
କଟକ: କଟକ ଏସସିବି ମେଡିକାଲରେ ପୁଣି ଅଘଟଣ । ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଅଟକେଇବାକୁ ସବୁ ଚେଷ୍ଟା ହେଲା ବିଫଳ । ଦୀର୍ଘ ସମୟ ଧରି ହାଇଡ୍ରାମା ପରେ ଟାଙ୍କି ଉପରୁ ତଳକୁ ଡେଇଁ ପଡ଼ିଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ କାଜୁଆଲିଟିରେ ଭର୍ତ୍ତି କରାଯାଇଛି ।
ସୂଚନାଅନୁସାରେ, ଗୁରୁତର ଯୁବକ ହେଲେ ୨୧ବର୍ଷିୟ ରାଜେଶ ପରିଡ଼ା । ଯୁବକ ଜଣକ ଜଣେ ମାନସିକ ରୋଗୀ । ସେ ମେଡ଼ିକାଲରେ ଥିବା ପାଣି ଟାଙ୍କି ଉପରକୁ ଚଢ଼ିଯାଇଥିଲେ । ଏହା ଦେଖିବାପରେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା ହେଲେ ସେ କିଛି ନଶୁଣି ଡେଇଁ ପଡ଼ିଥିଲେ ।








