ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣାରେ କୌଣସି ନୂତନତା ନାହିଁ : ବିଜେଡି

ଭୁବନେଶ୍ୱର: ସହରୀକରଣର ନୂଆ ଅଭିଯାନ ଅନ୍ତର୍ଗତ ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣା କଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁଥିବା ବେଳେ ବାସ୍ତବରେ ଏଥିରେ କୌଣସି ନୂତନତା ନାହିଁ ବୋଲି ବିଜେଡି କହିଛି। ଏଥିରୁ ଅଧିକାଂଶ ଘୋଷଣା ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସମୟରେ ହୋଇ ସାରିଥିଲା ବୋଲି ବିଜେଡି ପକ୍ଷରୁ ସାମାଜିକ ଗଣମାଧ୍ୟମରେ କୁହାଯାଇଛି।

ବିଜେଡି କହିଛି, ରବିବାର ଭାଜପା ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୭ ନୂଆ ମ୍ୟୁନିସିପାଲିଟି ମଧ୍ୟରୁ ୪ଟି ବୌଦ୍ଧ, କରଞ୍ଜିଆ, ଆସ୍କା ଏବଂ ଛତ୍ରପୁରକୁ ନବୀନ ପଟ୍ଟନାୟକ ଫେବୃଆରୀ ୨୦୨୪ରେ ମାନ୍ୟତା ପ୍ରଦାନ ନେଇ ଘୋଷଣା କରିଥିଲେ।

ସେହିପରି ଘୋଷଣା ହୋଇଥିବା ୧୬ ନୂଆ ଏନ୍‌ଏସି ମଧ୍ୟରୁ ୭ଟି ନବୀନଙ୍କ ୨୦୨୪ର ଘୋଷିତ ତାଲିକା ସହ ସମାନ। ଏହା ସ୍ପଷ୍ଟ ଦର୍ଶାଉଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣାର ଅଧିକାଂଶ କଥା ନୂଆ ନୁହେଁ, ବରଂ ବିଜେଡି ସରକାର ପ୍ରସ୍ତୁତ କରିଥିବା ବିକାଶ ନକ୍ସାର ‘କପି ପେଷ୍ଟ’। ୨୦୨୪ରେ ଘୋଷିତ ତାଲିକାରୁ ଏକାଧିକ ନାଁକୁ ଧାର ଆକାରରେ ଆଣି ନୂଆ ତାଲିକାରେ ସାମିଲ କରିବା ସ୍ପଷ୍ଟ ଭାବେ ଦର୍ଶାଉଛି। ଭାଜପା ସରକାର ‘ରି-ବ୍ରାଣ୍ଡିଙ୍ଗ୍‌’ରେ ବିଶ୍ୱାସ କରୁଛି।

  • Related Posts

    ଟ୍ରମ୍ପଙ୍କ ‘ଷଡ଼ଯନ୍ତ୍ର’ ଅଭିଯୋଗ ଖଣ୍ଡନ କଲା ରୁଷ

    ବେଜିଂ,04/09: ରୁଷର କ୍ରେମଲିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ରୁଷ, ଚୀନ ଓ ଉତ୍ତର କୋରିଆ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ୍ରେମଲିନ କହିଛି, ଏପରି କୌଣସି ଯୋଜନା ନାହିଁ। ଚୀନରେ…

    Continue reading
    ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅସମ୍ମାନ କରି ନାହାନ୍ତି: କଂଗ୍ରେସ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ କଟୁ ଶବ୍ଦ ନେଇ ରାଜନୀତି ଜୋର ଧରିଛି। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ବୟାନକୁ କଂଗ୍ରେସ କାଉଣ୍ଟର କରିଛି। କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର

    ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି