ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ

କଟକ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମଲ ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ କରି ପିଚ୍‌, ସୁରକ୍ଷା ବ୍ୟବସ୍ଥା ସମେତ ସବୁ ପ୍ରକାର ପ୍ରସ୍ତୁତି ଶେଷ। ଏବେ କେବଳ ଲଢ଼େଇକୁ ଅପେକ୍ଷା। ବାରବାଟୀରେ ଖୁବ କମ୍‌ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଥିବାରୁ ଏହି ମ୍ୟାଚ୍‌ ଲାଗି ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ମ୍ୟାଚ୍‌ ଲାଗି ଦୁଇ ଦଳ ସୋମବାର ବାରବାଟୀ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଅଭ୍ୟାସ ମଧ୍ୟ କରିଛନ୍ତି।

ବାରବାଟୀ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ନାଲି ମାଟିରେ ପିଚ୍‌ ପ୍ରସ୍ତୁତ କରାଯାଇଛି। ଏଥିସହିତ ମ୍ୟାଚ୍‌ ଆଗକୁ ବଢ଼ିବା ସହ କାକରର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ। ଏଣୁ ମ୍ୟାଚ୍‌ଟି ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି। ବାରବାଟୀରେ ଏପର୍ୟ୍ୟନ୍ତ ୩ଟି ଟି୨୦ ମ୍ୟାଚ୍‌ ଖେଳାଯାଇଛି। ପୂର୍ବରୁ ବାରବାଟୀ ଗ୍ରାଉଣ୍ଡରେ ଭାରତ ଓ ଦ.ଆଫ୍ରିକା ପରସ୍ପରକୁ ଦୁଇ ଥର ଭେଟିଥିବା ବେଳେ ଉଭୟ ଥର ଭ୍ରମଣକାରୀ ଦଳ ବାଜିମାତ୍‌ କରିଛି। ଏଣୁ ରେକର୍ଡ ସମ୍ପୂର୍ଣ୍ଣ ରୂପେ ଦ. ଆଫ୍ରିକା ସପକ୍ଷରେ ରହିଛି। ତେବେ ଏହି ଗ୍ରାଉଣ୍ଡରେ ଟି୨୦ ଫର୍ମାଟରେ ଭାରତୀୟ ଦଳ ମଧ୍ୟ ବିଜୟ ସ୍ବାଦ ଚାଖିଛି। ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଏକ ଟି୨୦ ମ୍ୟାଚ୍‌କୁ ଭାରତ ୯୩ ରନର ବଡ଼ ବ୍ୟବଧାନରେ ଜିତିଥିଲା। କିନ୍ତୁ ଟିମ୍‌ ଇଣ୍ଡିଆ ଏଥର ଏହି ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ରେକର୍ଡରେ ସୁଧାର ଆଣିବା ଲକ୍ଷ୍ୟରେ ରହିଛି।
ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଲାଗି ଦଳରେ କୌଣସି ବିଶେଷ ପରିବର୍ତ୍ତନ କରିବ ନାହିଁ। ଏ ନେଇ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଦଳୀୟ ନେଟ୍‌ ସେଶନ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ୍‌ ଦୀର୍ଘ ସମୟ ଧରି ସୋମବାର ନେଟ୍ସରେ ଝାଳ ବୁହାଇଥିଲେ। ଏହାର ଅର୍ଥ ସେ ଏବେ ବେକଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ସାରିଛନ୍ତି। ଇଞ୍ଜୁରି କାରଣରୁ ସେ ଦ. ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ। ସୋମବାର ତାଙ୍କ ବ୍ୟାଟିଂ ପ୍ରାକ୍ଟିସରୁ ତାଙ୍କର ଖେଳିବା ନିଶ୍ଚିତ ମନେହେଉଛି। ତାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ସେ ମଧ୍ୟ ଇଞ୍ଜୁରୀ କାରଣରୁ ଗତ ୨ ମାସ ହେଲା କ୍ରିକେଟରୁ ଦୂରେଇ ରହିଥିଲେ। ଉଭୟ ଖେଳାଳି ଏସିଆ କପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ। ତେବେ ଉଇକେଟକିପର ଭାବେ କିଏ ଖେଳିବ, ତାହାକୁ ନେଇ ପ୍ରଶ୍ନବାଚୀ ରହିଛି। ଦଳରେ ଉଇକେଟକିପର ଭାବେ ସଞ୍ଜୁ ସାମସନ ଓ ଜୀତେଶ ଶର୍ମା ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ହିଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ। ସାମସନ ଜଣେ ଟପ୍‌ ଅର୍ଡର ବ୍ୟାଟର ଭାବେ ନିଜକୁ ପ୍ରତିଷ୍ଠିତ କରାଇ ସାରିଛନ୍ତି। ହେଲେ ଦଳରେ ଗିଲ୍‌ଙ୍କ ଉପସ୍ଥିତି ଯୋଗୁ ତାଙ୍କୁ ଟପ୍‌ ଅର୍ଡରରେ ସ୍ଥାନ ମିଳିବାର ସମ୍ଭାବନା ନାହିଁ। ଏଣୁ ତାଙ୍କୁ ମିଡିଲ ଅର୍ଡର କିମ୍ବା ଲୋୟର ମିଡିଲ ଅର୍ଡରରେ ଖେଳିବାକୁ ପଡ଼ିବ। ଏହି ପୋଜିଶନରେ ତାଙ୍କୁ ସୁଯୋଗ ମିଳିଥିଲେ ହେଁ ସେ ଏ ପର୍ୟ୍ୟନ୍ତ କିଛି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଅନ୍ୟପକ୍ଷରେ ଜୀତେଶ ଜଣେ ଲୋୟର ଅର୍ଡର ବ୍ୟାଟର ଏବଂ ମ୍ୟାଚ୍‌ ଫିନିଶ୍‌ କରିବାର ଦକ୍ଷତା ମଧ୍ୟ ତାଙ୍କ ପାଖରେ ରହିଛି, ଯାହା କି ତାଙ୍କ ସପକ୍ଷରେ ଯାଇପାରେ। ଏହା ବ୍ୟତୀତ ଦଳରେ ଟିମ୍‌ କମ୍ବିନେଶନକୁ ଅନ୍ୟ କୌଣସି ଚିନ୍ତା ନାହିଁ। ଟିମ ଇଣ୍ଡିଆ ଦୁଇ ପେସର, ଦୁଇ ସ୍ପିନର ଓ ଦୁଇ ଅଲରାଉଣ୍ଡରଙ୍କ ସହ ମ୍ୟାଚ୍‌କୁ ଓହ୍ଲାଇବ ବୋଲି ଆଶା କରାଯାଉଛି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ