ଫିଟ୍ ଆଣ୍ଡ ଫାଇନ୍ ରହିବାକୁ ହେଲେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ସେଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି। କିଛି ଲୋକ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି ତ ଆଉ କିଛି ଲୋକ ଡାଏଟ୍ କଣ୍ଟ୍ରୋଲ୍ ଉପରେ ବିଶ୍ୱାସ କରିଥାନ୍ତି। ହେଲେ ଜାଣନ୍ତି କି ଏମିତି ବି କିଛି ସହଜ ଓ ସରଳ ଘରୋଇ ଟିପ୍ସ ରହିଛି; ଯାହାକୁ ଆପଣେଇ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିହେବ। ଯେମିତିକି: * ସକାଳୁ ଉଠିବା ପରେ ପ୍ରଥମେ କିଛି ସମୟ ପାଇଁ ଚଲାବୁଲା କରିବା। ଏହି ଉପାୟ ଦ୍ୱାରା ଧୀରେ ଧୀରେ ଶରୀରର ଓଜନ କମିବା ସାଙ୍ଗକୁ ବ୍ୟକ୍ତିଙ୍କୁ ଫ୍ରେଶ୍ ଅନୁଭବ ବି ହୋଇଥାଏ। * ପ୍ରତିଦିନ କିଛି କିଛି ସମୟ ଯୋଗ କଲେ ବି ଶରୀରକୁ ଅନେକ ଫାଇଦା ମିଳିଥାଏ। * ସେହିପରି ସକାଳ ସମୟରେ ଏକ ଗ୍ଲାସ୍ ହାଲୁକା ଉଷୁମ ପାଣିରେ ଦୁଇ ଚାମଚ ମହୁ ମିଶାଇ ନିୟମିତ ପିଇଲେ ଶରୀରର ଓଜନ ଧୀରେ ଧୀରେ କମିବାକୁ ଲାଗିଥାଏ। * ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଠିକ୍ ସମୟରେ ପାଣି ପିଇବା ବି ନିହାତି ଜରୁରୀ। * ଭୋଜନ କରିବାର ଏକ ଘଣ୍ଟା ପୂର୍ବରୁ ପାଣି ପିଇଲେ ଏହା ଭୋକକୁ କିଛି ସମୟ ପାଇଁ ଶାନ୍ତ କରି ଦେଇଥାଏ; ଯଦ୍ଦ୍ବାରା ଆବଶ୍ୟକତାଠାରୁ ଆଉ ଅଧିକା ଖାଇହୁଏନି। ଫଳରେ ଓଜନ ବଢ଼ିବାର ଆଶଙ୍କା କମିଯାଏ। * ଲେମନ୍ ଟି ହେଉ କି ଗ୍ରୀନ୍ ଟି ପିଇବା ଦ୍ୱାରା ବି ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିହୁଏ ।
ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା
ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…





