ଆଜିଠୁ ଖୋଲିଲା ଭିତରକନିକା

ରାଜନଗର : ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ଗଣନା ଶେଷ ହୋଇଛି। ମୋଟ ୧୮୨୬ଟି କୁମ୍ଭୀର ଥିବା ଜଣାପଡ଼ିଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀର ସଂଖ୍ୟାରେ ୧୫ଟି ବୃଦ୍ଧି ଘଟିଛି। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ରେଞ୍ଜରେ କୁମ୍ଭୀର ଗଣନା କରାଯାଇଥିଲା। ଜାତୀୟ ଉଦ୍ୟାନ ତଥା ରାଜନଗର ବନଖଣ୍ଡରେ ଥିବା ୬୧ଟି ନଦୀ, ନାଳ ଓ ମୁହାଁଣରେ ୨୨ଟି ଦଳ ଜାନୁୟାରୀ ୧୯ରୁ ୨୨ ତାରିଖ ପର୍ୟ୍ୟନ୍ତ କୁମ୍ଭୀର ଗଣନା କରିଥିଲେ। କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ପର୍ୟ୍ୟଟକଙ୍କ ପାଇଁ ଜାନୁୟାରୀ ୧୪ରୁ ୨୨ ତାରିଖ ପର୍ୟ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା। ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ବିଶିଷ୍ଟ ପ୍ରାଣୀବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡଃ ସୁଧାକର କର ଓ ପ୍ରାଣୀ ବିଜ୍ଞାନୀ ଡ. ଶିବପ୍ରସାଦ ପରିଡ଼ା, ଡିସିଏଫ ସମ୍ୟକ ସାମନ୍ତରା, ଏସିଏଫ ପୁନମହୀରା ହାଂସଦା, ଗଗନବିହାରୀ ମଲ୍ଲିକ ଓ ମାନସକୁମାର ଦାସ, ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେଉରା, ମହାକାଳପଡ଼ା ରେଞ୍ଜ ଅଫିସର ଶାନ୍ତନୁକୁମାର ଦଳାଇ ପ୍ରମୁଖଙ୍କ ତତ୍ତ୍ବାବଧାନରେ କୁମ୍ଭୀର ଗଣନା କରାଯାଇଥିଲା। ଚଳିତବର୍ଷ ହାଚେଲିଂ ୫୮୫, ୟାର୍ଲେଲିଂ ୪୦୩, ଜୁଭେନାଇଲ ୩୨୮, ସବଆଡଲ୍ଟ୧୬୪, ଆଡଲ୍ଟ ୩୪୬ଟି କୁମ୍ଭୀର ଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ