ଅନ୍ୟ ଦେଶ ଉପରେ କଟକଣା ଲଗାଇ ରୁଷ୍‌ରୁ ଡିଜେଲ କିଣିବ ଆମେରିକା

ମସ୍କୋ: ରୁଷ ସହ କାରବାର କରୁଥିବା ଦେଶଙ୍କ ଉପରେ ଶୁଳ୍କ ଲାଗୁ କରୁଥିବା ଆମେରିକାର ଏକ ନିଷ୍ପତ୍ତି ବର୍ତ୍ତମାନ ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ଏବଂ ବିଶ୍ୱ ବଜାରକୁ ୩ ଲକ୍ଷ ମେଟ୍ରିକ୍ ଟନ୍ ଇନ୍ଧନ ଯୋଗାଣ କରିବାକୁ ରାଜି ହୋଇଛନ୍ତି। ପୁଟିନଙ୍କ ସହ ସଫଳ ଆଲୋଚନା ପରେ ଟ୍ରମ୍ପ ସାମାଜିକ ଗଣମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ନିଷ୍ପତ୍ତି ଇରାନ ସହିତ ଉତ୍ତେଜନା ମଧ୍ୟରେ ବର୍ଦ୍ଧିତ ତୈଳ ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ। ଅନ୍ୟପକ୍ଷରେ ପୁଟିନଙ୍କ ସହ ଏହି ଚୁକ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କ୍ରୋଧିତ କରିଛି। ସେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଅନ୍ୟାୟ ବୋଲି କହିଛନ୍ତି। ଜେଲେନସ୍କି କହିଛନ୍ତି ଏହି ନିଷ୍ପତ୍ତି ୟୁକ୍ରେନ ଏବଂ ଅନ୍ୟ ସହଯୋଗୀଙ୍କ ପ୍ରତି ବଡ଼ ଅନ୍ୟାୟ। କାରଣ ପେଟ୍ରୋଲିୟମ ଉତ୍ପାଦ ବିକ୍ରୟକୁ ଅନୁମତି ଦେବା ଦ୍ୱାରା ମସ୍କୋକୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିବା ପାଇଁ ଅତିରିକ୍ତ ପାଣ୍ଠି ମିଳିବ।
ଜେଲେନସ୍କି ସାମାଜିକ ଗଣମାଧ୍ୟମରେ ଦର୍ଶାଇଛନ୍ତି ଆମେରିକା ପୁଟିନଙ୍କୁ ଉପହାର ଦେବା ଦ୍ୱାରା ନା ଶାନ୍ତି ଆସିବ ନା ସଭ୍ୟ ବିଶ୍ୱର ଲାଭ ହେବ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ମୁଁ ଭାବୁଛି ଆମ ଦେଶକୁ କେବଳ ବଳି ବୋଦା ଭାବରେ ବ୍ୟବହାର କରାଯାଉଛି। ଏହା ଠିକ୍ ନୁହେଁ। ଅଂଶୀଦାରମାନେ ପରସ୍ପର ସହିତ ଏପରି ବ୍ୟବହାର କରିବା ଉଚିତ୍ ନୁହେଁ। ଜେଲେନସ୍କି ଏହି ଚୁକ୍ତିନାମାକୁ ଜଣେ ଶକ୍ତିଶାଳୀ ସହଯୋଗୀଙ୍କର ଏକ ଦୁର୍ବଳ ନିଷ୍ପତ୍ତି ବୋଲି କହିଛନ୍ତି। ପୁଟିନଙ୍କ ସହ ଆଲୋଚନା ପରେ, ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଦର୍ଶାଇଛନ୍ତି ରୁଷ ତରଫରୁ ଆମେରିକା ଏବଂ ବିଶ୍ୱ ବଜାରକୁ ତୁରନ୍ତ ଇନ୍ଧନ ଯୋଗାଇ ଦିଆଯିବ। ନଭେମ୍ବରରେ ହେବାକୁଥିବା ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ପୂର୍ବରୁ ରୁଷ ସହିତ ଟ୍ରମ୍ପ ଏଭଳି ଚୁକ୍ତି କରିଛନ୍ତି।

  • Related Posts

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ। ରୋଗୀଙ୍କୁ ବ୍ୟବହାର କରି ନିଜର ପ୍ରଚାର ପ୍ରସାର କରିପାରିବେନି ଡାକ୍ତର। ନିଜକୁ ‘ନମ୍ବର ୱାନ୍’ କିମ୍ବା ‘ବେଷ୍ଟ ଡାକ୍ତର’ କହି ରୋଗୀଙ୍କୁ କରିପାରିବେନି ଆକର୍ଷିତ। ରୋଗୀଙ୍କୁ ଆକୃଷ୍ଟ କରିବାକୁ AIରେ ତିଆରି ପ୍ରମୋସନାଲ୍ କଣ୍ଟେଣ୍ଟ,…

    Continue reading
    ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଦିଲ୍ଲୀରେ ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖ

    ଦିଲ୍ଲୀରେ ସ୍ଥିତି ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖିବାକୁ କହିଛନ୍ତି କୋର୍ଟ । ଆଇନଶୃଙ୍ଖଳା କିମ୍ବା ଟ୍ରାଫିକ୍‌ ସମସ୍ୟା ନଥିଲେ ରାସ୍ତାରେ ଲାଗିଥିବା ବ୍ୟାରିକେଡ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ