ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ

ପୁରୀ: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ପର୍ବ ପାଳିତ ହେବ । ଏହି ଅବସରରେ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିବା ସହ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ୪ ଆଶ୍ରମକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ଶେଷ ପରେ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଶ୍ରୀସୁଦର୍ଶନଙ୍କୁ ଦେବେ । ଦଇତାପତିମାନେ ଶ୍ରୀସୁଦର୍ଶନଙ୍କୁ ଜଗମୋହନସ୍ଥିତ ଚଉଦୋଳରେ ବିଜେ କରାଇବେ । ଠାକୁରେ ପାଟପତନୀ ସୁନା ହରଡ଼ମାଳ ଓ ଚୂଳ ଲାଗି ହୋଇ ଘଣ୍ଟ ଘଣ୍ଟାର ପଟୁଆରରେ ସୁଦର୍ଶନ ଦେବ ଶ୍ରୀମନ୍ଦିର ବେଢ଼ା ବୁଲି ନଗର ପରିକ୍ରମାରେ ବାହାରିବେ ।

ସେବାୟତଙ୍କ ଗହଣରେ ଶ୍ରୀମନ୍ଦିରରୁ ଶ୍ରୀସୁଦର୍ଶନ ବାହାରି ନଗର ପରିକ୍ରମା କରିବା ସହ ଶ୍ରୀଜମ୍ୱେଶ୍ୱରଙ୍କ ମନ୍ଦିରରେ ବିଜେ ହେବେ । ଶ୍ରୀଜମ୍ବେଶ୍ୱର ଠାକୁରେ ଦେବେ ବଡ଼ଦେଉଳ ଆୟବ୍ୟୟର ହିସାବ । ପରମ୍ପରା ଅନୁଯାୟୀ ଜମ୍ବେଶ୍ୱର ମହାଦେବଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ପଢ଼ିବାର ଦେବବିଧି ସମ୍ପନ୍ନ ହେବ । ଶୀତଳଭୋଗ ଓ ପ୍ରସାଦ ଲାଗି ପରେ ଶ୍ରୀସୁଦର୍ଶନ ଦେବ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହି ଦିନ ମହାପ୍ରଭୁ ଆୟବ୍ୟୟର ହିସାବ ନେଇଥାନ୍ତି । ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ହିସାବ ରକ୍ଷକ ହେଉଛନ୍ତି ଶ୍ରୀଜମ୍ୱେଶ୍ୱର ମହାପ୍ରଭୁ । ମହାପ୍ରଭୁଙ୍କ ପ୍ରତିନିଧି ଭାବେ ଶ୍ରୀସୁଦର୍ଶନଦେବ ଏହି ଦାୟିତ୍ୱ ପାଳନ କରିଥାନ୍ତି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ