ଏଥର ଗୋଟିଏ ନୁହେଁ ଚାରିଟି କ୍ରୀଡ଼ାରେ ହେବ ସିଏମ୍ ଟ୍ରଫି

ଭୁବନେଶ୍ବର: ନୂଆ ରୂପରେ ସିଏମ୍ ଟ୍ରଫି l ଏଥର ଗୋଟିଏ ନୁହେଁ ଚାରିଟି କ୍ରୀଡ଼ାରେ ହେବ ସିଏମ୍ ଟ୍ରଫି l ଫୁଟବଲ ସହ କବାଡ଼ି, ଖୋଖୋ ଏବଂ ଭଲିବଲରେ ମଧ୍ୟ ହେବ ଇଭେଣ୍ଟ l ଦୁଇଟି ପର୍ଯ୍ୟାୟରେ ପ୍ରତିଯୋଗିତା ଖେଳାଯିବ l ଏପରିକି ସମସ୍ତ ଜିଲ୍ଲାରେ ଖେଳାଯିବ ଏସବୁ ପ୍ରତିଯୋଗିତା l ଉଭୟ ବାଳକ ଏବଂ ବାଳିକା ବିଭାଗରେ ହେବ ମୁକାବିଲା l ଜାନୁଆରୀ 7ରୁ 14 ଯାଏ ହେବ ରେଜିଷ୍ଟ୍ରେସନ l ସମଗ୍ର ରାଜ୍ୟକୁ ଚାରିଟି ଜୋନରେ ବିଭକ୍ତ କରାଯାଇଛି l ତୃଣମୂଳ ସ୍ତରରୁ ପ୍ରତିଭା ଚି଼ହ୍ନଟ ସହ ପଡିଆରୁ ପୋଡିୟମ ଯାଏ ପହଞ୍ଚାଇବା ଯାଏ ସହାୟକ ହେବ ଏହି ଟୁର୍ଣ୍ଣାମେଣ୍ଟ l୩୨,୦୦୦ରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା l ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ “ପଡ଼ିଆରୁ ପୋଡିୟମ୍” ର ସଂକଳ୍ପକୁ ସାକାର କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ‘ସିଏମ୍ ଟ୍ରଫି’ ଚମ୍ପିୟାନରସିପର ଆୟୋଜନ କରାଯିବ । ତୃଣମୂଳ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନକରି ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏହି ଅଭିନବ ପ୍ରୟାସର ମୂଳ ଲକ୍ଷ୍ୟ । ଏହି ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍‌ମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ସୁଦୃଢ଼ ମଞ୍ଚ ପ୍ରଦାନ କରାଯିବ ।ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ରାଜ୍ୟସ୍ତରୀୟ କ୍ରୀଡ଼ା ସଂଘ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ପାରମ୍ପରିକ ତଥା ଲୋକପ୍ରିୟ କ୍ରୀଡ଼ାକୁ ସ୍ଥାନ ଦିଆଯାଇଛି lଏହି ଟୁର୍ଣ୍ଣାମେଣ୍ଟ ଏକ ବହୁ-ସ୍ତରୀୟ ପ୍ରକ୍ରିୟାରେ ପରିଚାଳିତ ହେବ । ପ୍ରଥମେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଚୟନ କରାଯାଇ ଜିଲ୍ଲାସ୍ତର, ଜୋନାଲ୍ ସ୍ତର ଏବଂ ଶେଷରେ ରାଜ୍ୟସ୍ତରୀୟ ଚାମ୍ପିଅନସିପ ଅନୁଷ୍ଠିତ ହେବ । ୭ ଜାନୁଆରୀରୁ ୧୪ ଜାନୁଆରୀ, ୨୦୨୬ ମଧ୍ୟରେ ଆଶାୟୀ କ୍ରୀଡ଼ାବିତ୍ ମାନେ ସିଏମ୍ ଟ୍ରଫି ଚାମ୍ପିୟନସିପ୍ ପାଇଁ ପଞ୍ଜୀକରଣ କରିପାରିବେ । ମେଧା ଭିତ୍ତିରେ ଜିଲ୍ଲା ସ୍ତରରେ ବାଳକ ବର୍ଗରେ ୧୦ଟି ଏବଂ ବାଳିକା ବର୍ଗରେ ୬ଟି ଟିମ୍ ଗଠନ କରାଯିବ । ସମଗ୍ର ରାଜ୍ୟରୁ ପ୍ରାୟ ୫୦୦ଟି ଦଳ ଏବଂ ୩୨,୦୦୦ ଯୁବ କ୍ରୀଡ଼ାବିତ୍ ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଛି।ରାଜ୍ୟ କ୍ରୀଡ଼ା ସଂଘଗୁଡ଼ିକ ଖେଳାଳିଙ୍କ ପଞ୍ଜୀକରଣ, ଟ୍ରାୟଲ୍ ପରିଚାଳନା, ବୈଷୟିକ ଅଧିକାରୀଙ୍କ ନିଯୁକ୍ତି ଏବଂ ମ୍ୟାଚ୍ ଆୟୋଜନ ପରି ବୈଷୟିକ ଦିଗଗୁଡ଼ିକର ଦାୟିତ୍ୱ ନେବେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ସମଗ୍ର କାର୍ଯ୍ୟକ୍ରମର ଯୋଜନା ଏବଂ ପରିଚାଳନା ଦିଗ ଉପରେ କାର୍ଯ୍ୟ କରିବେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ