ଏହି ସବୁ ସ୍ଥାନରେ ଜିତିଲାଣି BCJD

ରାଜ୍ୟର ବିଭିନ୍ନ କଲେଜରୁ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା ହେଲାଣି। ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ BCJD ବିଜୟୀ ହୋଇଛି। ଏହି କଲେଜର ଛାତ୍ର ସଂସଦର ସଭାପତି, ଉପସଭାପତି, ସା.ସମ୍ପାଦକ ପଦବୀରେ BCJD ପ୍ରାର୍ଥୀଙ୍କ ବିଜୟ ହୋଇଛି। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବାଜି ମାରିଛି BCJD।

ଝାରସୁଗୁଡା ପିକେଏସଏସ କଲେଜରେ BCJD ବିଜୟୀ ହୋଇଛି। ଏଠାରେ ସଭାପତି ଓ ସାଧାରଣ ସମ୍ପାଦକ ପଦବୀରେ BCJD ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ସେହିପରି କମଳା ନେହରୁ ମହିଳା ମହାବିଦ୍ୟାଳୟ, ବାସୁଦେବପୁର କଲେଜ, ଜୟପାଟଣା ଇନ୍ଦ୍ରାବତୀ କଲେଜ ଓ ଖଡିଆଳ ମଡେଲ କଲେଜ୍‌ରେ BCJD ପ୍ରାର୍ଥୀଙ୍କ ବିଜୟ ହୋଇଛି। ନିଆଳି କଲେଜ୍‌ରେ ବାଜିମାରିଲା BCJD।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜ୍‌ରେ BCJD ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବେଲପଡ଼ା, ପାଟଣେଶ୍ବରୀ ମହିଳା ମହାବିଦ୍ୟାଳୟରେ ମଧ୍ୟ ବାଜି ମାରିଛି BCJD।

ପଟ୍ଟାମୁଣ୍ଡାଇର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ BCJD ବିଜୟୀ ହୋଇଛି। ସୁବର୍ଣ୍ଣପୁରର ବୀରମହାରାଜପୁର କଲେଜ୍‌ରେ BCJD ବିଜୟୀ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଡିଗ୍ରୀ କଲେଜରେ BCJD ବିଜୟୀ ହୋଇଛି। ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ BCJD ବିଜୟୀ ହୋଇଛି।

ଭୁବନେଶ୍ୱରର ଦୁଇ ପ୍ରମୁଖ କଲେଜ୍ ରାଜଧାନୀ ମହାବିଦ୍ୟାଳୟ ଓ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଫଳାଫଳ ମଧ୍ୟ ସାମ୍ନାକୁ ଆସି ସାରିଛି। ଏହି ଦୁଇ କଲେଜରେ ବାଜି ମାରିଛନ୍ତି ଅଖିତ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପ୍ରାର୍ଥୀଙ୍କ ବିଜୟ ହୋଇଛି।

ବିଜେବି କଲେଜରେ ଆର୍ଯ୍ୟନ ମହାପାତ୍ର ସଭାପତି ପଦ ହାତେଇ ଥିବା ବେଳେ ରାଜଧାନୀ କଲେଜରେ ସଭାପତି ପଦରେ ବିଜୟୀ ହୋଇଛନ୍ତି ଅବିନାଶ ପାଢ଼ୀ।
ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର (GM) ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ABVP)ର ବିଜୟ ହୋଇଛି। ସଭାପତି ଭାବେ ସ୍ୱାଧୀନ ଆଚାର୍ଯ୍ୟ ବିଜୟୀ ହୋଇଥିବା ବେଳେ ସମ୍ପାଦକ ଭାବେ ନିଖିଲ ଅଗ୍ରୱାଲ ଜିତିଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ ୧୩ ପଦବୀରେ ABVP ପ୍ରତିନିଧିଙ୍କ ବିଜୟ ହୋଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତେଇ ବିଜୁ ପଟ୍ଟନାୟକ କଲେଜରେ ABVPର ବିଜୟ ହୋଇଥିବା ବେଳେ ଅନୁଗୋଳ ମହିଳା କଲେଜ ଓ କଟକ କଲେଜ ଏବଂ କିଶୋର ନଗର ଡିଗ୍ରୀ କଲେଜ୍‌ରେ ମଧ୍ୟ ABVPର ବିଜୟ ହୋଇଛି।

ଧାମନଗର ମହାବିଦ୍ୟାଳୟରେ ABVPର ବିଜୟ ହୋଇଥିବା ବେଳେ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ସଭାପତି ପଦରେ ABVP ବିଜୟୀ ହୋଇଛି। ସେହିପରି ପାରାଦୀପ କଲେଜରେ ସଭାପତି ପଦରେ ABVP ବିଜୟୀ ହୋଇଛି। ପାଟଣାଗଡ଼ ଜ୍ୟୋତିବିକାଶ କଲେଜରେ ABVP ବିଜୟୀ ହୋଇଛି।

  • Related Posts

    ରମାଦେବୀରେ ବାଜିମାତ କରିଛି ବିସିଜେଡି

    ରମାଦେବୀ ବିଶ୍ୱବିଦ୍ୟାଳୟରେ ବାଜିମାତ କରିଛି ବିଜୁ ଛାତ୍ର ଜନତା ଦଳ ବା ବିସିଜେଡି। ଦଳର ସଭାପତି ପ୍ରାର୍ଥୀ ସୋନାଲି ବେହେରା ଏବିଭିପିର ସବୁ ରଣନୀତିକୁ ଫିକା କରି ବିଜୟ ଟୀକା ପିନ୍ଧିଛନ୍ତି। ଆଜି ସକାଳୁ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ…

    Continue reading
    ଏହି ସବୁ ସ୍ଥାନରେ ଜିତିଲାଣି ABVP

    ରାଜ୍ୟରେ ଆଜି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ କଲେଜର ଫଳାଫଳ ଆସିଗଲାଣି। ଖବର ଲେଖାଯିବା ପର୍ଯ୍ୟନ୍ତ ଏବିଭିପି ଅଧିକ ସ୍ଥାନରେ ବାଜିମାତ୍ କରିଛି। ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର (GM) ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି