ଆଧାର କାର୍ଡକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଧାର କାର୍ଡକୁ ନେଇ ବଡ଼ ରାୟ ଦେଇଛନ୍ତି। ଏହା ବୟସ ନିର୍ଦ୍ଧାରଣ କରିବାର ଆନୁଷ୍ଠାନିକ ପ୍ରମାଣପତ୍ର ନୁହେଁ ବୋଲି ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୁଇଁଆଙ୍କ ଖଣ୍ଡପୀଠ କହିଛନ୍ତି। ଏ ସମ୍ବନ୍ଧରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି। ଏଥିରେ ଜଣେ ଦୁର୍ଘଟଣା ପୀଡ଼ିତଙ୍କ ବୟସ ଜାଣିବା ଲାଗି ହାଇକୋର୍ଟ ଆଧାର କାର୍ଡକୁ ବୈଧ ପ୍ରମାଣପତ୍ର ଧରିଥିଲେ। ସୁପ୍ରିମକୋର୍ଟ ଗୁରୁବାର କହିଥିଲେ ଯେ ମୃତକଙ୍କ ବୟସ ଜାଣିବା ଲାଗି ଜୁଭେନାଇଲ ଜଷ୍ଟିସ (ଶିଶୁ ସୁରକ୍ଷା ଏବଂ ଯତ୍ନ ନିୟମ) ୨୦୧୫ର ଧାରା ୯୪ ଅନୁଯାୟୀ ସ୍କୁଲ୍‌ ଛାଡ଼ିବାର ପ୍ରମାଣପତ୍ରରେ ଦିଆଯାଇଥିବା ଜନ୍ମ ତାରିଖକୁ ଧାର୍ୟ୍ୟ ଧରାଯିବା ଉଚିତ। ଏକକ ପରିଚୟପତ୍ର ଚିହ୍ନଟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କ ସୂଚନା ଅନୁଯାୟୀ ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ଧରାଯିବ, ମାତ୍ର ଏହାକୁ ଜନ୍ମତିଥିର ପ୍ରମାଣପତ୍ର ଭାବେ ସ୍ବୀକାର କରାଯିବ ନାହିଁ।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ