ଇଣ୍ଡିଆନ ପୋର୍ଟସ୍ ବିଲ୍‌ ୨୦୨୫ ଗୃହୀତ

ନୂଆଦିଲ୍ଲୀ,19।08: ସୋମବାର ସଂସଦର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ପୂର୍ବ ଦିନଗୁଡିକ ପରି ବିରୋଧୀ ସଦସ୍ୟମାନେ ବିହାର ଏସ୍‌ଆଇଆର ଓ ଭୋଟ ଚୋରି ଅଭିଯୋଗକୁ ନେଇ ଉଭୟ ଗୃହରେ ହୋହଲ୍ଲା କରିଥିଲେ। ରାଜ୍ୟସଭାରେ କଂଗ୍ରେସ ସଦସ୍ୟ ସୟଦ ନାସିର ହୁସେନ, ରଞ୍ଜିତ ରଞ୍ଜନ, ରଜନୀ ପାଟିଲ ଓ ନୀରଜ ଡାଙ୍ଗି ଗୃହକାର୍ଯ୍ୟ ବନ୍ଦ କରି ଭୋଟ ଚୋରି ଅଭିଯୋଗ ଉପରେ ଆଲୋଚନା କରିବା ଲାଗି ରୁଲ୍ ୨୬୭ ଅନୁଯାୟୀ ନୋଟିସ୍ ଦେଇଥିଲେ। ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଥିଲେ ଯେ ଦେଶର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି। ହୋହଲ୍ଲା ଯୋଗୁଁ ଲୋକସଭାକୁ ପ୍ରଥମେ ପୂର୍ବାହ୍ଣ ୧୧ଟା ପରେ ମଧ୍ୟାହ୍ନ ୧୨ଟା ଓ ରାଜ୍ୟସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଆଜିର ହୋହଲ୍ଲା ମଧ୍ୟରେ ରାଜ୍ୟସଭାରେ ଭାରତୀୟ ବନ୍ଦର ବିଧେୟକ (ଇଣ୍ଡିଆନ ପୋର୍ଟସ୍ ବିଲ୍‌ ୨୦୨୫) ଗୃହୀତ ହୋଇଥିଲା। ଅଗଷ୍ଟ ୧୨ ତାରିଖରେ ଏହି ବିଧେୟକ ଲୋକସଭାରେ ଗୃହୀତ ହୋଇଥିଲା। ସେହିପରି ଲୋକସଭାରେ ଜନ ବିଶ୍ବାସ (ସଂଶୋଧନ ଓ ବ୍ୟବସ୍ଥା) ବିଲ୍‌ ୨୦୨୫କୁ ଆଗତ କରାଯାଇଛି। ମନ୍ତ୍ରୀ ପୀୟୂଷ ଗୋୟଲ ଏହି ବିଧେୟକକୁ ଆଗତ କରିବା ପରେ ଏହା ଉପରେ ଅଧିକ ତର୍ଜମା ଲାଗି ସି​‌େ​‌ଲକ୍ଟ କମିଟିକୁ ପଠାଯାଇଛି। ଏହି ବିଧେୟକରେ ଦେଶରେ ବ୍ୟବସାୟ କାରବାରକୁ ସୁଗମ କରିବା ଲାଗି ପୂର୍ବ ପ୍ରଚଳିତ ଆଇନରେ କେତେକ ପରିବର୍ତ୍ତନ କରାଯିବାକୁ ପ୍ରସ୍ତାବ ରହିଛି। ଏହାଦ୍ବାରା କମ୍ପାନୀଗୁଡିକ ଲାଗି ବ୍ୟବସାୟ କରିବା ସହଜ ହେବ।

  • Related Posts

    ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

    ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…

    Continue reading
    ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ବିଶେଷ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’। ବାୟୁସେନା ଦିବସରେ, ଆମେ ଆମର ଆକାଶକୁ ସୁରକ୍ଷା ଦେବାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ