ଧାମରା : ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ସନ୍ଧ୍ୟା ୬.୨୫ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆଜି ଏହା ଧାମରା ଠାରେ ଥିବା କଲାମ ଘାଟିରୁ ୪ନଂ ଲାଞ୍ଚପ୍ୟାଡ଼ରୁ ପରୀକ୍ଷଣ କରାଯାଇଥିଲା। ଏହା ରାସ୍ତା ଏବଂ ରେଳ ଲଞ୍ଚପ୍ୟାଡରୁ ମୋବାଇଲ ଲଞ୍ଚର ଯୋଗେ ପରୀକ୍ଷଣ କରାଯାଇ ପାରିବ। ଏହି କ୍ଷେପଣାସ୍ତ୍ରଟି ସଂପୂର୍ଣ ସ୍ୱଦେଶୀ ଞାନ କୌଶଳରେ ନିର୍ମିତ। ଏହି କ୍ଷେପଣାସ୍ତ୍ର ୫୦କୋଟି ଟଙ୍କାବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି। ଆଜି ଏହି କ୍ଷେପଣାସ୍ତ୍ର ସନ୍ଧ୍ୟା୬.୨୫ ମିନିଟରେ ପରୀକ୍ଷଣ ହୋଇଥିବା ବେଳେ ୧୨ମିନିଟ ସମୟ ମଧ୍ୟରେ ଏହା ଲକ୍ଷ୍ୟ ଭେଦ କରିପାରିଥିଲା। ଏହି ଅଗ୍ନି-୫ କ୍ଷେପଣାସ୍ତ୍ର ଚାଇନା, ରୁଷିଆ, ମସ୍କୋ, ଆଥେନ୍ସ, କାଇରା, ତେହେରାନ, ବେଜିଂ, ହଂଗକଂଗ, ବ୍ୟାଙ୍ଗକ, ଜାକର୍ତା ଏବଂ ଟୋକିଓ କୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ଅଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ।
ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ
ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…








