ଅଁଳାନବମୀରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’ ରାଧାରାଣୀ

ପୁରୀ/ସାକ୍ଷୀଗୋପାଳ: ପବିତ୍ର ଅଁଳା ନବମୀ ପାଇଁ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଅଁଳା ନବମୀରେ ବର୍ଷକୁ ଗୋଟିଏ ଥର ସାକ୍ଷୀଗୋପିନାଥ ମନ୍ଦିରରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ପାଦ ଦର୍ଶନ ଅନୁଷ୍ଠିତ ହୋଇଥାଏ । ଏହାସହ ଠାକୁର ଶ୍ରୀ ଗୋପାଳଜୀଉଙ୍କ ନଟବର ବେଶ ଅନୁଷ୍ଠିତ ହୋଇଥାଏ । ଏହି ମନୋରମ ବେଶ ଦର୍ଶନ ଓ ପୂଜା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ପବିତ୍ର ଅଁଳା ନବମୀ ପାଇଁ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି । ଆଜି ସକାଳୁ ରାଧା ପାଦ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ଼ ମଧ୍ୟରେ ସିସିଟିଭି, ଲାଇଟିଙ୍ଗ ସହିତ ଫ୍ୟାନ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ୨ ଜଣ ଅତିରିକ୍ତ ଏସପି, ୧୧ ଡିଏସପି, ୨୧ ଜଣ ଇନ୍ସପେକ୍ଟର, ୭୦ ଏଏସଆଇ, ୨୫୦ ହୋମଗାର୍ଡଙ୍କ ସହିତ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଆଜି ରାତି ୧୨ ଟା ରୁ ପୋଲିସ ପକ୍ଷରୁ ଟ୍ରାଫିକ ଓ ପୋଲିସ ମୁତୟନ ବ୍ୟବସ୍ଥା ଆରମ୍ଭ ହେବ। ଏଥିସହ ତିନୋଟି କ୍ୟୁଆରଟି ବ୍ୟବସ୍ଥା କରାଯାଇଛି। ସେହିପରି ଅଗ୍ନିଶମ ବିଭାଗ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି । ପୁରୀ ଏସପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି ।

ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, “ପବିତ୍ର ପଂଚୁକ ବ୍ରତ ପାଇଁ ଆମେ ସ୍ବତନ୍ତ୍ର ବ୍ୟବସ୍ଥା କରିଛୁ । ଶ୍ରଦ୍ଧାଳୁ ମାନେ କିଭଳି ଭଲରେ ଆସିପାରିବେ, ଶୃଙ୍ଖଳିତ ଦର୍ଶନ ପାଇଁ ସଠିକ୍ ବ୍ୟାରିକେଡ଼ ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ, ପାର୍କିଂ ଆଦି ସବୁ ଉପରେ ବ୍ୟବସ୍ଥା କରାଯାଉଛି । ଏନେଇ ସବୁ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଭକ୍ତଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଫାଷ୍ଟଏଡ ସେଣ୍ଟର, ହବିଶ୍ୟାଳି ମା’ ମାନଙ୍କ ଦର୍ଶନ ନେଇ ସବୁ ଆଲୋଚୋନା ହୋଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ବେଳାଭୂମିରେ ହଜାର ହଜାର ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଲାଇଫ ଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରାଯିବ । କେବଳ ପୁରୀ ନୁହେଁ ରାମଚଣ୍ଡୀ, ଚନ୍ଦ୍ରଭାଗା, ପିରଯାହାନିଆରେ ମଧ୍ୟ ଏହି ବ୍ୟବସ୍ଥା ରହିବ । ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ରହିବ । ତେବେ ପଂଚୁକରେ ଶ୍ରୀମନ୍ଦିର ସିଂହ ଦ୍ଵାର ଦେଇ ଭକ୍ତ କେବଳ ପ୍ରବେଶ କରିବେ। ଅନ୍ୟ ତିନି ଦ୍ଵାରରେ ଭକ୍ତ ମାନେ ପ୍ରସ୍ଥାନ କରିବେ । ବଡ ଦାଣ୍ଡର ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହ ଦ୍ଵାର ବ୍ୟାରିକେଡ଼ ଯାଏ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି । ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ରହିବେ ।”

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ