
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାକୁ ପ୍ରଥମଥର ପାଇଁ ଗସ୍ତ କରିବେ । ଉଦଳା କଲେଜ ପଡ଼ିଆରେ ହେଲିକାପ୍ଟର ଯୋଗେ ଆସି ଖଲାଡି ପଞ୍ଚାୟତ ପାଟପୁର ପଡ଼ିଆରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେବେ । ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ୟାକେଜ ଘୋଷଣା କରିବେ ବୋଲି ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ହେମକାନ୍ତ ସଏ, ଉପଜିଲ୍ଲାପାଳ ଶୁଶାନ୍ତ ବାରିକଙ୍କ ସମେତ ସମସ୍ତ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଯେପରି କୌଣସି ସମସ୍ୟା ନ ଉପୁଜେ ସେଦିଗରେ ନଜର ରଖିଛନ୍ତି ।ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ ସମସ୍ୟା ପ୍ରତି ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଏସପି ବରୁଣ ଗୁଣ୍ଠୁପାଲୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭ପ୍ଲାଟୁନ ପୁଲିସ ଫୋର୍ସ ସହିତ ୬୦ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି ।


