ଭୁବନେଶ୍ବର, 18/10: ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧିନରେ ଓଡ଼ିଶାର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧିନରେ ଦେଶରେ ଚାଲିଥିବା ଆଦିକର୍ମଯୋଗୀ ଅଭିଯାନ ଓ ଜନଭାଗିଦାରୀ ଯୋଜନାରେ ଓଡିଶାର ପ୍ରୟାସକୁ ସର୍ବଭାରତୀୟସ୍ତରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନକୁ ଗ୍ରହଣ କରିଛନ୍ତି ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବି. ପରମେଶ୍ବରନ୍ ।
ଆଦି କର୍ମଯୋଗୀ ଅଭିଯାନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ଓଡିଶା ସମ୍ମାନିତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ବିବେଚିତ ହୋଇଛି । ସେହିପରି ଧରତୀ ଆବା ଜନଭାଗିଦାରୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ କେନ୍ଦୁଝର ଜିଲ୍ଲାକୁ ସ୍ବୀକୃତି ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସେହିପରି ଶ୍ରେଷ୍ଠ ରାଜ୍ୟ ମାଷ୍ଟର ଟ୍ରେନର୍ ଭାବେ କୋରାପୁଟର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ରାକେଶ ରଞ୍ଜନ ବିଶ୍ବାଳ ଓ ଶ୍ରେଷ୍ଠ ଆଦି ସାଥି ଭାବେ କଳାହାଣ୍ଡି ଜିଲ୍ଲାର ସଞ୍ଜୀବ ମାଝୀ ସମ୍ମାନିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଅନ୍ତର୍ଭୁକ୍ତିକରଣ ଶାସନର ଦୃଷ୍ଟିକୋଣ ସହିତ ସଂଯୁକ୍ତ ହୋଇ ଆଦିବାସୀ ଅଞ୍ଚଳରେ ସକ୍ରିୟ ସମାବେଶୀ ଅଂଶଗ୍ରହଣ ଏବଂ ବିକାଶର ସ୍ଥାୟୀ ମଡେଲଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ରାଜ୍ୟ ଉଲ୍ଲେଖନୀୟ ପ୍ରଗତି ଦେଖାଇଛି । ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଭାରତ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବରେ ଆରମ୍ଭ ହୋଇଥିବା ଧରତୀ ଆବା ଜନଭାଗୀଦାରୀ ଅଭିଯାନ ଶାସନରେ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଏବଂ ଆଦିବାସୀ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି । ସେହିପରି ଆଦି କର୍ମଯୋଗୀ ଅଭିଯାନ ମାଧ୍ୟମରେ ନିକଟରେ ବିଶେଷ ଗ୍ରାମ ସଭାର ଆୟୋଜନ କରାଯାଇଥିଲା, ଯେଉଁଥିରେ ରାଜ୍ୟର 5,500ରୁ ଅଧିକ ଗ୍ରାମ କାର୍ଯ୍ୟଯୋଜନାକୁ ଅନୁମୋଦନ ପ୍ରଦାନ କରାଯାଇଥିଲା । ଜାତୀୟ ସ୍ତରରେ ଏଭଳି ମାନ୍ୟତା ପାଇବା ଶିକ୍ଷା, ଜୀବିକା ବୃଦ୍ଧି, ମହିଳା ସଶକ୍ତିକରଣ ଏବଂ ଡିଜିଟାଲ୍ ଅନ୍ତର୍ଭୁକ୍ତି ମାଧ୍ୟମରେ ଆଦିବାସୀ ଅଞ୍ଚଳରେ ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ସ୍ଥାନୀୟ ପ୍ରଶାସନ, ବିଭିନ୍ନ ବିଭାଗ ଏବଂ ତୃଣମୂଳ ସ୍ତରର କର୍ମକର୍ତ୍ତାଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ରାଜ୍ୟର ସଫଳତା ସମ୍ଭବ ହୋଇପାରିଛି ଯେଉଁମାନେ ବିକାଶକୁ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିଚାଲିଛନ୍ତି ।
Union Home Minister Amit Shah Chairs Mahanadi Water Dispute Resolution Meeting at New Delhi
Jal Shakti Minister, and Odisha, Chhattisgarh Chief Ministers Join Closer to a Resolution, Expecting a Final Framework Soon – CM Shri Majhi This Resolution Will Be a ‘Model Dispute Resolution’…







