ଆଇଏଏସ୍‌ ଜ୍ଞାନେନ୍ଦ୍ର କୁମାର ଗିରଫ

ବେଙ୍ଗାଲୁରୁ : କର୍ଣ୍ଣାଟକ ପବ୍ଲିକ ସର୍ଭିସ କମିସନ (କେପିଏସ୍‌ସି) ପରିଚାଳିତ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଆଇଏଏସ ଅଫିସର ଜ୍ଞାନେନ୍ଦ୍ର କୁମାର ଗଙ୍ଗୱାରଙ୍କୁ କର୍ଣ୍ଣାଟକ ସିଆଇଡି ଗିରଫ କରିଛି। କେପିଏସ୍‌ସି ଦ୍ୱାରା ପରିଚାଳିତ ପ୍ରାଣୀଚିକିତ୍ସା ଅଧିକାରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗର ତଦନ୍ତ ପୂର୍ବକ ସିଆଇଡି ୨୦୧୬ ବ୍ୟାଚ୍‌ର ଆଇଏଏସ ଜ୍ଞାନେନ୍ଦ୍ରଙ୍କୁ ଗିରଫ କରିଛି। ସିଆଇଡି ଅଧିକାରୀ ଶୁକ୍ରବାର ଓ ଶନିବାର କ୍ରମାଗତ ଦୁଇ ଦିନ ଧରି ଗଙ୍ଗୱାରଙ୍କୁ ଜେରା କରିବା ପରେ ତାଙ୍କୁ ଗିରଫ କରିଛନ୍ତି। ଜ୍ଞାନେନ୍ଦ୍ର ଫେବୃଆରୀ ୨୦୨୪ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କେପିଏସ୍‌ସିର ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟରତ ଥିଲେ, ଯେଉଁ ସମୟରେ ୪୦୦ଟି ପ୍ରାଣୀଚିକିତ୍ସା ଅଧିକାରୀ ପଦ ପାଇଁ ପରୀକ୍ଷା ହୋଇଥିଲା। ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କରିବା, ଓଏମ୍‌ଆର ଉତ୍ତର ସିଟ୍‌ ହେରଫେର ଓ ଜାଲିଆତି କରି ନମ୍ବର ବଢ଼ାଇବା ଭଳି ଗୁରୁତର ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଓଏମଆର୍‌ ସିଟ୍ ଟାମ୍ପରିଂ କରିବା ବଦଳରେ ସେ ଦୁଇଜଣ ପରୀକ୍ଷାର୍ଥୀଙ୍କଠାରୁ ପ୍ରାୟ ୧.୧ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

  • Related Posts

    arrested ମଣିପୁରରେ ଲୁଚିଥିଲେ ଦମ୍ପତି: ସୁଟକେସରୁ ହୟତୁନା ନିଶାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଗିରଫ

    ତାମିଲନାଡୁ : ଏକ୍ସପ୍ରେସ୍‌ ଟ୍ରେନରେ ତାଙ୍କ ଖଣ୍ଡବିଖଣ୍ଡ ମୃତଦେହକୁ ଏକ ସୁଟକେସରେ ଛାଡିବା ଘଟଣାରେ ଦମ୍ପତିଙ୍କୁ ଗିରଫ କରାଯାଇଛି । ମଣିପୁରରୁ 2 ଜଣଙ୍କୁ ଗିରଫ କରାଯାଇଛି ବୋଲି ତାମିଲନାଡୁ ପୋଲିସ କହିଛି । ପ୍ରାୟ 340 ଅଧିକ ସିସିଟିଭି ଫୁଟେଜ୍‌…

    Continue reading
    ସାଇପ୍ରସ୍ ଉପକୂଳରେ ଡଙ୍ଗା ବୁଡ଼ି : ୭ ମୃତ, ୨୩ ନିଖୋଜ

    ନିକୋସିଆ : ଉତ୍ତର ସାଇପ୍ରସ୍‌ର କିରେନିଆ ବନ୍ଦର ନିକଟସ୍ଥ ସମୁଦ୍ରରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡି ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩ଜଣ ନିଖୋଜ ହୋଇଛନ୍ତି। ୨୬୭ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଡଙ୍ଗାଟି କିରେନିଆରୁ ତୁର୍କୀର ମେରସିନ୍ ପ୍ରଦେଶ ଅଭିମୁଖେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ