ପ୍ରଥମ ଜାତୀୟ ମହାକାଶ ଦିବସ ପାଳୁଛି ଦେଶ

ନୂଆଦିଲ୍ଲୀ: ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ। ପୁରା ବିଶ୍ବ ଦେଖିଥିଲା ବିଜ୍ଞାନ କ୍ଷେତ୍ରରେ ଭାରତର ତାକତ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଭାରତର ମୁନ୍‌ ମିଶନ ଚନ୍ଦ୍ରଯାନ-୩ । ପ୍ରତିଟି ଭାରତୀୟଙ୍କ ଛାତି ଖୁସିରେ କୁଣ୍ଢେମୋଟ ହୋଇଉଠିଥିଲା । ଯାହା କୌଣସି ଦେଶ କରିବାରେ ସକ୍ଷମ ହୋଇନଥିଲା ତାହା କରି ଦେଖାଇଥିଲା ଭାରତ । ଦେଶରେ ବିଶ୍ବର ଏକ ନମ୍ବର ଦେଶ ଭାବେ ବିଶ୍ବବିଦିତ ହୋଇଥିଲା ଇଣ୍ଡିଆ । ଏହି ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଥିଲା ।
ଚନ୍ଦ୍ରଯାନ-୩ ଚନ୍ଦ୍ରକୁ ଛୁଇଁବା ପରେ ସାରା ଦେଶରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା । ପ୍ରତିଟି ଭାରତୀୟ ଗର୍ବିତ ଅନୁଭବ କରୁଥିଲେ ।ପ୍ରତିଟି ଦେଶ ଏହି ଉପଲବ୍ଧି ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଥିଲେ । ଅଗଷ୍ଟ ୨୬ ତାରିଖରେଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ  କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ପହଞ୍ଚିଥିଲେ ମୋଦି । ସେଠାରେ ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ସମୟରେ ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଇସ୍ରୋର ସଫଳତା ଗାଥାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩ରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ ବୋଲି କହିଥିଲେ ମୋଦି।ପ୍ରଥମ ଥର ଦେଶ ଜାତୀୟ ମହାକାଶ ଦିବସ ପାଳନ କରୁଛି । ଆଜିର ଥିମ୍‌ ରହିଛି ”ଚନ୍ଦ୍ରକୁ ଛୁଇଁବା ସହିତ ଜୀବନ ଛୁଇଁବା: ଭାରତର ମହାକାଶ ଗାଥା’  । ଏହା ସମାଜ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ମହାକାଶ ଅନୁସନ୍ଧାନର ଗୁରୁତ୍ୱକୁ ଦର୍ଶାଇଥାଏ ।

  • Related Posts

    ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ

    ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍‌ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ…

    Continue reading
    ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ