ଆଜିଠୁ ଦ୍ବାଦଶ ଶ୍ରେଣୀ ଖାତାଦେଖା ଆରମ୍ଭ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଆଜିଠାରୁ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଖାତାଦେଖା ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୮ହଜାର ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଏପ୍ରିଲ ୨ରୁ ୧୪ ମଧ୍ୟରେ ପ୍ରଥମ ପର୍ୟ୍ୟାୟ ମୂଲ୍ୟାୟନ ହେବ। ସେହିପରି ଏପ୍ରିଲ ୧୬ରୁ ୨୮ ମଧ୍ୟରେ ଦ୍ବିତୀୟ ପର୍ୟ୍ୟାୟ ମୂଲ୍ୟାୟନ ହେବ। ପ୍ରଥମ ପର୍ୟ୍ୟାୟରେ ୭ ହଜାର ଶିକ୍ଷକ ଖାତାଦେଖିବେ। ଦ୍ବିତୀୟ ପର୍ୟ୍ୟାୟରେ ପ୍ରାୟ ୮ ହଜାର ଅଧ୍ୟାପକ ଖାତା ଦେଖିବେ। ଏପ୍ରିଲ ୨୮ ତାରିଖ ସୁଦ୍ଧା ମୂଲ୍ୟାୟନ କାର୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଖାତା ଦେଖା କାର୍ୟ୍ୟରେ ରାଜ୍ୟର ମୋଟ ୧୫ ହଜାର ଶିକ୍ଷକ ନିୟୋଜିତ ହେବେ। ମେ’ ୧୦ରୁ ୧୫ ସୁଦ୍ଧା +୨ ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ସିଏଚ୍‌ଏସ୍‌ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପ୍ରାୟ ୩ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେଇଛନ୍ତି। ୩୦ ଜିଲାରେ ମୂଲ୍ୟାୟନ କେନ୍ଦ୍ର ଖୋଲିବାକୁ ପରିଷଦ ନିଷ୍ପତ୍ତି ନେଇଥିବାବେଳେ ମୋଟ ୭୮ କେନ୍ଦ୍ରରେ ମୂଲ୍ୟାୟନ କରାଯିବ। କେତେକ କେନ୍ଦ୍ରରେ ଉଭୟ ଇ-ମୂଲ୍ୟାୟନ ଏବଂ ପାରମ୍ପରିକ ପଦ୍ଧତିରେ ଅଫଲାଇନ୍‌ ଖାତା ଦେଖାଯିବ।

ଚଳିତ ବର୍ଷ ମୋଟ ୨୪ ଲକ୍ଷ ଖାତା ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ମୂଲ୍ୟାୟନ କରାଯିବ। ପ୍ରତ୍ୟେକ ଦିନ ଜଣେ ଶିକ୍ଷକ ୫ ଘଣ୍ଟା ମଧ୍ୟରେ ୩୦ଟି ଖାତା ଦେଖିପାରିବେ। ସେହିପରି ଯେଉଁ ଉତ୍ତର ମୂଲ୍ୟାୟନ ସମୟରେ ଶୂନ ମାର୍କ ଥିବ ତାକୁ ଦୁଇ ଥର ଅଲଗା ଶିକ୍ଷକ ଯାଞ୍ଚ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି।

  • Related Posts

    ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ

    ୩ ଦିନରେ ରାଜ୍ୟବ୍ୟାପୀ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ…

    Continue reading
    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ