ଆସିଲା ଏସଓପି , ଥାନାରେ ପ୍ରତିରକ୍ଷା କର୍ମଚାରୀ କିପରି ବ୍ୟବହାର କରାଯିବ

ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଥାନାରେ ସିସିଟିଭି ଲଗେଇବା ଓ ପ୍ରତିରକ୍ଷା କର୍ମଚାରୀଙ୍କ ସହ ପୁଲିସ୍‌ର ବ୍ୟବହାର ପ୍ରସଙ୍ଗରେ SOP ପ୍ରସ୍ତୁତ ହୋଇଥିବା ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର।

ରାଜ୍ୟର ସମସ୍ତ ଥାନାରେ ସିସିଟିଭି ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ହାଇକୋର୍ଟଙ୍କ ପ୍ରଶଂସା କରିଛନ୍ତି। ୯୬ ପ୍ରତିଶତ ପୁଲିସ୍‌ ଷ୍ଟେସନରେ ଲାଗିଛି ସିସିଟିଭି। ବାକି ୪ ପ୍ରତିଶତ ପୁଲିସ ଷ୍ଟେସନରେ ନଭେମ୍ବର ଶେଷ ସୁଦ୍ଧା ଲାଗିଯିବ ସିସିଟିଭି। ସବୁ ସିସିଟିଭିକୁ ପୁଲିସ ମୁଖ୍ୟାଳୟରୁ ମୋନିଟରିଂ କରାଯାଉଛି। ୨୯୫ଟି ପୁଲିସ ଫାଣ୍ଡିରେ ମଧ୍ୟ ସିସିଟିଭି ଲଗେଇବା ପାଇଁ ପ୍ରକ୍ରିୟା ଜାରି ରହିଛି। ମାର୍ଚ୍ଚ ୨୦୨୫ ସୁଧା ରାଜ୍ୟର ସମସ୍ତ ପୁଲିସ ଫାଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ପୁଲିସ ମୁଖ୍ୟାଳୟ ଏଡିଜିପି ଦୟାଲ ଗଙ୍ଗୱାର ବ୍ୟକ୍ତିଗତ ଭାବେ ହାଜର ହୋଇ ତଥ୍ୟ ରଖିଛନ୍ତି।

ସେପଟେ ପ୍ରତିରକ୍ଷା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର କରାଯିବ ସେନେଇ SOP ପ୍ରସ୍ତୁତ ହୋଇଥିବା ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। SOP ଅନୁସାରେ କୌଣସି ଥାନାକୁ କିମ୍ବା ଫାଣ୍ଡିକୁ ପ୍ରତିରକ୍ଷା କର୍ମଚାରୀ ଅଭିଯୋଗ ନେଇ ଆସିଲେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ତାଙ୍କ ଅଭିଯୋଗ ଶୁଣିବେ। ଆଇନ୍‌ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ। ଯଦି କେହି ମୌଖିକ ଭାବେ ଅଭିଯୋଗ କରିବେ ତାକୁ ମଧ୍ୟ ଗୁରୁତ୍ୱ ଦେଇ ଅଭିଯୋଗକୁ ନିଜେ ଲେଖିବେ। ଅଭିଯୋଗକାରୀଙ୍କ ଦସ୍ତଖତ ରଖିବେ। ଆବଶ୍ୟକୀୟ ପଦକ୍ଷେପ ନେବେ। କିନ୍ତୁ ଲିଖିତ ଅଭିଯୋଗ କରିବାକୁ ତାଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି ଏସ୍‌ଓପିରେ କୁହାଯାଇଛି।

 

ଏସ୍‌ଓପିରେ ଆହୁରି କୁହାଯାଇଛି, କୌଣସି ପ୍ରତିରକ୍ଷା କର୍ମଚାରୀଙ୍କ ବିରୋଧରେ ଅପରାଧୀକ ମାମଲାକୁ ନେଇ ଗିରଫ କରିବାର ଆବଶ୍ୟକତା ଥିଲେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ତାଙ୍କୁ ଗିରଫ କରାଯାଇପାରିବ ନାହିଁ। ଏପରି ପରିସ୍ଥିତିରେ ନିକଟତମ ଷ୍ଟେସନ କମାଣ୍ଡର ବା ମେଜର ଜେନେରାଲଙ୍କ ଅନୁମତି ଲୋଡିବେ ସମ୍ପୃକ୍ତ ପୁଲିସ ଅଧିକାରୀ। ତେବେ ଷ୍ଟେସନ କମାଣ୍ଡର ବା ମେଜର ଜେନେରାଲଙ୍କ ଅନୁମତି ନମିଳିଲେ ସମ୍ପୃକ୍ତ ଅଭିଯୁକ୍ତ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଲିଟାରୀ ପୁଲିସକୁ ହସ୍ତାନ୍ତର କରିବାକୁ କୁହାଯାଇଛି। ଅନ୍ୟପଟେ ହତ୍ୟା, ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧ କ୍ଷେତ୍ରରେ ସମ୍ପୃକ୍ତ ପ୍ରତିରକ୍ଷା କର୍ମଚାରୀଙ୍କୁ ଗିରଫ କରିବାକୁ ଅନୁମତିର ଆବଶ୍ୟକତା ନାହିଁ ବୋଲି ଏସ୍‌ଓପିରେ ସ୍ପଷ୍ଟ ହୋଇଛି।

 

ପ୍ରତିରକ୍ଷା କର୍ମଚାରୀଙ୍କ ବିରୋଧରେ ଆସୁଥିବା ଅଭିଯୋଗ ଉପରେ ପୁଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରିବ ଓ ନିକଟତମ ଷ୍ଟେସନ କମାଣ୍ଡରଙ୍କ ନଜରକୁ ଆଣିବା ସହ ଆଗକୁ କଣ ପଦକ୍ଷେପ ଗ୍ରହଣ କରିବ ସେନେଇ ଅବଗତ କରିବ। ଗିରଫ ପ୍ରତିରକ୍ଷା କର୍ମଚାରୀଙ୍କୁ ହ୍ୟାଣ୍ଡକପ ନପକାଇବା ସହ ମାରପିଟ କିମ୍ବା ଦୁର୍ବ୍ୟବହାର ପ୍ରଦର୍ଶନ ନକରିବାକୁ ଏସଓପିରେ କୁହାଯାଇଛି। ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ରହିଛି।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ