ଓସିଏର ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି

କଟକ: ଓସିଏ ପାଇଲା ନୂଆ ସଭାପତି । ଓଡ଼ିଶା କ୍ରିକେଟ ଆସୋସିଏସନର ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି। ପୂର୍ବତନ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ନିର୍ବାଚନରେ ନିର୍ଦ୍ୱନ୍ଦରେ ପଙ୍କଜଙ୍କ ନାମରେ ମୋହର ବାଜିଛି । ଆଗାମୀ ନିର୍ବାଚନ ପର୍ୟ୍ୟନ୍ତ ଓଡିଶା କ୍ରିକେଟ ସଂଘ ସଭାପତି ଦାୟିତ୍ୱ ସମ୍ଭାଳିବେ ସେ । ଏନେଇ ଆଜି ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ପଙ୍କଜ ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ଏମ ଏଲ ମଜୁମଦା । ପୂର୍ବରୁ ମଧ୍ୟ ଓସିଏର ଉପ ସଭାପତି ଦାୟିତ୍ୱ ତୁଲାଇ ସାରିହନ୍ତି ପଙ୍କଜ ଲୋଚନ ମହାନ୍ତି।
ପୂର୍ବରୁ ମଧ୍ୟ ଓସିଏର ଉପ ସଭାପତି ଦାୟିତ୍ୱ ତୁଲାଇ ସାରିହନ୍ତି ପଙ୍କଜ ଲୋଚନ ମହାନ୍ତି । ୨୦୧୯ରୁ ୨୦୨୨ ପର୍ୟ୍ୟନ୍ତ ସେ ଓସିଏ ସଭାପତି ଦାୟିତ୍ବରେ ଥିଲେ । ଏହାପରେ ୨୦୨୨ ମସିହାରେ ହୋଇଥିବା ନିର୍ବାଚନରେ ଓସିଏର ସଭାପତି ହୋଇଥିଲେ ପ୍ରଣବ ପ୍ରକାଶ ଦାସ ଓ ଉପସଭାପତି ହୋଇଥିଲେ ପଙ୍କଜ ଲୋଚନ ମହାନ୍ତି । ହେଲେ କାର୍ୟ୍ୟକାଳ ସରିବା ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ଇସ୍ତଫା ଦେଇଥିଲେ ବବି ଦାସ । ଯାହା ଫଳରେ ନିୟମ ଅନୁଯାୟୀ, ୪୫ ଦିନ ମଧ୍ୟରେ ନୂଆ ସଭାପତି ଚୟନ କରିବା ନେଇ ଓସିଏ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ୨୦୨୫ ଜାନୁଆରୀ ୧୩ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନେଇ ବିଜ୍ଞପ୍ତି ଜାରି ହୋଇଥିଲା । ଏହାପରେ ଫେବୃଆରୀ ୧୫ ତାରିଖରୁ ବିଧିବଦ୍ଧ ନିର୍ବାଚନ ପ୍ରକ୍ରିୟା ଆଧାରରେ ଆଜି ନିର୍ଦ୍ୱନ୍ଦ୍ବରେ ସଭାପତି ଭାବରେ ପଙ୍କଜ ଲୋଚନ ମହାନ୍ତିଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଛି ଓଡିଶା କ୍ରିକେଟ ସଂଘ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ