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ  । ପ୍ରତି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ମିଳିବ  । ଗତକାଲି କ୍ୟାବିନେଟ ବୈଠକରେ ସୁଭଦ୍ରା ଯୋଜନା ଏସଓପିରେ ମୋହର ଲାଗିଥିଲା  । ୨୧ରୁ ୬୦ ବର୍ଷର ମହିଳାଙ୍କୁ ଏହି ଟଙ୍କା ମିଳିବ  ।
ସୂଚନାଯୋଗ୍ୟଯେ, ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବା ପାଇଁ ଘୋଷଣା କରାଯାଇଥିଲା  । ଦୁଇବର୍ଷରେ ମହିଳାଙ୍କୁ ଏହି ଟଙ୍କା ମିଳିଥା’ନ୍ତା  । ତେବେ ଗୋଟିଏ କିସ୍ତିରେ ୫ ହଜାର ଟଙ୍କା ମିଳିଲେ ଦୁଇଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ମିଳିବ  । ଡିବିଟି ମାଧ୍ୟମରେ ଏହି ଟଙ୍କା ମିଳିବ  । ୧ କୋଟି ମହିଳାଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ  । ଚଳିତ ବର୍ଷ ବଜେଟରେ ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯିବ  ।

ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେଯେ, ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ  । ଏଥିପାଇଁ ୫୫୮୨୫ କୋଟି ଟଙ୍କା ଖର୍ଚ୍ଚ ହେବ  । ରାକ୍ଷୀ ପୂର୍ଣ୍ଣିମା ଓ ମାର୍ଚ୍ଚ ୮ ମହିଳା ଦିବସରେ ୫ ହଜାର ଟଙ୍କା ପ୍ରଦାନ କରାଯିବ  । ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ  । ସେହିପରି ସୁଭଦ୍ରା ଡେବିଟ୍ କାର୍ଡ଼ ମଧ୍ୟ ପ୍ରଦାନ କରାଯିବ  । ସରକାରୀ ଯୋଜନାରେ ମାସିକ ୧୫ ଶହ ଟଙ୍କା କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ବା ତଦ୍ଦୁଦ୍ଧ୍ୱର୍ ସହାୟତା ରାଶି ପାଉଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବେନାହିଁ  । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଆଦିରେ ମାଗଣାରେ ଫର୍ମ ଉପଲବ୍ଧ ହେବ  ।

  • Related Posts

    State-wide fire safety mock drill on March 28

    Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

    Continue reading
    Heatwave Worries: Outdoor Activity Banned 11 a.m. to 3 p.m.

    Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ