ଅପପୃଷ୍ଟି ନିୟନ୍ତ୍ରଣରେ ନବରଙ୍ଗପୁର ଜିଲ୍ଲାକୁ ସର୍ବ ଭାରତୀୟ ସ୍ତରରେ ନିତି ଆୟୋଗ ପକ୍ଷରୁ ପୁରସ୍କାର ପ୍ରଦାନ

ନବରଙ୍ଗପୁର,10/10: ଦେଶର ୧୧୨ଟି ଅକ୍ଷାଂକା ଜିଲ୍ଲା ମଧ୍ୟରୁ ଅପପୃଷ୍ଟି ନିୟନ୍ତ୍ରଣରେ ସଫଳତା ହାସଲ କରିଥିବାରୁ ନବରଙ୍ଗପୁର ଜିଲ୍ଲାକୁ ସର୍ବ ଭାରତୀୟ ସ୍ତରରେ ନିତି ଆୟୋଗ ପକ୍ଷରୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ନୀତି ଆୟୋଗର ସିଇଓ ଭି. ବି. ଆର. ସୁବ୍ରହ୍ମଣ୍ୟମଙ୍କଠାରୁ ଏହି ପ୍ରତିଷ୍ଠିତ ପୁରସ୍କାର ଗ୍ରହଣ କରିଛନ୍ତି। ଦିନ ଥିଲା ଆଧିବାସୀ ଅଧ୍ୟୁଷିତ ନବରଙ୍ଗପୁରଜିଲ୍ଲା ଅପପୃଷ୍ଟି ଶିଶୁଙ୍କ ପାଇଁ ଦୁର୍ନାମ ମୁଣ୍ଡାଇଥିଲା। ୨୦୧୪-୧୫ରେ ଜିଲ୍ଲାର ୧୦୦ ଶିଶୁରେ ୪୬ ଶିଶୁଙ୍କ ବୟସ ଅନୁଯାୟୀ ଉଚ୍ଚତା କମ ରହିଥିଲା। ୨୦୧୯-୨୦ରେ ଏହି ହାର ୪୪ ପ୍ରତିଶତକୁ ଖସିଥିଲା। ଏବେ ୨୦୨୪-୨୫ରେ ଏହା୧୦.୭୬ ପ୍ରତିଶତକୁ ହ୍ରାସ ପାଇଛି। ବୟସ ଅନୁଯାୟୀ ଶିଶୁଙ୍କ ଓଜନ କମ୍ ବର୍ଗରେ ୨୦୧୪-୧୫ରେ ୫୧ ପ୍ରତିଶତ ରହିଥିଲା। ୨୦୧୯-୨୦ରେ ୪୭ ପ୍ରତିଶତ ଓ ୨୦୨୪-୨୫ରେ ୩.୫୪କୁ ହ୍ରାସ ପାଇଛି। ଅତ୍ୟନ୍ତ କୁପୋଷଣ ଶିଶୁ ଯେଉଁମାନଙ୍କ ଓଜନ ଓ ଉଚ୍ଚତା ଉଭୟ କମ ରହିଛି ସେମାନଙ୍କ ପରିସଂଖ୍ୟନରେ ମଧ୍ୟ ଉନ୍ନତି ଘଟିଛି। ୨୦୧୯-୨୦ରେ ଏହି ହାର ୪୪ ପ୍ରତିଶତକୁ ଖସିଥିଲା। ଏବେ ୨୦୨୪-୨୫ରେ ଏହା୧୦.୭୬ ପ୍ରତିଶତକୁ ହ୍ରାସ ପାଇଛି। ବୟସ ଅନୁଯାୟୀ ଶିଶୁଙ୍କ ଓଜନ କମ୍ ବର୍ଗରେ ୨୦୧୪-୧୫ରେ ୫୧ ପ୍ରତିଶତ ରହିଥିଲା। ୨୦୧୪-୧୫ରେ ୩୬ ପ୍ରତିଶତ ଥିବା ବେଳେ ୨୦୧୯-୨୦ରେ ଏହା ୨୫ ଓ ୨୦୨୪-୨୫ରେ ୦.୪୮ ପ୍ରତିଶତକୁ ହ୍ରାସ ପାଇଛି। ଅପ‌ପୁଷ୍ଟି ରୋକିବାକୁ ଜିଲ୍ଲାସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲାପ୍ରଶାସନ, ଜିଲ୍ଲାସ୍ବାସ୍ଥ୍ୟ ବିଭାଗର ସମନ୍ବୟରେ ତୃଣମୂଳ ସ୍ତରରେ ଏହାକୁ ନିୟନ୍ତ୍ରଣ କରିବାରେ ସଫଳତା ମିଳିଛି। ଏହି ପୁରସ୍କାର ଆଗାମୀ ଦିନରେ ଜିଲ୍ଲାସ୍ତରରୁ ତୃଣମୂଳସ୍ତର ଯାଏଁ କାମ କରୁଥିବା ସମସ୍ତ ବିଭାଗର କର୍ମଚାରୀଙ୍କ ଉଦ୍ୟମରେ ମିଳିଛି। ସେମାନେ ପ୍ରଶାଂସାର ପାତ୍ର ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ଅପରପକ୍ଷରେ ଏହି ଧାରାକୁ ବଜାୟ ରଖିବା ସହ ତୃତୀୟ ସ୍ଥାନରୁ କିଭଳି ପ୍ରଥମ ସ୍ଥାନକୁ ଯିବାକୁ ପଡିବ ସେ ଉଦ୍ୟମ ବି ଆରମ୍ଭ କରିବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲାପାଳ।

  • Related Posts

    ରାଜ୍ୟ ଯୋଜନା ବୋର୍ଡ ହେଲା ‘ସିଟି-ଓଡ଼ିଶା’

    ଭୁବନେଶ୍ୱର: ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନିତି ଓ ବିକାଶ’ର ଥିଙ୍କଟ୍ୟାଙ୍କ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା…

    Continue reading
    ପୁଣି ଏକ ହାତୀ ମୃତ

    କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ