ଆଜି ବିଶ୍ଵ ଦେଖିବ ନୌବାହିନୀ ପରାକ୍ରମ

ପୁରୀ : ପୁରୀରେ ଆଜି ପ୍ରତିଷ୍ଠା ଦିବସ ପାଳନ କରିବ ଭାରତୀୟ ନୌସେନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଜଳ, ସ୍ଥଳ ଓ ଆକାଶ ପଥରେ ଦୁଃସାହସିକ ସାମରିକ କୌଶଳ ପ୍ରଦର୍ଶନ କରାଯିବ। ନୌସେନାର ୧୫ ଯୁଦ୍ଧ ଜାହାଜ, ୪୦ ଲଢୁଆ ବିମାନ ଏବଂ ୪ ଯୁଦ୍ଧଟ୍ୟାଙ୍କ ଅଂଶଗ୍ରହଣ କରିବେ। ଦୁର୍ଦ୍ଧର୍ଷ ମାର୍କୋସ ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପରେଡ କରାଯିବ। ଦେଶପ୍ରେମର ବାର୍ତ୍ତା ପ୍ରଚାର ସହ ଭରପୂର ମନୋରଞ୍ଜନ କରିବ ସେନାବ୍ୟାଣ୍ଡ। ଜାତୀୟ ସଙ୍ଗୀତ ପରିବେଷଣ ଏବଂ ଜାତୀୟ ପତାକା ଉତ୍ତୋଳନ କରି ନୌସେନା ପ୍ରତିଷ୍ଠା ଦିବସ ଉତ୍ସବ ଉଦଘାଟନ କରାଯିବ। ଏହାଛଡା ନୌସେନାର ଶତାଧିକ ମହିଳା କ୍ୟାଡେଟ ନୃତ୍ୟ ପ୍ରଦର୍ଶନ କରିବେ। ଏହି କାର୍ୟ୍ୟକ୍ରମରେ ନୌସେନାର ସବୁଠାରୁ ଦକ୍ଷ ଏବଂ ପରାକ୍ରମୀ ସୈନିକ, ଯୁଦ୍ଧ ଜାହାଜ, ଯୁଦ୍ଧବିମାନ ଓ ଟ୍ୟାଙ୍କ ଗୁଡ଼ିକ ବିଚକ୍ଷଣ ସାମରିକ କୌଶଳ ପ୍ରଦର୍ଶନ କରିବେ। ମୁଖ୍ୟ ଆକର୍ଷଣ ହେବ ଭାରତୀୟ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିକ୍ରମ ସମେତ ୧୦ରୁ ଉର୍ଦ୍ଧ୍ବ ଯୁଦ୍ଧ ଜାହାଜର ପଇଁତରା। ଋଷିଆ ଏବଂ ଆମେରିକା ଭଳି ବିଶ୍ବର ସବୁଠାରୁ ଅଧିକ ଶକ୍ତିଶାଳୀ ରାଷ୍ଟ୍ରର ନୌବାହିନୀ ଠାରୁ ସାମରିକ ଦକ୍ଷତାରେ ଭରତୀୟ ନୌସେନା ଯେ କୌଣସି ଗୁଣରେ କମ୍ ନୁହନ୍ତି ଏହାର ପ୍ରମାଣ ଆଜି ଦେଖିବାକୁ ମିଳିବ। ବ୍ଲୁ ଫ୍ଲାଗ ବେଳାଭୂମିରେ ଏହି ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୭ ହଜାର ନିମନ୍ତ୍ରିତ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ବିଧାୟକ ଏବଂ କେତେକ ସାଂସଦ ନୌସେନା ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ ହେବେ। ଏହାଛଡ଼ା ପେଣ୍ଠକଟା ଠାରୁ ଶିପସରୁବାଲି ପର୍ୟ୍ୟନ୍ତ ପ୍ରାୟ ୭ କିମି ସମୁଦ୍ର ବେଳାଭୂମିରେ ବସି ଲକ୍ଷାଧିକ ଲୋକ ନୌସେନାର ଚିତ୍ତାକର୍ଷକ ଓ ଦୁଃସାହସିକ କୌଶଳ ଦେଖିବାର ସୁଯୋଗ ପାଇବେ। ନୌସେନା ପ୍ରତିଷ୍ଠା ଦିବସ ସମେତ ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ସମଗ୍ର ପୁରୀ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ