
ଭୁବନେଶ୍ଵର: ସର୍ଭେ ପରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତିି । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ରବିବାର ସୁଦ୍ଧା ୧ ଲକ୍ଷ ୭୦ ହଜାର ଲୋକ ନୂଆ ଆବେଦନ କରିଛନ୍ତି। ୨୨ ଏବଂ ୨୩ ତାରିଖରେ ନୂତନ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁ ଯୋଗ୍ୟ , ସେମାନେ ସୁଭଦ୍ରା ଟଙ୍କା ପାଇବେ।







