ଆହୁରି ବଢ଼ିବ ତାତି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଅଗ୍ନି ବର୍ଷୁଛି। ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ମଙ୍ଗଳବାର ରାଜ୍ୟର ଦିନ ତାପମାତ୍ରା ଟିଟିଲାଗଡ଼ରେ ୪୧.୭ ଡିଗ୍ରୀ ଛୁଇଁଛି। ସମ୍ବଲପୁର ଓ ହୀରାକୁଦରେ ପାରଦ ୪୧.୫ ଡିଗ୍ରୀ ରହିଛି। ଝାରସୁଗୁଡ଼ା ଓ ଭବାନୀପାଟଣାରେ ୪୧, ତାଳଚେରରେ ୪୦, ବଲାଙ୍ଗିରରେ ୪୦.୩, ସୁବର୍ଣ୍ଣପୁରରେ ୪୦.୬, ଭୁବନେଶ୍ବରରେ ୩୭.୩ ଏବଂ କଟକରେ ୩୭ ଡିଗ୍ରୀ ରହିଛି।

ଅନୁଗୋଳରେ ୩୯.୭, ସୁନ୍ଦରଗଡ଼ ଓ ମାଲକାନଗିରିରେ ୩୯.୪, ବୌଦ୍ଧରେ ୩୯.୯, ପାରଳାଖେମୁଣ୍ଡିରେ ୩୯, ଢେଙ୍କାନାଳରେ ୩୯.୧, ବରଗଡ଼ରେ ୩୯.୨ ଏବଂ ନୂଆପଡ଼ାରେ ୩୯.୫ ଡିଗ୍ରୀ ପାରଦ ରହିଛି। ଆସନ୍ତା ୨୪ ଘଣ୍ଟାରେ ଟିଟିଲାଗଡ଼, ବଲାଙ୍ଗିର, ନୂଆପଡ଼ା, ଭବାନୀପାଟଣା, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ରାଉରକେଲା, ଅନୁଗୋଳରେ ତାତି ବଢ଼ିପାରେ। ୧୬ରୁ ୨୦ ଯାଏ ପଶ୍ଚିମର କିଛି ଜିଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଉପକୂଳବର୍ତ୍ତୀ ଜିଲାରେ ଗରମ ସହ ଗୁଳୁଗୁଳି ହୋଇପାରେ। ଆସନ୍ତା ୩ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିପାରେ।

  • Related Posts

    ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

    Continue reading
    ଭୁବନେଶ୍ୱରକୁ ୬ଟି ଜୋନ୍‌ରେ ବାଣ୍ଟିଲା ବିଏମ୍‌ସି

    ଭୁବନେଶ୍ୱର,: ବିଏମ୍‌ସିି ୩ରୁ ୬ଟି ଜୋନ୍‌ରେ ବାଣ୍ଟି ହୋଇଛି । ଜୋନ୍ ଅଫିସର ମାତ୍ରାଧିକ ଚାପକୁ ହ୍ରାସ କରିବା ଏବଂ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏବେ ପ୍ରତି ଜୋନ୍‌ରେ ୧୨ ଲେଖାଁଏ ୱାର୍ଡ ରହିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ