ଏଲନ ମସ୍କଙ୍କର ସାଟେଲାଇଟ୍ କମ୍ୟୁନିକେସନ୍ କମ୍ପାନୀ ଷ୍ଟାରଲିଙ୍କ୍କୁ ଭାରତରେ ଲଞ୍ଚ୍ କରିବା ପାଇଁ ସରକାର ଅନୁମତି ଦେବାରେ ବିଳମ୍ବ କରୁଛନ୍ତି ବୋଲି ସେ ପୂର୍ବରୁ ଅଭିଯୋଗ କରୁଥିଲେ । ଏବେ ତାଙ୍କ ସ୍ୱରକୁ ଆହୁରି ଶାଣିତ କରି ମସ୍କ ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ସିଧାସଳଖ ଅମ୍ବାନୀଙ୍କୁ ଏହି ବିଳମ୍ବ ପାଇଁ ଦାୟୀ କରିଛନ୍ତି ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ଭାରତ ସରକାର କାମ କରୁଛି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି । ସେ ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ଏକ ପୋଷ୍ଟରେ ଲେଖିଛନ୍ତି, “ସମ୍ମାନୀୟ ପ୍ରଧାନମନ୍ତ୍ରୀ ଅମ୍ବାନୀ, ଦୟାକରି ଆପଣ ଭାରତର ପ୍ରକୃତ ବସ୍ ବୋଲି ଜାଣିପାରି ନଥିବାରୁ ମୋର ବିନମ୍ର କ୍ଷମା ପ୍ରାର୍ଥନା ଗ୍ରହଣ କରନ୍ତୁ । ସ୍ପଷ୍ଟ ଭାବରେ, ଆପଣ ଭାରତର ମହାନ ଲୋକଙ୍କ ଉପରେ ଆପଣଙ୍କର ଏକଚାଟିଆ ଶୋଷଣ ଜାରି ରଖିବାକୁ ଚାହୁଁଛନ୍ତି, କିନ୍ତୁ ଆପଣ କ’ଣ ଷ୍ଟାରଲିଙ୍କ୍କୁ ପ୍ରତିଯୋଗିତା କରିବାକୁ ଅନୁମତି ଦେବା ବିଷୟରେ ବିଚାର କରିବେ’?ସେ କହିଛନ୍ତି, “ଭାରତରେ ଅଞ୍ଚଳ ଅଛି ଯେଉଁଠାରେ ଇଣ୍ଟରନେଟ୍ ସଂଯୋଗର ଅଭାବ ରହିଛି । ଏହା ପିଲାମାନଙ୍କୁ ଶିକ୍ଷା ଏବଂ ଛୋଟ ବ୍ୟବସାୟଗୁଡ଼ିକୁ ବିଶ୍ୱ ବଜାରରେ ସେମାନଙ୍କର ସାମଗ୍ରୀ ବିକ୍ରି କରିବାର ସୁଯୋଗରୁ ବଞ୍ଚିତ କରୁଛି । ଷ୍ଟାରଲିଙ୍କ୍ ସେମାନଙ୍କ ଜୀବନକୁ ଉନ୍ନତ କରିପାରିବ ।’ ତେଣୁ ଭାରତର ବ୍ୟବସାୟ କରିବାର ପାଇଁ ଷ୍ଟାରଲିଙ୍କ୍କୁ ଅନୁମତି ମିଳୁ । “ଅମ୍ବାନୀ ହେଉଛନ୍ତି ଭାରତର ପ୍ରକୃତ ମାଲିକ’ ବୋଲି ମନ୍ତବ୍ୟ ଦେବାର ଗୋଟିଏ ଦିନ ପରେ ମସ୍କଙ୍କର ଏହି ମତ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଦିଲ୍ଲୀ ବନ୍ଦ: ମୋବାଇଲ ନେଟ୍, ମେଟ୍ରୋ, ରାସ୍ତା ଅବରୋଧ
ନୂଆଦିଲ୍ଲୀ: ଦିଲ୍ଲୀର ସୀମାରେ ଯାଞ୍ଚ ଏବଂ ଭିତରେ ବ୍ୟାରିକେଡ୍ ରାସ୍ତା, ମୋବାଇଲ ଇଣ୍ଟରନେଟ୍ ବନ୍ଦ ଏବଂ ମେଟ୍ରୋ ଷ୍ଟେସନ ବନ୍ଦ — ଶନିବାର ସକାଳେ ଜନ୍ତର ମନ୍ତରରେ ପ୍ରତିବାଦକାରୀମାନଙ୍କୁ ଏକାଠି ହେବାରୁ ରୋକିବା ପାଇଁ ଦିଲ୍ଲୀ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ…








