ଓର୍‌ମାସ୍‌ର ସ୍ୱତନ୍ତ୍ର ଦୀପାବଳି ଷ୍ଟଲ୍‌: ପରମ୍ପରା ଓ ହସ୍ତଶିଳ୍ପର ଅପୂର୍ବ ସମ୍ମିଶ୍ରଣ

ଭୁବନେଶ୍ୱର:ଦୀପାବଳି ଉପଲକ୍ଷେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସଂସ୍ଥା (ଓର୍‌ମାସ୍‌) ପକ୍ଷରୁ ଭୁବନେଶ୍ୱର ୟୁନିଟ୍‌ ୮ ସ୍ଥିତ ଏସ୍‌ଆଇଆର୍‌ଡି କ୍ୟାମ୍ପସ୍‌ ସମ୍ମୁଖରେ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ଓର୍‌ମାସ୍‌ର ମୁଖ୍ୟ କାର୍ୟ୍ୟନର୍ବାହୀ ଅଧିକାରୀ ଡା. ମୋନିକା ପ୍ରିୟଦର୍ଶିନୀ ଏହି ଷ୍ଟଲକୁ ଉଦ୍‌ଘାଟନ କରି ଭୁବନେଶ୍ୱରବାସୀ ଏହି ଷ୍ଟଲ ଜରିଆରେ ଗ୍ରାମାଞ୍ଚଳର ହସ୍ତଶିଳ୍ପୀ ଓ କାରିଗରୀମାନଙ୍କ ହସ୍ତନିର୍ମିତ ଉତ୍ପାଦକୁ ସିଧାସଳଖ ହାତପଆନ୍ତାରେ ପାଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ । ଓର୍‌ମାସ୍‌ର ଏହି ପ୍ରୟାସ ଗ୍ରାମୀଣ ଉତ୍ପାଦକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କୁ ଆତ୍ମନିର୍ଭର କରୁଛି ବୋଲି ସେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଡା. ପି୍ରୟଦର୍ଶିନୀ ବିଭିନ୍ନ ଜିଲ୍ଲାରୁ ଆସିଥିବା ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଭାବବିନିମୟ କରିବା ସହ ସେମାନଙ୍କୁ ଏପରି ଉତ୍ପାଦ ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ ଦେଇଥିଲେ ।

ଏହି ଷ୍ଟଲଟି ଅକେଫାବର ୨୧ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟହ ସକାଳ ୧୦ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ । ଇଚ୍ଛୁକ ଜନସାଧାରଣ ଏଠାରେ ଗ୍ରାମୀଣ ସାମାଜିକ ସଂସ୍ଥାଗୁଡ଼ିକର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତନିର୍ମିତ ଉତ୍ପାଦ କିଣିପାରିବେ । ଚଳିତ ବର୍ଷ ଏହି ଷ୍ଟଲରେ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ ଓ ସୋନପୁର ଜିଲ୍ଲାର ଉତ୍ପାଦକ ଗୋଷ୍ଠୀମାନେ ନିଜର ଉତ୍ପାଦ ବିକି୍ର କରୁଛନ୍ତି । ଏଠାରେ ଗ୍ରାମୀଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ମାଟି ଦୀପ, ଟେରାକୋଟା ମୂର୍ତ୍ତି, ରାଗିଲଡ଼ୁ, ନଡ଼ିଆତେଲ, ଝାଡ଼ୁ, ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ, ହସ୍ତଶିଳ୍ପ ଓ ହସ୍ତତନ୍ତ ଉତ୍ପାଦ ବିକି୍ରୟ ହେଉଛି । ଏହା ସହିତ ଗଞ୍ଜାମ ଜିଲ୍ଲାର ଉତ୍ପାଦକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଚକୋଲେଟ୍‌ ଗିଫଫହାମ୍ପର ଓ ପିକଲ୍‌ ଗିଫଫହାମ୍ପର ଭଳି ଦୁଇପ୍ରକାର ଗିଫଫହାମ୍ପର (ଉପହାର ) ଗ୍ରାହକମାନଙ୍କର ମୁଖ୍ୟ ଆକର୍ଷର ପାଲଟିଛି ।
ସୂଚନାଯୋଗ୍ୟ ଯେ ଗ୍ରାମୀଣ କାରିଗର ଓ ଉତ୍ପାଦକମାନଙ୍କ ପାଇଁ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓର୍‌ମାସ୍‌ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ୱାରା ରାଜ୍ୟର ଗ୍ରାମୀଣ ଓ କୁଟୀର ଶିଳ୍ପର ଆଦୃତି ବୃଦ୍ଧି ପାଇବା ସହ ଆମର ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହୋଇପାରିବ ।

  • Related Posts

    ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ

    ଭୁବନେଶ୍ୱର: ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍‌ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର ଚଏସ୍‌ ଲକିଙ୍ଗ୍‌ କରିଥିବାବେଳେ ପ୍ରଥମ ମେଧାତାଲିକାରେ ୨୮୨୫ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ ହୋଇଛନ୍ତି।…

    Continue reading
    ‘ଜ୍ଞାନଦୋୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ସମ୍ପର୍କିତ ମାର୍ଗଦର୍ଶିକା ଜାରି

    ଭୁବନେଶ୍ୱର: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ ନାହିଁ। ଆଡ୍‌ମିଶନ ଫି’, ଡେଭଲପ୍‌ମେଣ୍ଟ ଫି’ ସମେତ ଯୋଜନାରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ