
ନୂଆଦିଲ୍ଲୀ: ‘ଆମେ ସୀମା ପାର ହମଲାର ଜବାବ ଦେଇଛୁ। ତାହାକୁ ରୋକିବାକୁ ତଥା ପ୍ରତିହତ କରିବାକୁ ନିଜ ଅଧିକାରର ପ୍ରୟୋଗ କରିଛୁ। ଏହାର ଜବାବରେ ଭାରତ ବିରୋଧରେ ଆଗକୁ ବି ହମଲା ହୋଇପାରେ। ଏହାକୁ ରୋକିବାକୁ ଓ ପ୍ରତିହତ କରିବାକୁ ଆମେ ପ୍ରସ୍ତୁତ ଅଛୁ।’ ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି।
ସେ କହିଥିଲେ ବିଶ୍ୱ ଆତଙ୍କବାଦର ଆଡ୍ଡା ସ୍ଥଳୀ ପାକିସ୍ତାନ । ପହଲଗାମ ହମଲାର ଜବାବ ଦେଇଛି । ପହଲଗାମ ଆକ୍ରମଣ ହମଲାର ଜବାବ ‘ଅପରେସନ୍ ସିନ୍ଦୂର’ । ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଆକ୍ରମଣ ହୋଇଛି । କେବଳ ଆତଙ୍କୀ ଆଡ୍ଡା ସ୍ଥଳ ଉପରେ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଛି ଭାରତୀୟ ସେନା । ଜାତୀୟ ନ୍ୟାସନାଲ ମିଡିଆ ସେଣ୍ଟରରେ ପ୍ରସେମିଟ୍ ହୋଇଛି । ବୈଦେଶିକ ସଚିବ ବିକ୍ରିମ ମିଶ୍ରି ‘ଅପରେସନ୍ ସିନ୍ଦୂର’ ବାବଦରେ ସୂଚନା ଦେଇଛନ୍ତି । କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ମଧ୍ୟ ଉପସ୍ଥିତ ରହିଥିଲେ ।








