‘ଓଡ଼ିଶାକୁ ୨୦୩୬ ସୁଦ୍ଧା ସମୃଦ୍ଧ-ସଶକ୍ତ ରାଜ୍ୟ ଭାବେ ଗଢି ତୋଳିବାକୁ ଯାତ୍ରା ଆରମ୍ଭ’

ଭୁବନେଶ୍ବର: ସରିଲା ପ୍ରଥମ ପର୍ୟ୍ୟାୟ ବଜେଟ ଅଧିବେଶନ । ଫେବୃଆରୀ ୧୩ ତାରିଖକୁ ଆରମ୍ଭ ହୋଇ ୮ ଦିନ ଧରି ଚାଲିବା ପରେ ଶେଷ ହୋଇଛି । ଆସନ୍ତା ମାର୍ଚ୍ଚ ୭ରୁ ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ଆରମ୍ଭ ହେବ । ଶେଷ ଦିନରେ ବଜେଟ ଆଲୋଚନାରେ ଭାଗ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାର ଆଣିଥିବା ବଜେଟର ବିଭିନ୍ନ ଦିଗକୁ ନେଇ ନବୀନ ନିଜର ମତ ରଖିଥିଲେ । ବସ୍ତାନି ଭାରି କିନ୍ତୁ ପାଠ ଘର ଶୂନ ଭଳି ସଦୃଶ ହୋଇଛି ବୋଲି ସରକାରଙ୍କୁ କଟାକ୍ଷ କରିଥିଲେ ନବୀନ । ଏହାପରେ ନବୀନଙ୍କୁ ଉତ୍ତର ଦେଇ ପାଠ ଘର ଶୂନ ହେତୁ ଲୋକମାନେ ବିରୋଧୀ ଦଳରେ ବସାଇ ଉଚିତ ଜବାବ ଓଡ଼ିସାବାସୀ ଦେଇଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ”ବିଭିନ୍ନ ରାଜନୈତିକ ସଦସ୍ୟ ମାନେ ଚଳିତ ବଜେଟରେ ଅଧିକ ଖର୍ଚ୍ଚ ହୋଇ ନ ପାରିବା କିମ୍ବା ଋଣ ଭାର ତଥା ବିଭିନ୍ନ ରାଜନୈତିକ ପ୍ରସଙ୍ଗ ଉପରେ ଅଧିକ ଆଲୋଚନା କରିଛନ୍ତି । ତେଣୁ, ମୋଟାମୋଟି ଭାବେ ସରକାର ଆଗତ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟକୁ ସମର୍ଥନ ନ ହେଲେ ବି ପସନ୍ଦ କରିଛନ୍ତି । ଏଥିପାଇଁ, ସମସ୍ତଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ପଦାଙ୍କ ଏବଂ ଦିଗଦର୍ଶନ ଅନୁସରଣ କରି ଆମେ ମଧ୍ୟ ଓଡ଼ିଶାକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟ ଭାବେ ଗଢି ତୋଳିବାକୁ ଯାତ୍ରା ଆରମ୍ଭ କରିଛୁ । ଏହି ବୃହତ୍ତର ଲକ୍ଷ୍ୟରେ ଚଳିତ ବଜେଟ ଏବଂ ଆଗାମୀ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ ଏକ ଅଂଶ ବିଶେଷ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ”ଓଡିଆରେ ଗୋଟିଏ ଢଗ ସାଧାରଣରେ ବହୁ ପ୍ରଚଳିତ, ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର’। କିନ୍ତୁ, ପ୍ରାୟ ଅଢେଇ ଦଶନ୍ଧି ଧରି ଚାଷୀ ଭାଇ ଓ ଭଉଣୀମାନେ ଚାଷରୁ ଆନନ୍ଦ ପାଉ ନଥିଲେ, ଅନେକ ବାର ଚାଷ ତାଙ୍କ ପାଇଁ ଅଭିଶାପ ପାଲଟି ଯାଇଥିଲା। ବହୁ କଷ୍ଟରେ ଉତ୍ପାଦନ କରିଥିବା ଫସଲ ପାଇଁ ଉଚିତ ମୂଲ୍ୟ ମିଳୁ ନଥିଲା, ଅଧିକ ଉତ୍ପାଦିତ ଫସଲକୁ ସାଇତି ରଖିବା ପାଇଁ ନଥିଲା ଭିତ୍ତିଭୂମି, ଅଧିକ ଉତ୍ପାଦନ କରିବା ପାଇଁ ଜମିକୁ ଜଳ ଟିକେ ନଥିଲା। ତେଣୁ ଏହି ସ୍ଥିତିକୁ ସୁଧାରିବା ପାଇଁ ନିଶ୍ଚିତଭାବେ ଅଧିକ ଅର୍ଥର ଆବଶ୍ୟକ। ତେଣୁ, ଆମେ ଅନ୍ନଦାତାଙ୍କ ପ୍ରତି କୌଣସି କାର୍ପଣ୍ୟତା ନଦେଖାଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟରେ ରେକର୍ଡ ୩୭ ହଜାର ୮ ଶହ ୩୮ କୋଟି ଟଙ୍କାର ବ୍ୟୟବରାଦ କରିଛୁ। ୨୦୩୬ ସୁଦ୍ଧା ବାର୍ଷିକ ମାଛ ଉତ୍ପାଦନ ୩୩ ଲକ୍ଷ ମେଟ୍ରିକ ଟନ୍, ବାର୍ଷିକ ଅଣ୍ଡା ଉତ୍ପାଦନ ୧ ହଜାର କୋଟି ଏବଂ ଦୈନିକ କ୍ଷୀର ଉତ୍ପାଦନ ୧ ଶହ ୬୫ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।”

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ