ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବେ। କାଲି ଅପରାହ୍ନ ୩ଟା ୪୫ରେ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍‌ରେ ପହଞ୍ଚି ସନ୍ଧ୍ୟାରେ ରାଇରଙ୍ଗପୁରରେ ଏମ୍ସ ସାଟେଲାଇଟ୍‌ ସେଣ୍ଟର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ୨୦ ତାରିଖ ସକାଳ ୧୦ଟାରେ ପାହାଡ଼ପୁର ଯିବାର କାର୍ଯ୍ୟକ୍ରମ ରହିଛି।ଜୁନ୍ ୧୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶ ଗସ୍ତ ସରିବା ପରେ ଇନ୍ଦୋର ଏୟାରପୋର୍ଟରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗର କଲେଇକୁଣ୍ଡା ଏୟାର ବେସ୍‌ ପହଞ୍ଚିବା ପରେ ସେଠାରୁ ଅପରାହ୍ନ ୩ଟା ୧୫ରେ ବାୟୁସେନାର ସତନ୍ତ୍ର ହେଲିକେପଟର ଯୋଗେ ବାହାରିବା ପରେ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ଅପରାହ୍ନ ୩ଟା ୪୫ରେ ଅବତରଣ କରିବେ। ଅବତରଣ କରିବା ପରେ ତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ସେଠାରୁ ରାଷ୍ଟ୍ରପତି ୬.୫ କି.ମି ସଡ଼କ ପଥ ଦେଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ୪ଟା ୧୦ରେ ପହଞ୍ଚିବା ପରେ ସେଠାରେ ଏମ୍ସ ପକ୍ଷରୁ ହେବାକୁ ଥିବା ସତନ୍ତ୍ର ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିବେ। ତା ସହିତ ଭର୍ଚୁଆଲ ମୋଡରେ ମେଡ଼ିକାଲ ପରିସରରୁ ଖଣି ପ୍ରଭାବିତ ୧୧୩ ଗାଁ କୁ ପାନୀୟ ଜଳ ଯୋଗାଣ ପାଇଁ ଉଦ୍ଘାଟନ କରିବେ ଓ ହାଟବାଦଡ଼ାସ୍ଥିତ ମାତୃଶକ୍ତି ଭବନକୁ ଲୋକାର୍ପିତ କରିବେ । ସେଠାରୁ ୪.୩୦ ରେ ବାହାରି ରାଇରଙ୍ଗପୁରସ୍ଥ୍ ହଲିଡେ ହୋମ୍ କୁ ୪.୪୦ ରେ ପହଞ୍ଚିବା ପରେ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କିଛି ବ୍ୟକ୍ତି ବିଶେଷଙ୍କ ସହିତ ଭାବ ବିନିମୟ କରିବେ। ସନ୍ଧ୍ୟା ୫ ଟାରେ ସେଠାରୁ ବାହାରି ୫.୩୫ ରେ ରାଇରଙ୍ଗପୁର ପୌର ପରିଷଦର ମହୁଲଡିହାସ୍ଥ ନିଜ ବାସ ଭବନକୁ ଆସିବେ। ରାତ୍ର ଭଜନ ପରେ ନିଜ ବାସ ଭବନରେ ରାତ୍ରୀ ଯାପନ କରିବେ ବୋଲି ସୂଚନା ମିଳିଛି। ୨୦ ତାରିଖ ସକାଳୁ ଜଳଖିଆ ସାରିବା ପରେ ୯.୫୦ରେ ରାଷ୍ଟ୍ରପତି ନିଜ ବାସ ଭବନରୁ ଦାଣ୍ଡବୋଷ ଏୟାର ଷ୍ଟ୍ରିପକୁ ଯାଇ ସେଠାରୁ ସକାଳ ୧୦.୧୦ ରେ ବାହାରି ଦିଘିଆବେଡା ହେଳିପେଡରେ ଅବତରଣ କରିବା ପରେ ସଡ଼କ ପଥ ଦେଇ ନିଜ ଗାଁ ପାହାଡପୁର ହେଲିପେଡକୁ ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧ଟା ୫ରେ ପ୍ରଧାନମନ୍ତ୍ରୀ ପାହାଡ଼ପୁର ହେଲିପ୍ୟାଡରେ ଅବତରଣ କରିବା ପରେ ରାଷ୍ଟ୍ରପତିଙ୍କ ସହିତ ପୂର୍ବାହ୍ନ ୧୧ଟା ୧୫ରେ ଗ୍ରାମର ଗୋଷାଣୀ ପୀଠ ପରିଦର୍ଶନ କରିବେ। ସେଠାରୁ ଫେରିବା ପରେ ଗ୍ରାମରେ ଥିବା କହ୍ଲ ସମ୍ପ୍ରଦାୟର ଜାହିରା ଓ ସାନ୍ତାଲ ସମ୍ପ୍ରଦାୟର ଜାହିରା ପରିଦର୍ଶନ କରିବା ସହିତ ପ୍ରଣାମ କରିବେ।
୧୨ଟା ୨୦ରେ ପାହାଡ଼ପୁରସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରରେ ଥିବା ରାଷ୍ଟ୍ରପତିଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ବିଦ୍ୟାଳୟ ଓ ଦକ୍ଷତା ବିକାଶ କେନ୍ଦ୍ର ବୁଲି ଦେଖିବା ସହିତ ଛାତ୍ର ଛାତ୍ରୀଙ୍କ ସହିତ ଭାବ ବିନିମୟ କରିବେ ଓ ଫଟୋ ଉତ୍ତୋଳନ କରିବେ। ସେଠାରୁ ସଡ଼କ ପଥ ଦେଇ ଦିଘିଆବେଡା ହେଲିପ୍ୟାଡକୁ ଯାଇ ଅପରାହ୍ନ ୧୨ଟା ୨୫ରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁର ଗସ୍ତ କରିବେ। ୧୨ଟା ୫୫ରେ ଦାଣ୍ଡବୋଷ ଏୟାର ଷ୍ଟ୍ରିପରେ ଅବତରଣ କରିବା ପରେ ସେଠାରେ ଅନୁଷ୍ଠିତ ସଭାସ୍ଥଳରେ ଯୋଗଦେବେ। ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ପରେ ଜନସଭାକୁ ଉଦ୍‌ବୋଧନ ଦେବେ।
ସଭା ସମାପ୍ତ ପରେ ପ୍ରଧାନମନ୍ତ୍ରୀ ଅପରାହ୍ନ ୨ଟା ୧୦ରେ ରାଇରଙ୍ଗପୁର ଦାଣ୍ଡବୋଷସ୍ଥିତ ଏୟାର ଷ୍ଟ୍ରିପରୁ ଦିଲ୍ଲୀ ଗସ୍ତ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅପରାହ୍ନ ୨ଟା ୧୦ରୁ ୪ଟା ମଧ୍ୟରେ ମଧ୍ୟାହ୍ନ ଭଜନ କରିବା ସହିତ ବିଶ୍ରାମ ନେବେ। ଅପରାହ୍ନ ୪ ଟାରେ ସଡ଼କ ପଥ ଦେଇ ଦାଣ୍ଡବୋଷ ଏୟାର ଷ୍ଟ୍ରିପକୁ ପହଞ୍ଚିବା ପରେ ୪ଟା ୨୦ରେ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ କଲେଇକୁଣ୍ଡା ଏୟାର ବେସ ଗସ୍ତ କରିବେ। ସେଠାରୁ ସେ ସନ୍ଧ୍ୟା ୫ଟାରେ ବାୟୁ ସେନାର ସ୍ବତନ୍ତ୍ର ବିମାନ ଫେରିଯିବେ।

  • Related Posts

    ‘ଶୀତଳ ଷଷ୍ଠୀ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ଭୁବନେଶ୍ୱର/ସମ୍ବଲପୁର: ‘ପବିତ୍ର ଶୀତଳ ଷଷ୍ଠୀ’ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ଓଡ଼ିଶାର ଗୌରବମୟ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ବ ଅବସରରେ ସମଗ୍ର ଓଡ଼ିଶାବାସୀ, ବିଶେଷ କରି ସମ୍ବଲପୁରର ଗୁରୁଜନ, ମା’, ଭଉଣୀ…

    Continue reading
    ଆଜି ଠାରୁ ଖୋଲିଲା ସ୍କୁଲ

    ଭୁବନେଶ୍ବର: ରାଜ୍ୟର ୨୦ ଜିଲ୍ଲାରେ ଖରା ଛୁଟି ଶେଷ ହେବା ପରେ ଆଜି ଠାରୁ ସ୍କୁଲ ଖୋଲିଛି । ମୌସୁମୀ ଆସିଥିଲେ ମଧ୍ୟ ଖରା ଓ ଗୁଳୁଗୁଳିର ପ୍ରକୋପ କମିନଥିବାରୁ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ