ଆଜିଠାରୁ ଭାରତ-ଇଂଲଣ୍ଡ ଲର୍ଡସ ଲଢ଼େଇ

ଲର୍ଡସ: ଗୁରୁବାରଠାରୁ ଲର୍ଡସରେ ଇଂଲଣ୍ଡ-ଭାରତ ୩ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ। ଏହାକୁ ଜିତି ଉଭୟ ଦଳ ଆଗୁଆ ହେବାକୁ ଚାହିଁବେ। ଯଶପ୍ରୀତ ବୁମ୍‌ରା ଓ ଜୋଫ୍ରା ଆର୍ଚର ଖେଳିବା ମ୍ୟାଚ୍‌କୁ ଅଧିକ ଆକର୍ଷଣୀୟ କରିବ।ଇଂଲଣ୍ଡର ଗ୍ରାଉଣ୍ଡମାନଙ୍କ ମଧ୍ୟରୁ ଲର୍ଡସରେ ଭାରତ ଟେଷ୍ଟ କ୍ରିକେଟ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏଠାରେ ଭାରତ ୧୯୮୬, ୨୦୧୪ ଓ ୨୦୨୧ରେ ୩ଟି ଟେଷ୍ଟ ଜିତିଛି। ଗୋଟିଏ ମ୍ୟାଚ୍‌ର ବିଶ୍ରାମ ପରେ ଲର୍ଡସର ପେସ୍‌ ବୋଲିଂ ଉପଯୋଗୀ ପିଚ୍‌ରେ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନଙ୍କୁ ଘାଇଲା କରିବାକୁ ଯଶପ୍ରୀତ ବୁମ୍‌ରା ପ୍ରସ୍ତୁତ। ପୁଣି ୪ ବର୍ଷ ପରେ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ଜୋଫ୍ରା ଆର୍ଚର। ଏହା ସଂଯୋଗ ଯେ ୨୦୨୧ ଫେବୃଆରୀ​‌େ​‌ର ଆର୍ଚର ତାଙ୍କ ଶେଷ ଟେଷ୍ଟ ଭାରତ ବିପକ୍ଷରେ ଖେଳିଥିଲେ। ବ୍ରାଇଡନ୍ କାର୍ସ ଓ କ୍ରିସ୍‌ ୱକ୍‌ସ ଖେଳିବେ। ଇଂଲଣ୍ଡର ସବୁଠାରୁ ଅଭିଜ୍ଞ ପେସ୍‌ ବୋଲର କ୍ରିସ୍‌ ୱକ୍‌ସଙ୍କ ଫର୍ମ ଦଳକୁ ନିରାଶ କରିଛି। ଗତ ୨ଟି ଟେଷ୍ଟରେ ୱକ୍‌ସ ମାତ୍ର ୩ଟି ୱିକେଟ୍‌ ନେଇଛନ୍ତି। ତେବେ ଲର୍ଡସ ପିଚ୍‌ ତାଙ୍କ ବୋଲିଂକୁ ସୁହାଇପାରେ। ଏଠାରେ ତାଙ୍କ ବ୍ୟାଟିଂ ଆଭ୍‌ରେଜ ୪୨.୫୦ ଓ ବୋଲିଂ ଆଭ୍‌ରେଜ ୧୨.୯୧। ଭାରତ ବିପକ୍ଷରେ ଏଠାରେ ୨୦୧୮ରେ ୱକ୍‌ସ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ବୁମ୍‌ରାଙ୍କୁ ସ୍ଥାନଦେବା ପାଇଁ ପ୍ରସିଦ୍ଧ କୃଷ୍ଣ ବସିବେ। ଦ୍ବିତୀୟ ଟେଷ୍ଟରେ ଆକାଶ ଦୀପ ଓ ସିରାଜଙ୍କ ବୋଲିଂ ଭାରତକୁ ଅଧିକ ଉତ୍ସାହିତ କରିଛି। ଫଳରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପେସ୍‌ ବୋଲିଂ ଲାଇନ୍‌ ସହ ଭାରତ ଲର୍ଡସରେ ଓହ୍ଲାଇବ। ପିଚ୍‌ରେ ବାଉନ୍‌ସ ସହ ବଲ୍‌ ସିମ୍‌ ହେବାର ଥିବାରୁ ବ୍ୟାଟ୍‌ସମ୍ୟାନଙ୍କୁ ଅଗ୍ନିପରୀକ୍ଷା ଦେବାକୁ ପଡ଼ିବ। ତେବେ ୨ୟ ଟେଷ୍ଟର ପ୍ରଦର୍ଶନ ପରେ ଭାରତୀୟ ବ୍ୟାଟରଙ୍କ ମନୋବଳ ଶୀର୍ଷରେ।

ଅଧିନାୟକ ଗିଲ୍‌ ୩ଟି ଓ ଋଷଭ ପନ୍ତ ୨ଟି ଶତକ ମାରିଛନ୍ତି। କେ.ଏଲ୍‌. ରାହୁଲ ଓ ଯଶସ୍ବୀ ଜୟସୱାଲ ମଧ୍ୟ ଶତକ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡ଼େଜା ଭଲ ବ୍ୟାଟିଂ କରିଛନ୍ତି। ଲର୍ଡସରେ ୨ୟ ସ୍ପିନର ଆବଶ୍ୟକ ନାହାନ୍ତି ବୋଲି ଯଦି ଭାରତ ଅନୁଭବ କରେ, ତେବେ ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇପାରେ। ତେବେ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ସାର୍ଦୁଳ ଠାକୁର ଏହି ସ୍ଥାନରେ ଖେଳିବାର ସମ୍ଭାବନା ଅଧିକ। ଯଦି ଅଲ୍‌ରାଉଣ୍ଡର ଭାବେ ସୁନ୍ଦର କିମ୍ବା ସାର୍ଦୁଳ ଖେଳନ୍ତି; ତେବେ ସାଇ ସୁଦର୍ଶନଙ୍କୁ ୩ନଂ ସ୍ଥାନରେ କରୁଣ ନାୟାରଙ୍କ ସ୍ଥାନରେ ଭାରତ ଖେଳାଇପାରେ। ପୁଣି ସୁନ୍ଦରଙ୍କୁ ଦଳରେ ରଖି ବ୍ୟାଟିଂ ଅଲ୍‌ରାଉଣ୍ଡର ନୀତୀଶ କୁମାର ରେଡ୍‌ଡୀଙ୍କୁ ଭାରତ ବସାଇପାରେ। ଲର୍ଡସ ପିଚ୍‌ରେ ଘାସ ଥିଲେ ହେଁ ଏଠାରେ ତାପମାତ୍ରା ଅଧିକ ରହୁଛି। ତେଣୁ ପିଚ୍‌ ଶୁଖିଗଲେ ୩ୟ ଦିନରୁ ବଲ୍‌ ସ୍ପିନ୍‌ କରିପାରେ। ମୋଟଉପରେ ଏହି ପିଚ୍‌​‌େ​‌ର ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିବ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ ମଧ୍ୟ ଆରମ୍ଭରୁ ପେସ୍‌ ବୋଲର ମାରାତ୍ମକ ପ୍ରମାଣିତ ହୋଇଥିଲେ। ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ଯେପରି ଫର୍ମରେ ଅଛନ୍ତି; ତାହାକୁ ନେଇ ଇଂଲଣ୍ଡ ଚିନ୍ତିତ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ