ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

ରାଞ୍ଚି: ଟେଷ୍ଟ ଶୃଙ୍ଖଳାରେ ଘରୋଇ ଭାରତ ଉଭୟ ମ୍ୟାଚ୍‌ ହାରିବା ପରେ ଦିନିକିଆରେ ବିଜୟଧାରାକୁ ଫେରିବାର ପ୍ରୟାସ କରିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବ ଭାରତ। ରବିବାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଭାରତ ଦିନିକିଆ ଫର୍ମାଟରେ ବେଶ୍‌ ଶକ୍ତିଶାଳୀ ଓ ବିଶ୍ବର ୧ନଂ ଦଳ। ୨୦୨୩ ବିଶ୍ବକପ୍‌ ଫାଇନାଲ ହାରିବା ପରେ ଭାରତ ଚମ୍ପିଆନ୍‌ସ ଟ୍ରଫି ଓ ଏସିଆ କପ୍‌ ଚମ୍ପିଆନ୍‌ ହୋଇଛି। ଚଳିତବର୍ଷ ଭାରତ ୨ଟି ଦିନିକିଆ ଶୃଙ୍ଖଳା ଖେଳି ଇଂଲଣ୍ଡକୁ ଘରୋଇ ମାଟିରେ ହରାଇବା ପରେ ଘରୋଇ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି। ଆହତ ଥିବାରୁ ଅଧିନାୟକ ଶୁଭମନ ଗିଲ୍‌ ଦିନିକିଆ ଶୃଙ୍ଖଳା ଖେଳିବେ ନାହିଁ। ପୁଣି ସମାନ କାରଣରୁ ଶ୍ରେୟସ ଆୟର ମଧ୍ୟ ଦଳରେ ନାହାନ୍ତି। କେ.ଏଲ୍‌. ରାହୁଲ ଭାରତର ନେତୃତ୍ବ ନେବେ। ଉଭୟ ଗିଲ୍‌ ଓ ଶ୍ରେୟସ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଉଭୟଙ୍କ ଅନୁପସ୍ଥିତି ନିଶ୍ଚୟ ଭାରତ ପାଇଁ ଶକ୍ତ ଧକ୍କା। ତେବେ ରୋହିତ ଶର୍ମା ଓ ବିରାଟ କୋହଲି ଥିବାରୁ ଭାରତ ଆତ୍ମବିଶ୍ବାସର ସହ ଖେଳିବ।ଭାରତ ପାଇଁ ଶେଷ ଦିନିକିଆରେ ରୋହିତ ଅପରାଜିତ ଶତକ ଓ କୋହଲି ଅପରାଜିତ ଅର୍ଦ୍ଧଶତକ ମାରିଥିଲେ। ପ୍ରତି ଶୃଙ୍ଖଳାରେ ଉଭୟ ମହାରଥୀଙ୍କ ଫର୍ମ ଓ ଫିଟ୍‌ନେସ ଉପରେ ନଜର ରହିବ। ଦକ୍ଷିଣ ଆଫ୍ରିକା କଦାପି ଦୁର୍ବଳ ଦଳ ନୁହେଁ। ଟେଷ୍ଟ ଶୃଙ୍ଖଳା ବିଜୟ ଦଳର ଦିନିକିଆ ଖେଳାଳିଙ୍କୁ ମଧ୍ୟ ଉତ୍ସାହିତ କରିଛି। ପ୍ରମୁଖ ଫାଷ୍ଟବୋଲର କାଗିସୋ ରବାଡା ଦିନିକିଆ ଶୃଙ୍ଖଳାରୁ ମଧ୍ୟ ବାଦ୍‌ ପଡ଼ିଛନ୍ତି। ପାକିସ୍ତାନରେ ଦିନିକିଆ ଶୃଙ୍ଖଳା ୧-୨ରେ ହାରି ଦକ୍ଷିଣ ଆଫ୍ରିକା ଭାରତ ଆସିଛି। ଅଧିନାୟକ ତେମ୍ବା ବଭୁମାଙ୍କ ସହ ଐଡେନ୍‌ ମାର୍କରାମ ଓ କେଶବ ମହାରାଜ ଦଳକୁ ଫେରିଥିବାରୁ ଦଳର ଶକ୍ତି ବୃଦ୍ଧି ଘଟିଛି। ମାର୍କରାମ ଇନିଂସ ଓପନ୍‌ କରିବେ ଏବଂ ବଭୁମା ୩ନଂ ସ୍ଥାନରେ ଖେଳିବେ। ଅଭିଜ୍ଞ ମହାରାଜଙ୍କ ଉପସ୍ଥିତିରେ ଦକ୍ଷିଣ ଆଫ୍ରିକାର ସ୍ପିନ୍‌ ଆକ୍ରମଣ ଶକ୍ତିଶାଳୀ ହେବ।
ଚଳିତବର୍ଷ ଦିନିକିଆ ପଦାର୍ପଣ କରି ୧୫୦ ରନ୍‌ କରିଥିବା ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ମାଥ୍ୟୁ ବ୍ରିଜ୍‌କେଙ୍କ ଉପରେ ନଜର ରହିବ। ବିଶ୍ବର ଏକମାତ୍ର ବ୍ୟାଟ୍‌ସମ୍ୟାନ ଭାବେ ବ୍ରିଜ୍‌କେ ତାଙ୍କର ପ୍ରଥମ ୫ଟି ଦିନିକିଆରେ ୫୦ରୁ ଅଧିକ ରନ୍‌ କରିଛନ୍ତି। ତାଙ୍କ ଦିନିକିଆ ଆଭ୍‌ରେଜ ୬୭.୭୫। ଅବସର ନେଇ ଫେରିବା ପରେ ଓପ୍‌ନର କ୍ବିଣ୍ଟନ ଡି କକ୍‌ ଭଲ ବ୍ୟାଟିଂ କରୁଛନ୍ତି। ୫ନଂ ସ୍ଥାନରେ ଖେଳିବାକୁ ଥିବା ଡିୱାଲ୍‌ଡ ବ୍ରେଭିସ୍‌ ଫର୍ମରେ ଅଛନ୍ତି। ମାତ୍ର ଗୋଟିଏ ଦିନିକିଆ ଖେଳି ୧ ରନ୍‌ କରିଥିବା ରୁବିନ୍ ହର୍ମାନ୍‌ଙ୍କୁ ସୁଯୋଗ ମିଳିପାରେ। ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ଭାବେ କର୍ବିନ୍ ବସ୍‌ ଖେଳିବେ। ଦୁଇ ବାମହାତି ମାର୍କୋ ୟାନ୍‌ସେନ ଓ ନାନ୍ଦ୍ରେ ବର୍ଗରଙ୍କ ସହ ଅଭିଜ୍ଞ ଲୁଙ୍ଗି ଏନ୍‌ଗିଡି ପେସ୍‌ ବୋଲିଂ ଦାୟିତ୍ବ ସମ୍ଭାଳିବେ। ଶୁଭମନ ଗିଲ୍‌ ନଥିବାରୁ ରୋହିତଙ୍କ ସହ ଯଶସ୍ବୀ ଜୟସୱାଲ ଓପନ୍‌ କରିବେ। ୪ନଂ ସ୍ଥାନ ପାଇଁ ଦୁଇ ଦାବିଦାର ହେଲେ ଋତୁରାଜ ଗାଏକ୍‌ୱାଡ ଓ ଋଷଭ ପନ୍ତ। ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ଭାବେ ରବୀନ୍ଦ୍ର ଜାଡ଼େଜା ଓ ୱାଶିଂଟନ ସୁନ୍ଦର ଖେଳିବେ। ଟେଷ୍ଟ ଶୃଙ୍ଖଳାର ବିଫଳତା ସତ୍ତ୍ବେ ନୀତୀଶ କୁମାର ରେଡ୍‌ଡୀଙ୍କୁ ପୁଣି ସୁଯୋଗ ମିଳିପାରେ।

ତିନି ବିଶେଷଜ୍ଞ ପେସ୍‌ ବୋଲର ହେଲେ ଅର୍ଶଦୀପ ସିଂହ, ହର୍ଷିତ ରାଣା ଓ ପ୍ରସିଦ୍ଧ କୃଷ୍ଣ। ରାଞ୍ଚିରେ ୫ଟି ଦିନିକିଆ ଖେଳା ଯାଇଥିବା ବେଳେ ୨୭୦ରୁ ୨୮୦ ଏଠାରେ ଭଲ ସ୍କୋର୍‌। ପିଚ୍‌ ଧିମା ରହିବ। ପ୍ରଥମେ ବ୍ୟାଟିଂ କରିବା ଭଲ ବିକଳ୍ପ। ତେବେ କାକର ଏହି ନିଷ୍ପତ୍ତିକୁ ପ୍ରଭାବିତ କରିପାରେ। ୨୦୦୬ରୁ ଅଦ୍ୟାବଧି ଭାରତ ଓ ଦକ୍ଷିଣ ଆଫ୍ରିକା ୧୦ଟି ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିଥିବା ବେଳେ ସ୍କୋର୍‌ ୫-୫ ରହିଛି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ