ଅଗଷ୍ଟ ୨୯ରୁ ପ୍ରୋ କବାଡ଼ି ଲିଗ୍‌

ନୂଆଦିଲ୍ଲୀ: ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ର ୧୨ଶ ସଂସ୍କରଣ ଅଗଷ୍ଟ ୨୯ରୁ ଆରମ୍ଭ ହେବ। ଫ୍ରାଞ୍ଚାଇଜି ଭିତ୍ତିକ ପ୍ରୋ କବାଡ଼ି ଲିଗ୍‌ର ଗତ ୧୧ଟି ସଂସ୍କରଣରେ ୮ଟି ପୃଥକ୍‌ ଦଳ ଚମ୍ପିଆନ୍‌ ହୋଇଛନ୍ତି। ସଫଳତମ ଦଳ ଭାବେ ପାଟନା ପାଇରେଟ୍‌ସ କ୍ରମାଗତ ୩ ଥର ଚମ୍ପିଆନ୍‌ ହୋଇଛି। ଗତବର୍ଷ ହରିୟାଣା ଷ୍ଟିଲର୍ସ ପ୍ରଥମ ଥର ଜିତିଥିଲା। ୧୨ଟି ଦଳ ଡବଲ୍‌ ରାଉଣ୍ଡ ରବିନ୍‌ ଲିଗ୍‌ ଭିତ୍ତିରେ ବା ପରସ୍ପର ବିପକ୍ଷରେ ୨ ଥର ଲେଖାଏଁ ଖେଳିବେ। ପଏଣ୍ଟ ଟେବୁଲ୍‌ର ପ୍ରଥମ ୨ଟି ଦଳ ସେମିଫାଇନାଲକୁ ଏବଂ ପରବର୍ତ୍ତୀ ୪ଟି ଦଳ ଏଲିମିନେଟରକୁ ଉନ୍ନୀତ ହେବେ। ୬ ସପ୍ତାହ ତ​‌େ​‌ଳ ପ୍ରୋ କବାଡ଼ି ଲିଗ୍‌ ୧୨ଶ ସଂସ୍କରଣର ନିଲାମ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦ ଜଣ ଖେଳାଳି ୧ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲେ। ୨୦୧୪ରେ ଆରମ୍ଭ ହୋଇଥିବା ପ୍ରୋ କବାଡ଼ି ଲିଗ୍‌ ଦେଶର ଅନ୍ୟତମ ଶ୍ରେଷ୍ଠ ପେସାଦାର କ୍ରୀଡ଼ା ଟୁର୍ଣ୍ଣାମେଣ୍ଟରେ ପରିଣତ ହୋଇଛି।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ