ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ପିଏମ୍ ମୋଦିଙ୍କ ପ୍ରଶଂସା

ଜାକର୍ତ୍ତା/ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଇଣ୍ଡୋନେସିଆ ସଂସଦକୁ ସମ୍ବୋଧନ କରିବା ଅବସରରେ ସେଠାକାର ସ୍ୱାଧୀନତା ଆନ୍ଦୋଳନରେ ବିଜୁ ପଟ୍ଟନାୟକଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । କହିଥିଲେ ଇଣ୍ଡୋନେସିଆର ନେତାମାନଙ୍କୁ ବିଜୁ ପଟ୍ଟନାୟକ ଯେଭଳି ଭାବେ ସୁରକ୍ଷିତ ଉଦ୍ଧାର କରି ଭାରତକୁ ନେଇଥିଲେ ସେଥିଯୋଗୁ ଦୁଇଦେଶର ସମ୍ପର୍କ ସବୁଦିନ ପାଇଁ ମଜଭୁତ ହୋଇପାରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଭାରତଇଣ୍ଡୋନେସିଆ ଆଜି ଯେଉଁ ମଭଭୁତ ଭାଗିଦାରୀ ସହ ଆଗକୁ ବଢ଼ୁଛନ୍ତି ସେଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେହି ସମୟରେ ବିଜୁ ପଟ୍ଟନାୟକ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁତାନ ଶାହରିର ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଭାରତ ଆଣିଥିଲେ । ବିଜୁ ପଟ୍ଟନାୟକଙ୍କ ଏହି ସାହସିକ ପଦକ୍ଷେପ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ କରିଛି ।

ମୋଦି କହିଥିଲେ ଯେ, ଉଭୟ ଦେଶ ଏକସମୟରେ ସ୍ୱାଧୀନତା ଲାଭ କରିଥିଲେ । ଇଣ୍ଡୋନେସିଆ ୧୯୪୫ରେ ସ୍ୱାଧୀନତା ଲାଭ କରିଥିଲା ବେଳେ ଭାରତ ୧୯୪୭ରେ ସ୍ୱାଧୀନତା ହାସଲ କରିଥିଲା । ଜାତିସଂଘରେ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନକୁ ଭାରତ ଦୃଢ଼ ସମର୍ଥନ କରିଥିଲା ବୋଲି ମୋଦି କହିଥିଲେ । ସୂଚନାଯୋଗ୍ୟ ଯେ ବିଜୁ ପଟ୍ଟନାୟକ ରାଜନୀତିକୁ ଆସିବା ପୂର୍ବରୁ ଜଣେ କୁଶଳୀ ପାଇଲଟ ଭାବେ ପରିଚିତ ଥିଲେ। ଇଣ୍ଡୋନେସିଆ ୧୯୪୫ ଅଗଷ୍ଟ ୧୭ ତାରିଖରେ ସ୍ୱାଧୀନତା ଲାଭ କରିଥିଲା । କିନ୍ତୁ ଡଚ୍‌ ଶାସନ ବିରୋଧରେ ୪ ବର୍ଷ ଧରି ସାମରିକ ଓ କୂଟନୈତିକ ସଂଘର୍ଷ ଜାରି ରଖିଥିଲା । ଯାହା ଇଣ୍ଡୋନେସିଆର ଜାତୀୟ ବିପ୍ଳବ ଭାବେ ପରିଚିତ । ଶେଷରେ ନେଦରଲାଣ୍ଡ ୧୯୪୯ ଡିସେମ୍ବରରେ ଇଣ୍ଡୋନେସିଆର ସାର୍ବଭୌମତ୍ୱକୁ ସ୍ୱୀକାର କରିଥିଲା ।

୧୯୪୭ରେ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନରେ ବିଜୁ ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେତେବେଳେ ଜଣେ ଦକ୍ଷ ପାଇଲଟ ତଥା କଳିଙ୍ଗ ଏୟାର ଲାଇନ୍ସର ପ୍ରତିଷ୍ଠାତା ଥିବା ବିଜୁ ପଟ୍ଟନାୟକ ତାଙ୍କର ଡାକୋଟା ଡିସି-୩ ବିମାନ ଧରି ଡଚ୍‌ ନିୟନ୍ତ୍ରିତ ଅଞ୍ଚଳରେ ଅବତରଣ କରିଥିଲେ । ସେଠାରେ ସେ ଡଚ୍‌ ସୈନ୍ୟ ବାହିନୀକୁ ଚକ୍‌ମା ଦେଇ ସୁତାନ ଶାହରିର ଓ ମହମ୍ମଦ ହଟ୍ଟାଙ୍କ ସମେତ ଇଣ୍ଡୋନେସିଆର ଜାତୀୟତାବାଦୀ ନେତାମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଭାରତ ଆଣିଥିଲେ । ବିଜୁ ପଟ୍ଟନାୟକଙ୍କ ଏହି ସାହସିକ ପଦକ୍ଷେପ ଦୁଇଦେଶର ସମ୍ପର୍କକୁ ସୁଦୃଢ଼ କରିଥିଲା । ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆ ଭୂମିପୁତ୍ର ଉପାଧିରେ ସମ୍ମାନିତ ମଧ୍ୟ କରିଥିଲା ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ