ଆଜି ନିଟ୍-ୟୁଜି ୨୦୨୬ ପରୀକ୍ଷା

ନୂଆଦିଲ୍ଲୀ:ଆଜି ନିଟ୍-ୟୁଜି ୨୦୨୬ ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସାରା ଦେଶରେ ଅନୁଷ୍ଠିତ ହେଉଛି ନିଟ୍-ୟୁଜି ୨୦୨୬ । ଏହି ପ୍ରବେଶିକା ପରୀକ୍ଷା ଅଫଲାଇନ୍ ବା ପେନ୍-ଆଣ୍ଡ-ପେପର ମୋଡ୍ ରେ ଅପରାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଗୋଟିଏ ସିଫ୍ଟରେ ପରିଚାଳିତ ହେଉଛି । ଚଳିତ ବର୍ଷ ପରୀକ୍ଷାର ସିଲାବସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଏନସିଆରଟି ପାଠ୍ୟକ୍ରମ ଉପରେ ଆଧାରିତ ଅଟେ । ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ସହ ବୈଧ ପରିଚୟ ପତ୍ର ନେଇ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ମୋଟ ୭୨୦ ମାର୍କର ହୋଇଥିବା ବେଳେ ପ୍ରତି ଭୁଲ୍ ଉତ୍ତର ପାଇଁ ୧ ନମ୍ବର କଟାଯିବାର ବ୍ୟବସ୍ଥା ରହିଛି । ଭାରତର ବିଭିନ୍ନ ମେଡିକାଲ୍ କଲେଜରେ ଏମବିଏସ ଏବଂ ବିଡିଏସ ଭଳି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହା ଏକ ପ୍ରମୁଖ ପ୍ରବେଶିକା ପରୀକ୍ଷା ।

  • Related Posts

    ମୋ ଜୀବନ ପ୍ରତି ବିପଦ ଅଛି: ଭିନେଶ ଫୋଗଟ୍‌

    ଭୁବନେଶ୍ୱର:ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ଏଭଳି ବାର୍ତ୍ତା ଦେଇଛନ୍ତି ଅଲମ୍ପିକ୍‌ ତାରକା ଭିନେଶ ଫୋଗଟ୍‌ । ଏହା ସହିତ ଫୋଗଟ୍‌ ତାଙ୍କର ବା ତାଙ୍କ୍‌ ଟିମର କୌଣସି ସଦସ୍ୟଙ୍କର ଯଦି କୌଣସି କ୍ଷତି ହୁଏ ସେ ନେଇ କେନ୍ଦ୍ର ସରକାର…

    Continue reading
    ଜିଦ୍‌ରେ ଅଟଳ : ଆମେରିକା ଓ ଇରାନ ପୁଣି ଯୁଦ୍ଧମୁହାଁ

    ନୂଆଦିଲ୍ଲୀ; ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ଜାରି ରହିଥିବା ସତ୍ତେ୍ୱ ହୋର୍ମୁଜ ପ୍ରଣାଳୀ ସ୍ୱାଭାବିକ ହୋଇପାରୁ ନାହିଁ । ଏହା ଯୋଗୁ ବିଶ୍ୱ ବ୍ୟାପୀ ତୈଳ ଓ ଗ୍ୟାସ ସଙ୍କଟ ଘନେଇବାରେ ଲାଗିଛି । ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ