ଅଶାନ୍ତ ଝଡ଼: ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବିପର୍ୟ୍ୟୟ ତାଙ୍କ ପରିବାରରେ ଅଶାନ୍ତ ଝଡ଼ ସୃଷ୍ଟି କରିଛି। ଲାଲୁଙ୍କୁ ନିଜର ଗୋଟିଏ କିଡ୍‌ନୀ ଦେଇ ଅତୀତରେ ରାଜନୀତିରେ ଚର୍ଚ୍ଚାକୁ ଆସିଥିବା ତାଙ୍କ ଦ୍ବିତୀୟ ଝିଅ ରୋହିଣୀ ଆଚାର୍ୟ୍ୟ ଦଳର ଏଭଳି ଶୋଚନୀୟ ପ୍ରଦର୍ଶନ ପାଇଁ ସିଧାସଳଖ ଭାଇ ତେଜସ୍ବୀଙ୍କୁ ଦାୟୀ କରିଛନ୍ତି। ଏପରିକି ପରିବାର ସହ ସମ୍ପର୍କ ଛିନ୍ନ କରିସାରିଛନ୍ତି। ରୋହିଣୀ ଏଭଳି ଚରମ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ଶନିବାର ଅପରାହ୍ଣରେ ସାନ ଭାଇ ତେଜସ୍ବୀଙ୍କ ସହ ପ୍ରବଳ ଯୁକ୍ତିତର୍କ ହେବା ଏବଂ ତେଜସ୍ବୀ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଚପଲ ଫିଙ୍ଗିଥିବା ଭଳି ଘଟଣା ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ, ଲାଲୁଙ୍କ ଅନ୍ୟ ତିନି ଝିଅ ନିର୍ବାଚନ ବିପର୍ୟ୍ୟୟ ଓ ପାରିବାରିକ ଅଶାନ୍ତି ପରେ ଘର ଛାଡିଥିବା ଜଣାପଡିଛମିଳିଥିବା ସୂଚନାନୁଯାୟୀ, ଦଳର ପ୍ରଦର୍ଶନ ପାଇଁ ତେଜସ୍ବୀ କୁଆଡେ ରୋହିଣୀଙ୍କୁ ପ୍ରଥମେ ଦାୟୀ କରିଥିଲେ। ‘ତୁମ ଯୋଗୁଁ ଆମେ ନିର୍ବାଚନ ହାରିଲୁ, ଆମ ଉପରେ ତୁମର ଅଭିଶାପ ପଡିଛି’ ବୋଲି ତେଜସ୍ବୀ କହିଥିଲେ। ଏହାପରେ ତେଜସ୍ବୀଙ୍କ ବଡ଼ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ଫୋପାଡିଥିଲେ। ସୂଚନାଯୋଗ୍ୟ ଏକଦା ରାଜନୀତିରେ ସକ୍ରିୟ ଥିବା ରୋହିଣୀ ଅଭିଯୋଗ କରିଛନ୍ତି ଯେ ତେଜସ୍ବୀଙ୍କ ଅତି ଘନିଷ୍ଠ କୁହାଯାଉଥିବା ସଞ୍ଜୟ ଯାଦବ ଓ ରମିଜ୍‌ ନିମତ ଖାନ ଦଳର ପରାଜୟ ପାଇଁ ଶହେ ପ୍ରତିଶତ ଦାୟୀ। ପରାଜୟ ପରେ ଏ ଦୁଇଜଣ ଦୋଷ କାହିଁକି ମୁଣ୍ଡାଉ ନାହାନ୍ତିି ବୋଲି ରୋହିଣୀ ପ୍ରଶ୍ନ କରିବାରୁ ତେଜସ୍ବୀ ଏଥିରେ ଉତ୍‌କ୍ଷିପ୍ତ ହୋଇପଡିଥିଲେ। ରାଜନୀତିରେ ଚାଣକ୍ୟ ସାଜିଥିବା ଲୋକ ଉତ୍ତରଦାୟୀ ରହିବା ଉଚିତ ବୋଲି ରୋହିଣୀ କହିଥିଲେ। ତେଜସ୍ବୀଙ୍କ ଦୁଇ ରାଜନୈତିକ ପରାମର୍ଶଦାତାଙ୍କୁ ଦୋଷ ଦେବା ରୋହିଣୀଙ୍କ ପାଇଁ ମହଙ୍ଗା ପଡିଛି। ଏହି କାରଣରୁ ତାଙ୍କୁ ଘରୁ ତଡି ଦିଆଯାଇଛି ବୋଲି ରୋହିଣୀ ଅଭିଯୋଗ କରିଛନ୍ତି।ଶନିବାର ଘଟଣାକୁ ନେଇ ରୋହିଣୀ ତାଙ୍କର ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ‘ଆଜି ଜଣେ ଝିଅ, ଭଉଣୀ, ବିବାହିତା ମହିଳା ଏବଂ ଜଣେ ମାଆଙ୍କୁ ଅପମାନିତ ହେବାକୁ ପଡିଛି’। ତେଜସ୍ବୀ ତାଙ୍କ ଉପରକୁ ଚପଲ ଫୋପାଡିବା ଘଟଣା ରୋହିଣୀଙ୍କ ସ୍ବାଭିମାନରେ ଆଞ୍ଚ ଆଣିଥିବା ସେ କହିଛନ୍ତି। ବାପମାଆ ଓ ଭଉଣୀମାନେ କାନ୍ଦୁଥିବାବେଳେ ଘର ଛାଡିବା ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି ରୋହିଣୀ କହିଛନ୍ତି। ତେଜସ୍ବୀ ଓ ତାଙ୍କ ସହଯୋଗୀମାନେ ମୋତେ ବାପଘର ସହ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି। ଏତେ ନିର୍ୟାତନା ସତ୍ତ୍ବେ ସତ କହିବାକୁ ସେ ପଶ୍ଚାତପଦ ହେବେ ନାହିଁ ବୋଲି ରୋହିଣୀ ମତବ୍ୟକ୍ତ କରିଛନ୍ତି।
ରୋହିଣୀଙ୍କ ବ୍ୟତୀତ ଲାଲୁଙ୍କ ଅନ୍ୟ ତିନି କନ୍ୟା ରାଜଲକ୍ଷ୍ମୀ, ରାଗିଣୀ ଓ ଛନ୍ଧା ଯାଦବ ମଧ୍ୟ ନିଜ ପିଲାମାନଙ୍କୁ ନେଇ ବାପଘର ଛାଡିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଲାଲୁଙ୍କର ମୋଟ ୯ ସନ୍ତାନଙ୍କ ମଧ୍ୟରୁ ତେଜପ୍ରତାପ ଓ ତେଜସ୍ବୀ ପୁଅ ଥିବାବେଳେ ଅନ୍ୟ ୭ଜଣ କନ୍ୟା ରହିଛନ୍ତି। ଚଳିତ ନିର୍ବାଚନରେ ଆରଜେଡି ଏଥର କ୍ଷମତାକୁ ଫେରିବ ବୋଲି ଲାଲୁ ଓ ତେଜସ୍ବୀ ଆଶାବାଦୀ ଥିବାବେଳେ ଦଳକୁ ମାତ୍ର ୨୫ଟି ଆସନ ମିଳିବା ପରେ ପୂରା ପରିବାର ହତାଶ ହୋଇପଡିଛି। ତେଜସ୍ବୀଙ୍କ ମହାମେଣ୍ଟକୁ ୩୫ ଆସନରେ ସନ୍ତୁ​‌ଷ୍ଟ ହେବାକୁ ପଡିଥିବାରୁ କ୍ଷମତା ହାସଲ ଆଶା ମଉଳି ଯିବାରୁ ଲାଲୁ ପରିବାର ସଦସ୍ୟଙ୍କ ମଧ୍ୟରେ ବିଦ୍ରୋହର ବହ୍ନି ସୃଷ୍ଟି ହୋଇଛି। ପୂର୍ବରୁ ବଡ଼ଭାଇ ତେଜପ୍ରତାପ ଦଳ ଓ ଘର ଛାଡି ଅନ୍ୟତ୍ର ଅବସ୍ଥାନ ସହ ଏଥର ନିର୍ବାଚନ ଲଢି ପରାଜିତ ହୋଇଛନ୍ତି।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ