ହାତରେ କଳା ପଟି ବାନ୍ଧି ଧାରଣାରେ ବସିଲେ ଶରଦ ପାଓ୍ୱାର୍‌

ହାତରେ କଳା ପଟି ଆଉ ମୁହଁରେ କଳା ମାସ୍କ। ଧାରଣାରେ ବସିଲେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ତଥା ଏନ୍‌ସିପିର ମୁଖିଆ ଶରଦ ପାଓ୍ୱାର। ମହାରାଷ୍ଟ୍ରର ବଦଲାପୁର ସ୍କୁଲରେ ଦୁଇ ଛୋଟ ପିଲାଙ୍କୁ ଦିଆଯାଇଥିବା ଯୌନ ନିର୍ଯାତନା ବିରୋଧରେ ଧାରଣାରେ ବସିଛନ୍ତି।

ମହାବିକାଶ ଅଘାଡି ଆଜି ଏ ସମ୍ପର୍କରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଥିଲା। ତେବେ ବମ୍ବେ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ଏହା ପରେ ପୁଣେରେ ଏମଭିଏ ଦଳ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ଶରଦ ପାୱାର କଳାପଟି ପିନ୍ଧି ଦଳର ନେତା ତଥା କର୍ମୀଙ୍କ ସହ ଧାରଣାରେ ବସିଛନ୍ତି। ତାଙ୍କ ସହ ଝିଅ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଅଛନ୍ତି।

ଏଠାରେ ଏକ ଜନସଭାକୁ ସମ୍ବୋଧିତ କରି ଶରଦ ପାଓ୍ୱାର ମହାରାଷ୍ଟ୍ର ସରକରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ଆମେ ଏଠାରେ ଏକ ଦୁଃଖଦ ଓ ଚିନ୍ତାଜନକ ଘଟଣା ବିରୋଧରେ ଏକାଠି ହୋଇଛୁ। ମହାରାଷ୍ଟ୍ରରେ ପ୍ରତିଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ହେଉଥିବା ଖବର ଶୁଣିବାକୁ ମିଳୁଛି। ସରକାର ଏହି ଘଟଣାକୁ ଗୁରୁତର ସହ ନେତା ଉଚିତ। ଯେତେ ଯାଏ ଦୋଷୀଙ୍କୁ ଫାଶୀ ଦଣ୍ଡ ନ ମିଳିଛି ସେତେଯାଏ ଆମେ ବିରୋଧ ଜାରି ରଖିବୁ।’

ସେପଟେ ଏନ୍‌ସିପି ନେତା ସୁପ୍ରିୟା ସୁଲେ ମଧ୍ୟ ବଦଲାପୁର ଘଟଣାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତ, ‘ବାବା ସାହେବ ଆମ୍ବେଦକର ସମସ୍ତଙ୍କୁ ଅଧିକାର ଦେଇଛନ୍ତି, କିନ୍ତୁ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣା ବଢ଼ିବାରେ ଲାଗିଛି। କିଛି ଘଟଣା ବାରମ୍ବାର ପୁନରାବୃତ୍ତି ହେଉଛି। କେତେକ କ୍ଷେତ୍ରରେ ପୁଲିସର ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ଲୋକଙ୍କ ମନରେ ପୁଲିସ ପ୍ରତି ଆଉ ଭୟ ନାହିଁ। ମୁଁ ଏଭଳି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରୁଛି।’

ସେପଟେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ‘ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ମହା ବିକାଶ ଅଗାଡି ଆଜି ବନ୍ଦ ଡାକରା ଦେଇଥିଲା। ଏହା ନ କରିବାକୁ କୋର୍ଟ କହିଛନ୍ତି। ଆମେ କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ, କିନ୍ତୁ ଆମେ ବିରୋଧ କରିବୁ। ଆମ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରାଯାଉଛି, କିନ୍ତୁ ଆମର ସଂଗ୍ରାମ ଜାରି ରହିବ।’

  • Related Posts

    ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

    ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

    Continue reading
    ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଅଗ୍ରଗତି ସମୀକ୍ଷା

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଅନୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ