ନୂଆଦିଲ୍ଲୀ,୨୫/୦୪/୨୦୨୬: ଆମ୍ ଆଦମୀ ପାର୍ଟିର ୭ ରାଜ୍ୟସଭା ସାଂସଦ ଏକ ସଙ୍ଗେ ପାର୍ଟି ଛାଡିବା ପରେ ଆମ ଆଦମୀ ପାର୍ଟିକୁ ନେଇ ସମାଜସେବୀ ଆନ୍ନା ହଜାରେଙ୍କ ବୟାନ ସାମ୍ନାକୁ ଆସିଛି । ଆନ୍ନା ହଜାରେ କହିଛନ୍ତି, ଏହି ସବୁ ସାଂସଦମାନେ ପାର୍ଟି ଛାଡିବାର ଅର୍ଥ ଆପରେ କିଛି ଠିକ୍ ଚାଲି ନାହିଁ । ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ ଆନ୍ନା ହଜାରେ କହିଛନ୍ତି, ସମସ୍ତଙ୍କୁ ନିଜର କଥା ରଖିବାର ଅଧିକାର ରହିଛି । ଚଡ୍ଡା ଏବଂ ଅନ୍ୟ ଲୋକଙ୍କୁ କିଛି ସମସ୍ୟା ହୋଇପାରେ । ତେଣୁ ତ ସେମାନେ ଆପ୍ ଛାଡି ଦେଲେ । ଆନ୍ନା ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିରେ ନେତୃତ୍ୱର ଅଭାବ ରହିଛି । ଯଦି ପାର୍ଟି ସଠିକ୍ ମାର୍ଗରେ ଥାଆନ୍ତା ତେବେ ଏହି ଲୋକେ ଦଳ ଛାଡି ନଥାନ୍ତେ । ନେତାମାନେ ପାର୍ଟି ଛାଡିବା ପଛରେ ବଡ କାରଣ ଥାଇପାରେ । ମାତ୍ର ଗଣତନ୍ତ୍ରରେ ତ ସମସ୍ତଙ୍କର ଅଧିକାର ରହିଛି ସେ କେଉଁ ଦଳରେ ରହିବେ କେଉଁ ଦଳକୁ ଛାଡିବେ ।
ଦେବଗଡ଼ରେ ୨୮୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମାତୃଶକ୍ତିର ସମର୍ଥନ ସତ୍ତ୍ୱେ ବିକାଶ ପଥରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ – ଧର୍ମେନ୍ଦ୍ର ପ୍ରଧାନ • ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଉପସ୍ଥିତ • ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’…

