ଏଥର ପୁଣି ମହାରାଷ୍ଟ୍ରରେ ମହାୟୁତି ସରକାର

ନୂଆଦିଲ୍ଲୀ: ଏଥର ପୁଣି ମହାରାଷ୍ଟ୍ରରେ ମହାୟୁତି ସରକାର। ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚାଲିଥିବା ଭୋଟ୍‌ ଗଣତିରୁ ଏଭିଳି କିଛି ଟ୍ରେଣ୍ଡ ସାମ୍ନାକୁ ଆସିଛି। ବର୍ତ୍ତମାନ ଆସୁଥିବା ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ ପକାଇଛି ମହାୟୁତି । ବହୁମତକୁ ପାର୍ କରିଛି ମହାୟୁତି ମେଣ୍ଟ। ବିଜେପି ନେତୃତ୍ୱାଧୀନ ଏହି ମେଣ୍ଟ ମ୍ୟାଜିକ୍ ନମ୍ବରକୁ ପାର୍ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ ୨୮୮ ଆସନ ମଧ୍ୟରୁ ୨୨୦ଟିରେ ଶାସକ ମହାୟୁତି ଆଗୁଆ ରହିଛି।

କେବଳ ଭାରତୀୟ ଜନତା ପାର୍ଟି ୧୩୫ ଟି ଆସନରେ ଆଗୁଆ ରହିଛି। ସେହିପରି ୪୫ ଟି ଆସନରେ ସିନ୍ଦେ ସେନା ଏବଂ ଅଜିତ ପାୱାରଙ୍କ ଏନସିପି ୩୦ ଟି ସିଟରେ ଆଗୁଆ ରହିଛି। ଅନ୍ୟପଟେ ବିରୋଧୀଙ୍କ ମହାବିକାଶ ଅଘାଡି ମେଣ୍ଟ ୭୦ଟି ଆସନରେ ଆଗୁଆ ଅଛି।
ବର୍ତ୍ତମାନ ପର୍ୟ୍ୟନ୍ତ ହୋଇଥିବା କାଉଟିଂରେ କେବଳ ବିଜେପି ୨୨.୩୯ ପ୍ରତିଶତ ଭୋଟ ପାଇବାରେ ସଫଳ ହୋଇଛି। ତେବେ ଏମଭିଏରେ ସର୍ବାଧିକ ସଂଖ୍ୟକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ମାତ୍ର ୪୨ ଟି ଆସନରେ ଆଗୁଆ ରହିଛି।

ରାଜ୍ୟରେ ୨୮୮ଟି ଆସନ ପାଇଁ ନଭେମ୍ବର ୨୦ରେ ଗୋଟିଏ ପର୍ୟ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ବିଶେଷ କଥା ହେଉଛି ଚଳିତ ଥର ରାଜ୍ୟରେ ୬୫ ପ୍ରତିଶତରୁ ଅଧିକ ଭୋଟ୍ ହେବା ସହିତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ