
ଭୁବନେଶ୍ୱର : ଆଜି ଓଡିଶା ବନ୍ଦା ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ବ୍ଲକ୍। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ କରାଯାଉଛି। ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ ସାଧାରଣ ଜନତା ହନ୍ତସନ୍ତ। ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଛି ବନ୍ଦର ପ୍ରଭାବ। ଅଖ ଚକ ବନ୍ଦ ସହ କେବଳ ଜରୁରୀ ସେବାକୁ ଛାଡି ଅନ୍ୟାନ୍ୟ ଗାଡିମୋଟର ଚଳାଚଳ ବନ୍ଦ ରହିଛି। ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଗଡ଼ୁନି ବସ୍। ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷାରତ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।
ମାଷ୍ଟର କ୍ୟାଣ୍ଟିନ୍ ଠାରେ ମଧ୍ୟ ଓଡିଶା ବନ୍ଦର ପ୍ରଭାବରେ ବାଇକ ରାଲି, ଆନ୍ଦୋଳନ ଓ ରାସ୍ତାରୋକ କରାଯାଇଛି। ଜାତୀୟ ରାଜପଥ ଅବରୋଧ କରିଛି କଂଗ୍ରେସ। ଓଡ଼ିଶା ବନ୍ଦ ପାଇଁ ୟୁନିଟ୍ ୨ ମାର୍କେଟ ବିଲଡିଂ ଦୋକାନ ବଜାର ବନ୍ଦ ରହିଛି। ଓଡ଼ିଶା ବନ୍ଦ ଡାକରାରେ କଳ୍ପନା ଛକ ଓ ଜନପଥରେ ଆନ୍ଦୋଳନ କର୍ମୀମାନେ ବିକ୍ଷୋଭ ସହ ରାସ୍ତାରୋକ କରିଛନ୍ତି। ଚକୋଲେଟ୍ ଦେଇ ଓଡ଼ିଶା ବନ୍ଦକୁ ସମର୍ଥନ କରିବା ପାଇଁ ନିବେଦନ ମଧ୍ୟ ଅନେକ ସ୍ଥାନରେ କରାଯାଇଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ପିକେଟିଂ କରୁଛନ୍ତି। ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପ୍ରଭାବ ଭଦ୍ରକରେ ମଧ୍ୟ ଦେଖାଯାଇଛି। କଂଗ୍ରେସ କର୍ମୀଙ୍କ ପିକେଟିଂ, ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରାଯାଇଛି। ଯାତାୟାତ ବାଧାପ୍ରାପ୍ତ ସହ ସମ୍ବଲପୁର ଅଇଁଠାପାଲି ବସ୍ଷ୍ଟାଣ୍ଡରେ ଅଟକିଛି ଘରୋଇ ଓ ସରକାରୀ ବସ୍। ଏନ୍ଏଚ୍ରେ ବି ଅଟକାଇଲେ ବସ୍ ଓ ଟ୍ରକ୍। ଗମନାଗମନ ଠପ୍। ବନ୍ଦର ପ୍ରଭାବ କୋରାପୁଟରେ ଅନୁଭୂତ ହୋଇଛି। ସକାଳ ୬ରୁ ଆନ୍ଦୋଳନକାରୀ ରାସ୍ତାରୋକ କରିଛନ୍ତି। ଏମଏମଡିଆର ବିଲ୍ ପ୍ରତ୍ୟାହାର, ସିଇସିଙ୍କଙ୍କ ଇସ୍ତଫା ଦାବି ସହ ବହିତ୍ରୁଟିକୁ ନେଇ ବନ୍ଦ ପାଳନ କରାଯାଉଛି।








