
ଦେବଗଡ଼:ସେବା ସଂକଳ୍ପ ଅଭିଯାନ ଅବସରରେ ‘ଏକ ପେଡ ମା କେ ନାମ ୩..0’କାର୍ଯ୍ୟକ୍ରମ ଆଜି ଦେବଗଡ ଜିଲ୍ଲାର ବାରକୋଟ,ରିଆମାଳ ଓ ତିଲେଇବଣି ବ୍ଲକର ସମସ୍ତ ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୭୦ଟି ପଞ୍ଚାୟତରେ ୭୦୦ଟି ଲେଖାଏଁ ବିଭିନ୍ନ କିସମର ଚାରାରୋପଣ କରାଯାଇ ମୋଟ ୪୯,୦୦୦ଟିଚାରା ରୋପଣ କରାଯାଇଥିଲା।ଏହି କ୍ରମରେ ତିଲେଇବଣି ବ୍ଲକର ଢୋଲପଡ଼ା ପଞ୍ଚାୟତର ପଟ୍ଟାଖମଣ ଗ୍ରାମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥାକାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ରମିଞ୍ଜ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ତିଲେଇବଣି ପଞ୍ଚାୟତ ସମିତିର ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ,ତିଲେଇବଣି ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା,ବିଧାୟକଙ୍କ ତିଲେଇବଣି ବ୍ଲକ ପ୍ରତିନିଧି ନଗେନ ପଣ୍ଡା ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରିବେଶ ସୁରକ୍ଷା,ସବୁଜ ଆବରଣ ବୃଦ୍ଧି,ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଏବଂ ପ୍ରତ୍ୟେକ ନାଗରିକଙ୍କୁ ବୃକ୍ଷରୋପଣ ସହ ଭାବନାତ୍ମକ ଭାବେ ଯୋଡ଼ିବା ହେଉଛି କାର୍ଯ୍ୟକ୍ରମରମୂଳ ଲକ୍ଷ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏଥିରେ ବିଭିନ୍ନ ବିଭାଗର ଅଧିକାରୀ,ସ୍ୱେଚ୍ଛାସେବୀ,ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜନସାଧାରଣ ଉପସ୍ଥିତ ଥିଲେ।







