ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଗ୍ରୁପ୍ ପର୍ୟ୍ୟାୟ ଅନ୍ତିମ ମ୍ୟାଚ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା । ଗ୍ରୁପ୍‌ ‘ଏ’ର ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼ଇ । ପ୍ରତିଯୋଗିତା ଦୃଷ୍ଟିରୁ ଏହା ଗୁରୁତ୍ବ ରଖୁନଥିଲେ ମଧ୍ୟ ଭାରତୀୟ ଦଳ ସେମିଫାଇନାଲ୍‌ ପୂର୍ବରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବା ଏବଂ ସ୍ପିନ୍ ବିପକ୍ଷରେ ନିଜ ଖେଳାଳିଙ୍କୁ ଅଧିକ ଶାଣିତ କରିବାକୁ ଏହି ମ୍ୟାଚ୍‌ ଉପରେ ନଜର ରଖିଛି। ଭାରତ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଥିବାରୁ ଏହି ଦୁଇ ଦଳର ଅଭିଜ୍ଞ ସ୍ପିନର୍‌ଙ୍କୁ ମୁକାବିଲା କରିବା ପୂର୍ବରୁ ମଧ୍ୟ ଭାରତୀୟ ଖେଳାଳି ଏଠାରେ ପ୍ରସ୍ତୁତ ହେବାକୁ ସୁଯୋଗ ପାଇବେ। ଶୁବମନ ଗିଲ୍ ଓ ବିରାଟ କୋହଲି ଅନ୍ୟୂନ ଗୋଟିଏ ଲେଖାଏଁ ଶତକ ହାସଲ କରିଥିବାବେ‌ଳେ ଏବେ କେଏଲ୍ ରାହୁଲ, ଶ୍ରେୟସ ଆୟରଙ୍କୁ ସେମିଫାଇନାଲ୍ ପୂର୍ବରୁ ଦୁବାଇର ମନ୍ଥର ପିଚ୍‌ରେ କିଛି ଭଲ ଅଭ୍ୟାସର ଆବଶ୍ୟକତା ରହିଛି । ଉଭୟ ଦଳ ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଅପରାଜିତ ରହିଛନ୍ତି। ନିଜ ନିଜର ଶେଷ ୫ ମୁକାବିଲା ଜିତିଛନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ୍‌ ୨୦୨୩ ଦିନିକିଆ ବିଶ୍ବକପ୍‌ରେ ଦୁଇ ଥର ଭାରତଠାରୁ ହାରିଥିବାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଥିବ। ଗ୍ରୁପ୍ ପର୍ୟ୍ୟାୟ ଏବଂ ସେମିଫାଇନାଲ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିଲା। ରୋହିତ ନ ଖେଳିଲେ ଋଷଭ ପନ୍ତ୍ ପ୍ରଥମ ମ୍ୟାଚ୍‌ ସୁଯୋଗ ପାଇପାରନ୍ତି। ଅଧିନାୟକ ଦାୟିତ୍ୱ ତୁଳାଇପାରନ୍ତି ଶୁଭମନ ଗିଲ୍ ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ