ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣାରେ କୌଣସି ନୂତନତା ନାହିଁ : ବିଜେଡି

ଭୁବନେଶ୍ୱର: ସହରୀକରଣର ନୂଆ ଅଭିଯାନ ଅନ୍ତର୍ଗତ ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣା କଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁଥିବା ବେଳେ ବାସ୍ତବରେ ଏଥିରେ କୌଣସି ନୂତନତା ନାହିଁ ବୋଲି ବିଜେଡି କହିଛି। ଏଥିରୁ ଅଧିକାଂଶ ଘୋଷଣା ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସମୟରେ ହୋଇ ସାରିଥିଲା ବୋଲି ବିଜେଡି ପକ୍ଷରୁ ସାମାଜିକ ଗଣମାଧ୍ୟମରେ କୁହାଯାଇଛି।

ବିଜେଡି କହିଛି, ରବିବାର ଭାଜପା ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୭ ନୂଆ ମ୍ୟୁନିସିପାଲିଟି ମଧ୍ୟରୁ ୪ଟି ବୌଦ୍ଧ, କରଞ୍ଜିଆ, ଆସ୍କା ଏବଂ ଛତ୍ରପୁରକୁ ନବୀନ ପଟ୍ଟନାୟକ ଫେବୃଆରୀ ୨୦୨୪ରେ ମାନ୍ୟତା ପ୍ରଦାନ ନେଇ ଘୋଷଣା କରିଥିଲେ।

ସେହିପରି ଘୋଷଣା ହୋଇଥିବା ୧୬ ନୂଆ ଏନ୍‌ଏସି ମଧ୍ୟରୁ ୭ଟି ନବୀନଙ୍କ ୨୦୨୪ର ଘୋଷିତ ତାଲିକା ସହ ସମାନ। ଏହା ସ୍ପଷ୍ଟ ଦର୍ଶାଉଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣାର ଅଧିକାଂଶ କଥା ନୂଆ ନୁହେଁ, ବରଂ ବିଜେଡି ସରକାର ପ୍ରସ୍ତୁତ କରିଥିବା ବିକାଶ ନକ୍ସାର ‘କପି ପେଷ୍ଟ’। ୨୦୨୪ରେ ଘୋଷିତ ତାଲିକାରୁ ଏକାଧିକ ନାଁକୁ ଧାର ଆକାରରେ ଆଣି ନୂଆ ତାଲିକାରେ ସାମିଲ କରିବା ସ୍ପଷ୍ଟ ଭାବେ ଦର୍ଶାଉଛି। ଭାଜପା ସରକାର ‘ରି-ବ୍ରାଣ୍ଡିଙ୍ଗ୍‌’ରେ ବିଶ୍ୱାସ କରୁଛି।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ