‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର: ଭୁନେଶ୍ୱର ପୋଖରୀପୁଟ ଡିପୋରୁ ଗଡ଼ୁନି ‘ଆମ ବସ୍‌’। ଦରମା ନ ମିଳିବାରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କଲେ ଡ୍ରାଇଭର । ଓଭର ଡ୍ୟୁଟି, ଅଧିକ ଚାପ, ଇଏସଆଇ ସମସ୍ୟା ସହ ସପ୍ତାହକୁ ଗୋଟିଏ ଦିନ ଛୁଟି ମିଳୁନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି । ଯହା ଫଳରେ ଡିପୋରେ ଅଟକି ରହିଛି ୪୩ଟି ‘ଆମ ବସ୍‌’ । ଏହି କାରଣରୁ ଯାତ୍ରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନା ମୁତାବକ, ସଠିକ ସମୟରେ ଦରମା ନମିଳିବାରୁ ଆମ ବସ୍ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦୀର୍ଘ ୪୨ ଦିନ ଧରି ଦରମା ନମିଳିବା, ଓଭର ଡ୍ୟୁଟି କରାଇବା ସହ ଅଧିକ ଚାପ ଦେଉଥିବାରୁ ଶୁକ୍ରବାର ଆମ ବସ୍ ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଛନ୍ତି । ଏପରିକି ଡ୍ରାଇଭରମାନଙ୍କୁ ସପ୍ତାହକୁ ଗୋଟିଏ ଅର୍ଥାତ ମାସକୁ ୪ ଦିନ ଛୁଟି ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଡିପୋରେ ସମୁଦାୟ ୪୩ଟି ବସ୍ ଅଟକି ରହଛି । ସେପଟେ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଶତାଧିକ ଯାତ୍ରୀ ଯାତାୟାତରେ ଅସୁବିଧା ଭୋଗୁଛନ୍ତି । ବିଭିନ୍ନ ବସ୍‌ ଷ୍ଟପ୍‌ରେ ଯାତ୍ରୀ ଅପୋକ୍ଷା କରି ରହିଥିବା ବେଳେ ଡିପୋରୁ ବାହାରୁନି ବସ୍ । ​​​​​​​

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ