ଅଫିସରଙ୍କୁ ଦେବାକୁ ପଡ଼ିବ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର

ଭୁବନେଶ୍ୱର: ଅଫିସରମାନେ ଉପଯୋଗ କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ତେଲ ଦର ବଢ଼ିଥିବାରୁ ୮ବର୍ଷ ପରେ ଏହି ଭଡ଼ାରେ ସଂଶୋଧନ ଆବଶ୍ୟକତା ପଡ଼ିଛି ବୋଲି ଅର୍ଥ ବିଭାଗ କହିବା ସହ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ବାସଭବନରୁ ଅଫିସ୍ ଯିବାଆସିବା, ଅଫିସ କାର୍ୟ୍ୟରେ ଭୁବନେଶ୍ୱରରୁ କଟକ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ୟ୍ୟ ନିମନ୍ତେ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଭଡ଼ା ଦରରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି ।

ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସଚିବ ଓ ତଦୁର୍ଦ୍ଧ୍ୱ, ଅତିରିକ୍ତ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କ ସମେତ ଆଇଜି ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇପିଏସ୍ ଅଫିସର, ସିସିଏଫ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇଏଫଏସ୍ ଅଫିସର, କମିଶନର ପାହ୍ୟାର ଆଇଏଏସ୍ ଅଫିସରମାନେ( ଚକବନ୍ଦୀ କମିଶନର, ବନ୍ଦୋବସ୍ତ କମିଶନର, ଭୂସଂସ୍କାର କମିଶନର ଆଦି ପଦବୀ ନୁହେଁ) ବ୍ୟକ୍ତିଗତ କାର୍ୟ୍ୟ ପାଇଁ ସରକାର ଗାଡ଼ିକୁ ସଂଶୋଧିତ ଭଡ଼ା ଦେଇ ଉପଯୋଗ କରିପାରିବେ । ଏବେ ମାସକୁ ସର୍ବାଧିକ ୩୦୦କିମି ପର୍ୟ୍ୟନ୍ତ ବ୍ୟକ୍ତିଗତ କାର୍ୟ୍ୟରେ ସରକାରୀ ଗାଡ଼ିର ଉପଯୋଗ ପାଇଁ ଅଫିସରଙ୍କୁ ୨୫୨୦ଟଙ୍କା ଏବଂ ୩୦୦ରୁ ୫୦୦କିମି ପର୍ୟ୍ୟନ୍ତ ୪୨୦୦ଟଙ୍କା ଦେବାକୁ ପଡ଼ୁଛି । ତେବେ ସଂଶୋଧିତ ଦରରେ ଆସନ୍ତା ଫେବୃୟାରୀ ପହିଲାରୁ ଏହା ଯଥାକ୍ରମେ ମାସିକ ଭଡ଼ା ୩୭୮୦ଟଙ୍କା ଓ ୬୩୦୦ଟଙ୍କା ଦେବାକୁ ପଡ଼ିବ ।ଭୁବନେଶ୍ୱରୁ କଟକ ଅବା କଟକରୁ ଭୁବନେଶ୍ୱରରେ ଅଫିସ୍ କାର୍ୟ୍ୟ ପାଇଁ ଯାତାୟତ କରୁଥିବା ଅଫିସରମାନଙ୍କ ମାସିକ ଭଡ଼ା ବାବଦ ଅର୍ଥ ୬ହଜାର ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି । ତେବେ ଗୋଟିଏ ଗାଡ଼ିକୁ ଯଦି ମିଳିତ ଭାବେ ଅଫିସରମାନେ(ସିଙ୍ଗଲ ଗାଡ଼ି ଉପଯୋଗ ପାଇଁ ଯୋଗ୍ୟ ଅଫିସର) ବ୍ୟବହାର କରିବେ ତା’ହେଲେ ସେମାନଙ୍କଠୁ ସମାନ ଭାବରେ ଭଡ଼ା ଭାଗଭାଗ କରି ଆଦାୟ କରାଯାଇପାରିବ । ଉଦାହରଣ ସ୍ୱରୂପ ଦୁଇଜଣ ଅଫିସର ଯଦି କଟକରୁ ଭୁବନେଶ୍ୱର ଅବା ଭୁବନେଶ୍ୱରରୁ କଟକ ଗୋଟିଏ ଗାଡ଼ିରେ ଯାତାୟତ କରନ୍ତି ତେବେ ୬ହଜାର ଟଙ୍କା ଭଡ଼ାକୁ ଉଭୟଙ୍କଠୁ ସମାନ ଭାଗରେ ଆଦାୟ କରାଯିବ । ଅବଶ୍ୟ ଏଥିପାଇଁ ଉଭୟ ଅଫିସର ସିଙ୍ଗଲ ସରକାରୀ ଗାଡ଼ି ଉପଯୋଗ ନିମନ୍ତେ ଯୋଗ୍ୟ ହୋଇଥିବା ଜରୁରୀ ।

ବାସଭବନରୁ ଅଫିସ୍ ଯିବା ନିମନ୍ତେ ସରକାରୀ ଗାଡ଼ି ଉପଯୋଗ ପାଇଁ ବିଭିନ୍ନ ବର୍ଗର ଅଫିସରଙ୍କ ନିମନ୍ତେ ଧାର୍ୟ୍ୟ ଭଡ଼ାକୁୁ ମଧ୍ୟ ସଂଶୋଧନ କରାଯାଇଛି । ସଚିବ,ଅତିରିକ୍ତ ସଚିବ,ବିଭାଗୀୟ ମୁଖ୍ୟ ଓ ଆରଡିସିଙ୍କୁ ଏଣିକି ମାସିକ ୧୬୮୦ଟଙ୍କା ବଦଳରେ ୨୫୨୦ଟଙ୍କା, ପ୍ରଶାସନିକ ବିଭାଗୀୟ ଅଧିକାରୀ ଓ ମିଳିତ ଭାବେ ଗାଡ଼ି ଉପଯୋଗ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ମାସିକ ୧୧୨୦ଟଙ୍କା ପରିବର୍ତ୍ତ ୧୬୮୦ଟଙ୍କା, ସରକାରୀ ଗାଡ଼ି ପାଇଥିବା ଅନ୍ୟ ଅଫିସରଙ୍କୁ ମାସିକ ୧୪୦୦ଟଙ୍କା ପରିବର୍ତ୍ତେ ୨୧୦୦ଟଙ୍କା ଏବଂ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ମାସିକ ୧୧୨୦ଟଙ୍କା ପରିବର୍ତ୍ତେ ୧୬୮୦ଟଙ୍କା ଭଡ଼ା ଦେବାକୁ ପଡ଼ିବ । ଏହି ସଂଶୋଧିତ ଭଡ଼ା ଫେବୃୟାରୀ ପହିଲାରୁ ସେମାନଙ୍କୁ ଦେବାକୁ ପଡ଼ିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ