ଆଜିଠୁ ଆଇପିଏଲ ମହାସମର

କୋଲକାତା : ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ । ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଜମିବ ଦର୍ଶକଙ୍କ ଭିଡ । ଟ୍ରଫି ହାତେଇବାକୁ ୧୦ ଦଳ ମଧ୍ୟରେ ଜବରଦସ୍ତ ଫାଇଟ । ଷ୍ଟାଡିୟମରେ ହେବ ଛକା ଚୌକା ବର୍ଷା । ଚିୟର ଗାର୍ଲଙ୍କ ଠୁମକାରେ ଝୁମିବେ ଦର୍ଶକ । କରତାଳି ସାଙ୍ଗକୁ ହୋହଲ୍ଲାରେ କମ୍ପିବ ଷ୍ଟାଡିୟମ । ନିଜ ଫେବରେଟ ଟିମ୍‌କୁ ଚିୟର କରିବାକୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଆଜି କୋଲକାତାରା ଇଡେନ ଗାର୍ଡେନ୍ସରେ ଉଦଘାଟନୀ ଉତ୍ସବ ପରେ ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ଚୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ।
ଉଦଘାଟନୀ ମୁକାବିଲା ପୂର୍ବରୁ କ୍ରୀଡାପ୍ରେମୀଙ୍କୁ ନିରାଶ କରିବା ଭଳି ଖବର ସାମ୍ନାକୁ ଆସିଛି । ଉଦଘାଟନୀ ଉତ୍ସବ ସହ ମ୍ୟାଚ କୋଲକାତାରେ ହେବାକୁ ଥିବା ବେଳେ ସେଠାରେ ବର୍ଷା ହୋଇଛି । ଯାହା ମ୍ୟାଚ ସମୟରେ ବାଧକ ସାଜିପାରେ ବୋଲି କୁହାଯାଉଛି । କେକେଆର ଓ ଆରସିବି ମ୍ୟାଚରେ ବର୍ଷା ଆଶଙ୍କା ଖବର ଦର୍ଶକଙ୍କୁ ନିରାଶ କରିଛି । ଆଜି କୋଲକାତାରେ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ତେବେ ମ୍ୟାଚ ବାତିଲ ହୋଇପାରେ ।
ଆଇପିଏଲ ଇତିହାସରେ କେକେଆର ଓ ଆରସିବି ମଧ୍ୟରେ ମୋଟ ୩୫ଟି ମ୍ୟାଚ ଖେଳାଯାଇଛି । ସେଥି ମଧ୍ୟରୁ ୨୧ଟିରେ କୋଲକାତା ବିଜୟୀ ହୋଇଥିବା ବେଳେ ବେଙ୍ଗାଲୁରୁ ମାତ୍ର ୧୪ ମ୍ୟାଚରେ ବିଜୟୀ ହୋଇଛି । ସେହିପରି ଯଦି ଦେଖାଯାଏ କୋଲକାତା ୩ ଥର ଆଇପିଏଲ ଟ୍ରଫି ହାତେଇ ସାରିଛି । କିନ୍ତୁ ଆରସିବି ବର୍ତ୍ତମାନ ପର୍ୟ୍ୟନ୍ତ ଗୋଟିଏ ଥର ବି ଚାମ୍ପିଅନ ହୋଇପାରିନି । ତେଣୁ ଦଳ ଚଳିତ ଥର ଟ୍ରଫି ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ କେକେଆର ଶ୍ରେୟସ ଆୟରଙ୍କ ନେତୃତ୍ବରେ ପୂର୍ବ ସିଜିନର ଚାମ୍ପିଅନ ହୋଇଥିଲା । ଚଳିତ ଥର ଦଳର ଅଧିନାୟକ ବଦଳିଯାଇଛନ୍ତି । ଆଜିଙ୍କ୍ୟ ରାହାଣେ ଦଳର ନେତୃତ୍ବ ନେଇଛନ୍ତି । ପୂର୍ବ ପ୍ରଦର୍ଶନକୁ ଦଳର ଏଥର ରିପିଟ କରିବ ବୋଲି ଆଶା । ସେହିପରି ଏଥର ଆରସିବିକୁ ନୂଆ ଅଧିନାୟକ ମିଳିଛି । ରଜତ ପଟିଦାରଙ୍କ ନେତୃତ୍ବରେ ଆଇପିଏଲ ମଇଦାନକୁ ଓହ୍ଲାଇବ ଦଳ । ଆଜିର ମ୍ୟାଚରେ କିଏ ବିଜୟୀ ହେଉଛି ତାଉପରେ ସମସ୍ତଙ୍କ ନଜର ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ