ଏମ୍ସରେ ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ:ନର୍ସିଂ ଅଫିସର୍‌ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଅଭିଯୋଗରେ ନର୍ସିଂ ଅଫିସର୍‌ ନାନୁ ରାମ ଚୌଧୁରୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ହସ୍ପିଟାଲର ନର୍ସିଂ ଅଫିସର୍‌ ଅସଦାଚରଣ କରିଥିବା ନେଇ ଅଭିଯୋଗ ଆଣିଥିଲେ ପୀଡିତା ।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ସେ ଭୁବନେଶ୍ୱର ଏମ୍ସର ଜଣେ ନର୍ସିଂ ଷ୍ଟାଫ୍ । ଗତ ୨୭ ତାରିଖରେ ସେ କାର୍ୟ୍ୟରେ ଥିବା ସମୟରେ ତାଙ୍କୁ ଜଣେ ନର୍ସିଂ ଅଫିସର ଡାକ୍ତରଙ୍କ ରୁମକୁ ଡକାଇ ଅଶାଳୀନ ବ୍ୟବହାର କରିବା ସହ ତାଙ୍କୁ ଅଶ୍ଳିଳ ଇଙ୍ଗିତ କରିଥିଲେ । ପରେ ନର୍ସିଂ ଷ୍ଟାଫ୍ ସେଠାରୁ ପଳାଇ ଆସି ସୁପରଭାଇଜରଙ୍କୁ ଜଣାଇଥିଲେ । ଏହାପରେ କଣ୍ଟ୍ରୋଲ ରୁମରେ ନର୍ସିଂ ଅଫିସର ମହିଳା ଆଟେଣ୍ଡାଣ୍ଟଙ୍କୁ ଭୁଲ ମାଗିବା ସହ ତାଙ୍କର ମୋବାଇଲରେ ଥିବା ପ୍ରମାଣକୁ ଡିଲିଟ ପାଇଁ ଚାପ ପକାଯାଇଥିଲା ।

ପୀଡିତା ଏ ସମ୍ପର୍କରେଏମ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ମାତ୍ରା କୌଣସି କାର୍ୟ୍ୟାନୁଷ୍ଠାନ ନିଆ ନ ଯିବାରୁ ଶେଷରେ ନର୍ସିଂ ଷ୍ଟାଫ୍ ଜଣଙ୍କ ଏମ୍ସ ଗେଟ୍ ସାମ୍ନାକୁ ଆସି ଧାରଣାରେ ବସିଥିଲେ‌ । ପୀଡିତାଙ୍କ ସହ ଏପରି ଘଟଣାକ୍ରମ ନେଇ ଅନ୍ୟ ସହଯୋଗୀମାନେ ମଧ୍ୟ ଆସି ତାଙ୍କୁ ସମର୍ଥନ ଦେଇ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଧାରଣାରେ ବସିଥିଲେ‌ ।

  • Related Posts

    ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

    ମାଲକାନଗିରି : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କାଞ୍ଚଲୱାଡା ଗ୍ରାମରେ ପାରିବାରିକ କଳହରୁ ହତ୍ୟା ହୋଇଛି। ସ୍ୱାମୀ ବୁଦୁରା ମାଢିଙ୍କ ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀ ଦେବେ ମାଢିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମାଲକାନଗିରି ଆଦର୍ଶ…

    Continue reading
    ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫ

    ରାଉରକେଲା: ପାନପୋଷ ସର୍କିଟ ହାଉସରୁ ରଘୁନାଥପାଲି ପୁଲିସ ବନ୍ଧୁକ ଜବତ କରିଛିl ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି l ଜଣେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ଓ ଅନ୍ୟ ଜଣେ ବ୍ରହ୍ମପୁରର l ସହର ଜଣେ ଯୁବ ବିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ