ଇରାନକୁ ନେଇ ଟ୍ରମ୍ପ-ନେତାନ୍ୟାଙ୍କ ମଧ୍ୟରେ ମତଭେଦ

ନୂଆଦିଲ୍ଲୀ; ଦୁହେଁ ମିଶି ପ୍ଲାନ କଲେ । ହଠାତ୍ ଇରାନ ଉପରେ ଆକ୍ରମଣ କଲେ । ବଡ଼ ଅଟ୍ଟାଳିକା ଭୁଶୁଡ଼ିଲା । ହଜାର ହଜାର ଲୋକ ପ୍ରାଣ ହରାଇଲେ । ବୈଶ୍ୱିକ ଅସ୍ତିରତା ସୃଷ୍ଟି ହେଲା । ଧୀରେ ଧୀରେ ଉତ୍ତେଜନା ବଢିଲା । ହୋର୍ମୁଜ ବନ୍ଦ ହେଲା ତୈଳ, ରନ୍ଧନ ଗ୍ୟାସ୍ ସଙ୍କଟରେ ସନ୍ତୁଳି ହେଲେ ଲୋକେ । ଏବେ ଜଣେ ଶାନ୍ତି, ବୁଝାମଣା ଚାହୁଁଛନ୍ତି । ଆଉ ଜଣେ କିନ୍ତୁ ଶାନ୍ତି ଚାହୁଁନାହାନ୍ତି । ଇରାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି । ଫଳରେ ଦୁଇ ନେତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ଆମେ କହୁଛୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କଥା । ଇରାନକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବିବାଦୀୟ ସ୍ଥିତି ଉପୁଜିଛି । ଇରାନ ସହିତ ଚାଲିଥିବା ଯୁଦ୍ଧର ଭବିଷ୍ୟତ ସମ୍ପର୍କରେ ଦୁଇନେତାଙ୍କ ମଧ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ଫୋନ୍ ବାର୍ତ୍ତାଳପ ହୋଇଛି । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆଲୋଚନା ଦୁଇ ନେତାଙ୍କ ମଧ୍ୟରେ ରଣନୀତିରେ ପାର୍ଥକ୍ୟ ପ୍ରକାଶ କରିଛି । ଆମେରିକା ଆଲୋଚନା ଏବଂ ଆପୋଷ ବୁଝାମଣାକୁ ପସନ୍ଦ କରୁଥିବା ବେଳେ, ଇସ୍ରାଏଲ ଇରାନ ଉପରେ ପୁଣି ଥରେ ସାମରିକ ଆକ୍ରମଣ କରିବାକୁ ଆଗ୍ରହୀ ।​​​​​​​

​​​​​​​ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପରେ ରାଗିଲେ ନେତାନ୍ୟାହୁ- ଆମେରିକୀୟ ଗଣମାଧ୍ୟମ ଆକ୍ସିଓସ୍ ରିପୋର୍ଟ କରିଛି ଯେ, ମଙ୍ଗଳବାର ଟ୍ରମ୍ପଙ୍କ ସହ ଫୋନ୍ କଲ୍ ପରେ ନେତାନ୍ୟାହୁ “ଅତ୍ୟନ୍ତ କ୍ରୋଧିତ” ଥିଲେ। ରିପୋର୍ଟରେ ଦାବି କରାଯାଇଛି ଯେ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ସରକାରଙ୍କୁ ଚାପ ପକାଇ ଇରାନର ସାମରିକ କ୍ଷମତାକୁ ଦୁର୍ବଳ କରିବା ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଆକ୍ରମଣ ପୁଣି ଆରମ୍ଭ କରିବାକୁ ଚାହୁଁଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ”ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି । କାତାର ଏବଂ ୟୁଏଇ ସମେତ ଅନେକ ଆରବ ଦେଶ ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଇରାନ୍ ଦଲିଲ୍‌ରେ ସ୍ୱାକ୍ଷର କରିବ ନଚେତ୍ ଆମେରିକା ଏଥିରେ ହସ୍ତକ୍ଷେପ କରି ସମଗ୍ର ମାମଲାକୁ ସମାପ୍ତ କରିବ । ଇରାନ୍ ସହିତ ଚୁକ୍ତି ଏବଂ ଯୁଦ୍ଧ ଉଭୟ ବର୍ତ୍ତମାନ “ସୀମା” ନିକଟରେ ପହଞ୍ଚିଛି । ଇରାନ୍ ପ୍ରସଙ୍ଗରେ “ମୁଁ ଯାହା ଚାହିଁବି ତାହା କରିବେ ନେତାନ୍ୟାହୁ । ଯଦି ଆଲୋଚନା ସଫଳ ନହୁଏ, ତେବେ ଆମେରିକା ପୁଣି ଥରେ ଯୁଦ୍ଧ କରିପାରେ । ସବୁକିଛି ଏବେ ବିପର୍ଯ୍ୟୟର ଦ୍ୱାରରେ । ଯଦି ସଠିକ୍ ପ୍ରତିକ୍ରିୟା ନ ମିଳେ, ତେବେ ପରିସ୍ଥିତି ବଦଳିବ । ”

ପଶ୍ଚିମ ଏସିଆ ସଙ୍କଟ ବଢ଼ିବାରେ ଲାଗିଛି । ବିଶେଷକରି ହୋର୍ମୁଜ ପ୍ରଣାଳୀ ବନ୍ଦ ରହିବା ଯୋଗୁ ବିଶ୍ୱବ୍ୟାପୀ ତୈଳ ଓ ଗ୍ୟାସ ସଙ୍କଟ ବଢ଼ୁଛି । ଇରାନ ଜିଦ୍ ଛାଡ଼ିବାକୁ ନାରାଜ । ଇସ୍ରାଏଲ୍‌ ପ୍ରବଳ ଚାପ ଯୋଗୁ ଆମେରିକା ମଧ୍ୟ ପଛଘୁଞ୍ଚା ଦେଉନାହିଁ । ଦୁଇଦେଶ ମଧ୍ୟରେ ଏଭଳି ଟଣାଓଟରା ଯୋଗୁ ବିଶ୍ୱବାସୀ ଅତିଷ୍ଠ ହୋଇପଡ଼ିଛନ୍ତି । ଇସ୍ରାଏଲ୍‌ ଚାପ ଯୋଗୁ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କରିବା ନେଇ ଆଶଙ୍କା ଦେଖାଦେଇଛି । ​​​​​​​ଦୁଇ ଦିନ ତଳେ ଏକ ରିପୋର୍ଟ ଆସିଥିଲା କି ଇରାନ ଉପରେ ପୁଣି ବଡ଼ ହମଲା ହୋଇପାରେ । ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ଇସ୍ରାଏଲ ଚାପ ପକାଉଛି । କଣ ଏହା ସତ କି ? ଫୋନ୍‌ କଲରେ ଦୁଇ ନେତାଙ୍କ ମଧ୍ୟରେ ମତଭେଦରୁ ଅନୁମାନ ହେଉଛି ଏହା ସତ ।

ଦୋହା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଗ୍ରାଜୁଏଟ୍ ଷ୍ଟଡିଜ୍‌ର ପ୍ରଫେସର ମହମ୍ମଦ ଏଲ୍ମସରୀ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ଇସ୍ରାଏଲ୍ ଏବଂ ନିଜ ପ୍ରଶାସନରେ କଠୋର ଆଭିମୁଖ୍ୟ ରଖୁଥିବା କିଛି ନେତାଙ୍କ ପକ୍ଷରୁ ପ୍ରବଳ ଚାପ ପଡୁଛି । ଇରାନକୁ କୌଣସିମତେ ଏହାର ପରମାଣୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ନ ଦେବା ପାଇଁ ସେମାନେ ଚାହୁଁଛନ୍ତି । ବିଶ୍ୱ ତୈଳ ସଙ୍କଟକୁ ସେମାନେ ଅଣଦେଖା କରି କେବଳ ଇରାନକୁ ସାବାଡ୍ କରିବା ଲାଗି ଟ୍ରମ୍ପ୍‌ଙ୍କୁ କହୁଛନ୍ତି ।

Related Posts

ଆମେରିକୀୟ ସଂସଦ ନିମ୍ନ ସଦନରେ ଆମେରିକା-ଇରାନ ଯୁଦ୍ଧ ରୋକିବା ବିଲ୍ ପାରିତ

ୱାଶିଂଟନ୍: ବୁଧବାର ଆମେରିକା ସଂସଦ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ରେ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷମତା ପ୍ରସ୍ତାବ ପାରିତ ହୋଇଛି। ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନର କିଛି ସାଂସଦ ବିରୋଧୀ ଡେମୋକ୍ରାଟ୍ସଙ୍କ ସହ ମିଶି ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି। ଇରାନ ବିରୋଧରେ…

Continue reading
କେରଳମ୍ ଛୁଇଁଲା ମୌସୁମୀ ବାୟୁ

କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ