କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ଵର ପ୍ରଧାନ

ଏଥର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। ଜୁରୀ ସଦସ୍ୟମାନେ କଂସ ଭୂମିକା ପାଇଁ ତାଙ୍କ ନାଁ ଉପରେ ମାରିଛନ୍ତି ମୋହର। ଉତ୍ତମ ଅଭିନୟ ଓ ଉଚ୍ଚକୋଟୀର ସଂଳାପ ପାଇଁ ଅନ୍ୟ ତିନି ଜଣଙ୍କୁ ପଛରେ ପକାଇ ଭୁବନେଶ୍ୱର ପ୍ରଧାନ ବାଜି ମାରିଛନ୍ତି।
ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି। ଶେଷଥର ପାଇଁ ସେ ୨୦୨୦ରେ କଂସ ମହାରାଜା ଭୂମିକାରେ ଅଭିନୟ କରିଥିଲେ।
ପୁଣି ଥରେ ଏହି ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ପାଇବା ପରେ ଭୁବନେଶ୍ୱର ପ୍ରଧାନ କହିଛନ୍ତି, ଏଥର ସୁଯୋଗ ମିଳିଥିବାରୁ ମୁଁ ଆନନ୍ଦିତ ଓ ଗର୍ବିତ। ଧନୁଯାତ୍ରା ପାଇଁ ଆଉ ମାସେ ସମୟ ଅଛି। ନୂତନ ସଂଳାପ, ନୂତନ ଅଭିନୟ ଓ ନୂତନ ପୌରାଣିକ କଥାବସ୍ତୁକୁ ନେଇ ଏଥର କମ୍ପିବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା।

ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହା ହେବ ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହା ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ଗତ ଦୁଇ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ଭୋଇ । ସେ ଏ ବର୍ଷ ମଧ୍ୟ ଏହି ଭୂମିକାରେ କରିଥା’ନ୍ତେ। କିନ୍ତୁ ସରକାରୀ ଚାକିରି କରୁଥିବା ହୃଷିକେଶ ଭୋଇ ଲାଞ୍ଚ ନେଇ ନିଲମ୍ବିତ ହେବା ପରେ ତାଙ୍କୁ ଏଥର କଂସ ଭୂମିକାରେ ଅଭିନୟ କରିବାକୁ ଅନୁମତି ଦେବା ଉଚିତ୍ ହେବ ନାହିଁ ବୋଲି କହିଥିଲା ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି। ଏହି କମିଟି ସୁପାରିଶ କରିଥିଲା ଯେ, ଯେହେତୁ ତାଙ୍କ (ହୃଷିକେଶ ଭୋଇ) ବିରୋଧରେ ଅଭିଯୋଗ ଆସିଛି ଓ ସେ ଦୋଷ ମୁକ୍ତ ହୋଇନାହାନ୍ତି, ତେଣୁ ଏଥର ସେ ଧନୁଯାତ୍ରାରେ ଅଭିନୟ କଲେ ଏହାର ମର୍ଯ୍ୟାଦା ଓ ଗାରିମା କମିଯାଇପାରେ। ସେ ଦୋଷମୁକ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ଅବ୍ୟାହତି ଦେବାକୁ ସେମାନେ ପ୍ରସ୍ତାବ ଦେଇଥିଲେ। ଆଉ ସେମାନଙ୍କ ସୁପାରିଶକୁ କାର୍ଯ୍ୟକାରୀ କମିଟି ଗ୍ରହଣ କରିଥିଲା।

ଏଥର କେବଳ ଗୋଟିଏ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବା ପାଇଁ କଳାକାର ବଛା ଯାଇଥିବାରୁ ପୂର୍ବଭଳି ଚୟନ କରାଯାଇନଥିଲା। ୨୦୨୨ କଂସ ଚୟନ ପ୍ରକ୍ରିୟାରେ ଭାଗ ନେଇ ୨ରୁ ୫ ନମ୍ବର ସ୍ଥାନରେ ରହିଥିବା ୪ କଳାକାରଙ୍କୁ ଅଡିସନ ପାଇଁ ଡକା ଯାଇଥିଲା। ଆଉ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ପ୍ରଧାନଙ୍କୁ ବାଛିଛନ୍ତି ଜୁରୀ ସଦସ୍ୟ।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ